ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ବିଜେଡି, ଭାଜପା

ଛେଣ୍ଡିପଦା,୬।୩(ସ୍ବ.ପ୍ର.) ସପ୍ତାହେ ପରେ ଅର୍ଥାତ୍‌ ଆସନ୍ତା ୧୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଏହାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ରାଜନୀତି ଜୋର୍‌ଧରିଛି। କେଉଁ ଦଳ ଏହି ପଦବୀ ହାତେଇବ ତାହାକୁ ନେଇ ନାନା ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି। ଗତ ମାସରେ ପଞ୍ଚାୟତ ଫଳ ପ୍ରକାଶ ପରଠାରୁ ସମିତିସଭ୍ୟମାନଙ୍କୁ ନିଜ ପକ୍ଷକୁ ନେବାକୁ ଶାସକ ବିଜେଡି ଓ ବିରୋଧୀ ଭାଜପା ପକ୍ଷରୁ ପ୍ରୟାସ ଜାରି ରହିଛି।
ଛେଣ୍ଡିପଦା ବ୍ଲକରେ ରହିଛି ମୋଟ୍‌ ୩୪ ପଞ୍ଚାୟତ। ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ହେଲେ ଯେ କୌଣସି ଦଳକୁ ୧୮ ସମିତି ସଭ୍ୟଙ୍କ ସମର୍ଥନ ହାସଲ କରିବାକୁ ପଡ଼ିବ। କଂଗ୍ରେସ ପ୍ରାୟତଃ ଏହି ଦୌଡ଼ରେ ନାହିଁ। ତେଣୁ ବିଜେଡି ଓ ଭାଜପା ନେତାମାନେ ଏଥିପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି। ବିଜୟୀ ହେବା ଦିନଠାରୁ କେତେଜଣ ସମିତି ସଭ୍ୟଙ୍କୁ ନେଇ ଅନ୍ୟତ୍ର ରଖାଯାଇଛି। ଗାଏବ ହୋଇଯାଇଥିବା ଆଉ କେତେଜଣଙ୍କ ସହ ଉଭୟ ଦଳ ପକ୍ଷରୁ ଯୋଗାଯୋଗ କରାଯାଉଛି। ସେମାନେ ନିର୍ବାଚନ ଦିନ ବ୍ଲକ ଅଫିସରେ ପହଞ୍ଚି ଯେମିତି ସପକ୍ଷରେ ଭୋଟ ଦେବେ ସେ ନେଇ ବୁଝାଶୁଝା ଚାଲିଛି। ଗତ ୨୦୧୭ ନିର୍ବାଚନରେ ଛେଣ୍ଡିପଦା ବିଧାୟକଙ୍କ ଉଦ୍ୟମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିଲା। କତଡା ପଞ୍ଚାୟତର ସମିତି ସଭ୍ୟ ଅଶୋକ କୁମାର ପ୍ରଧାନ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିଲେ। ହେଲେ ଏଥର ବ୍ଲକ ଉପରେ କେଉଁ ଦଳ କବ୍‌ଜା କରିବ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। କାରଣ କେଉଁ ଦଳ ପୂର୍ଣ୍ଣ ସମର୍ଥନ ହାସଲ କରିପାରିଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଉଭୟ ଦଳ ଏ ନେଇ ନିଜ ନିଜ ସପକ୍ଷରେ ଦାବି କରୁଛନ୍ତି। ବିଜେଡି ନିକଟରେ ୧୭ ଜଣ ସମିତି ସଭ୍ୟଙ୍କ ସମର୍ଥନ ରହିଥିବା ଦଳ ପକ୍ଷରୁ କୁହାଯାଇଛି। ତେଣୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ଭାଜପା ମଧ୍ୟ ୧୭ ଜଣ ସମିତି ସଭ୍ୟଙ୍କ ସମର୍ଥନ ହାସଲ କରିପାରିଥିବା କହିଛି। ଯଦି ଦୁଇ ଦଳ ସମାନ ସଂଖ୍ୟକ ଭୋଟ ପାଇବେ, ତା’ହେଲେ ଧର୍ମଗୁଳାରେ ଅଧ୍ୟକ୍ଷ ଚୟନ କରାଯିବ ବୋଲି ଭାଜପା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri