ଭାରତୀଙ୍କ ଉପରେ ଭରସା ରଖିଲା ବିଜେଡି

ବାରିପଦା ଅଫିସ,୧୪ା୩: ମୟୂରଭଞ୍ଜ ଜିଲା ପରିଷଦ ସଭାପତି ନିର୍ବାଚନ ରବିବାର ବାରିପଦାସ୍ଥିତ ମୁର୍ଗାବାଡ଼ି ପ୍ରୟାସ ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶାମାଖୁଣ୍ଟା ବ୍ଲକ ୫୦ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟା ଭାରତୀ ହାଁସଦା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦୀ ଜେଏମ୍‌ଏମ୍‌ ପ୍ରାର୍ଥତ୍ନୀ ମୀନା ସୋରେନଙ୍କୁ ୫୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଭାରତୀଙ୍କୁ ୫୩ ଖଣ୍ଡ ଭୋଟ ମିଳିଥିବା ବେଳେ ମୀନାଙ୍କୁ ତାଙ୍କ ଦଳର ୩ ସଦସ୍ୟ ଭୋଟ ଦେଇଥିଲେ। ତେବେ ଏହି ଆସନ ଲାଗି କଳ୍ପନା ଜଳ୍ପନା ଲାଗି ରହିଥିଲା। ଅନେକ ଆଶାୟୀ ନିଜ ସପକ୍ଷରେ ଲବି ଚଳାଇ ଆସୁଥିଲେ। ଶେଷରେ ଦଳୀୟ ନେତୃବୃନ୍ଦ ଭାରତୀଙ୍କ ଉପରେ ଭରସା କରିଛନ୍ତି। ପିଡି ଡିଆରଡିଏ ପି.ଅନ୍ବେଷା ରେଡ୍ଡି ନିର୍ବାଚନ ପରିଚାଳନା କରିଥିଲେ। ପରେ ନବ ନିର୍ବାଚିତ ସଭାପତି ଭାରତୀଙ୍କ ସମେତ ସମସ୍ତ ସଦସ୍ୟାସଦସ୍ୟଙ୍କୁ ଜିଲାପାଳ ବିନୀତ ଭରଦ୍ୱାଜ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।
ଆଇନ ଶିକ୍ଷା ପାସ କରି ବାରିପଦା ବାର୍‌ ଆସୋସିଏସନରେ ଭାରତୀ କାର୍ଯ୍ୟରତ ଥିଲେ। ସ୍ବାମୀ ଡା.ନିମାଇଁ ହଁାସଦା କୁଳିଅଣା ସିଏଚ୍‌ସିରେ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଉଚ୍ଚ ଶିକ୍ଷିତା ଭାରତୀ ଦଳର ଜଣେ ଶୃଙ୍ଖଳିତ ଓ ସାଙ୍ଗଠନିକ କର୍ମୀଭାବେ ବେଶ ଜଣାଶୁଣା। ୨୦୧୨ରେ ସେ ୫୦ନଂ. ଜୋନରୁ ଜିଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଜିଲା ସଭାପତି, ଦଳର ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ସେ ତାଙ୍କ ବିଜୟର ସମସ୍ତ ଶ୍ରେୟ ଦେଇଛନ୍ତି।
ସଭାପତି ନିର୍ବାଚନ ପୂର୍ବରୁ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜ ସାଙ୍ଗଠନିକ ଜିଲା(୧)ର ସଭାପତି ତଥା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ସାଙ୍ଗଠନିକ ଜିଲା(୨)ର ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ପ୍ରାକ୍ତନମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପ୍ରାକ୍ତନ ବିଧାୟକ ଭାଦବ ହଁାସଦା, ମଙ୍ଗଲ ସିଂମୋଦି ଏବଂ ଦଳର ରାଜ୍ୟ ସମ୍ପାଦକ ଡା.ଦେବାଶିଷ ମାରାଣ୍ଡି ପ୍ରମୁଖ ବୈଠକରେ ଉପସ୍ଥିତ ଦଳୀୟ ନିଷ୍ପତ୍ତି ସମ୍ପର୍କରେ ନବ ନିର୍ବାଚିତ ୫୩ଜଣ ଜିଲା ପରିଷଦ ସଦସ୍ୟା ସଦସ୍ୟମାନଙ୍କୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?