ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ବିଜେଡି, ଭାଜପା

ଛେଣ୍ଡିପଦା,୬।୩(ସ୍ବ.ପ୍ର.) ସପ୍ତାହେ ପରେ ଅର୍ଥାତ୍‌ ଆସନ୍ତା ୧୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଏହାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ରାଜନୀତି ଜୋର୍‌ଧରିଛି। କେଉଁ ଦଳ ଏହି ପଦବୀ ହାତେଇବ ତାହାକୁ ନେଇ ନାନା ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି। ଗତ ମାସରେ ପଞ୍ଚାୟତ ଫଳ ପ୍ରକାଶ ପରଠାରୁ ସମିତିସଭ୍ୟମାନଙ୍କୁ ନିଜ ପକ୍ଷକୁ ନେବାକୁ ଶାସକ ବିଜେଡି ଓ ବିରୋଧୀ ଭାଜପା ପକ୍ଷରୁ ପ୍ରୟାସ ଜାରି ରହିଛି।
ଛେଣ୍ଡିପଦା ବ୍ଲକରେ ରହିଛି ମୋଟ୍‌ ୩୪ ପଞ୍ଚାୟତ। ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ହେଲେ ଯେ କୌଣସି ଦଳକୁ ୧୮ ସମିତି ସଭ୍ୟଙ୍କ ସମର୍ଥନ ହାସଲ କରିବାକୁ ପଡ଼ିବ। କଂଗ୍ରେସ ପ୍ରାୟତଃ ଏହି ଦୌଡ଼ରେ ନାହିଁ। ତେଣୁ ବିଜେଡି ଓ ଭାଜପା ନେତାମାନେ ଏଥିପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି। ବିଜୟୀ ହେବା ଦିନଠାରୁ କେତେଜଣ ସମିତି ସଭ୍ୟଙ୍କୁ ନେଇ ଅନ୍ୟତ୍ର ରଖାଯାଇଛି। ଗାଏବ ହୋଇଯାଇଥିବା ଆଉ କେତେଜଣଙ୍କ ସହ ଉଭୟ ଦଳ ପକ୍ଷରୁ ଯୋଗାଯୋଗ କରାଯାଉଛି। ସେମାନେ ନିର୍ବାଚନ ଦିନ ବ୍ଲକ ଅଫିସରେ ପହଞ୍ଚି ଯେମିତି ସପକ୍ଷରେ ଭୋଟ ଦେବେ ସେ ନେଇ ବୁଝାଶୁଝା ଚାଲିଛି। ଗତ ୨୦୧୭ ନିର୍ବାଚନରେ ଛେଣ୍ଡିପଦା ବିଧାୟକଙ୍କ ଉଦ୍ୟମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିଲା। କତଡା ପଞ୍ଚାୟତର ସମିତି ସଭ୍ୟ ଅଶୋକ କୁମାର ପ୍ରଧାନ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିଲେ। ହେଲେ ଏଥର ବ୍ଲକ ଉପରେ କେଉଁ ଦଳ କବ୍‌ଜା କରିବ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। କାରଣ କେଉଁ ଦଳ ପୂର୍ଣ୍ଣ ସମର୍ଥନ ହାସଲ କରିପାରିଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଉଭୟ ଦଳ ଏ ନେଇ ନିଜ ନିଜ ସପକ୍ଷରେ ଦାବି କରୁଛନ୍ତି। ବିଜେଡି ନିକଟରେ ୧୭ ଜଣ ସମିତି ସଭ୍ୟଙ୍କ ସମର୍ଥନ ରହିଥିବା ଦଳ ପକ୍ଷରୁ କୁହାଯାଇଛି। ତେଣୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ଭାଜପା ମଧ୍ୟ ୧୭ ଜଣ ସମିତି ସଭ୍ୟଙ୍କ ସମର୍ଥନ ହାସଲ କରିପାରିଥିବା କହିଛି। ଯଦି ଦୁଇ ଦଳ ସମାନ ସଂଖ୍ୟକ ଭୋଟ ପାଇବେ, ତା’ହେଲେ ଧର୍ମଗୁଳାରେ ଅଧ୍ୟକ୍ଷ ଚୟନ କରାଯିବ ବୋଲି ଭାଜପା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri