ମେ’ରେ ଏଲ୍‌ଆଇସି ଆଇପିଓ

ନୂଆଦିଲ୍ଲୀ,୧୪ା୩: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ଲଞ୍ଚ୍‌କୁ ନେଇ ନିବେଶକମାନେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। ତେବେ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ନିକଟରେ ନୂଆ ଦସ୍ତାବିଜ ଦାଖଲ ନ କରି ଏଲ୍‌ଆଇସି ଆଇପିଓ ଆଣିବା ପାଇଁ ସରକାରଙ୍କ ନିକଟରେ ମେ’ ୧୨ ସୁଦ୍ଧା ସମୟ ରହିଛି। ସରକାର ପ୍ରଥମେ ଏଲ୍‌ଆଇସିର ପ୍ରାୟ ୫% ଶେୟାର ବିକ୍ରି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ଶେଷ ସୁଦ୍ଧା ଆଇପିଓ ଆଣିବା ଲକ୍ଷ୍ୟରେ ଥିଲେ। ଆଇପିଓରେ ପ୍ରାୟ ୬୦,୦୦୦ କୋଟି ନିବେଶ କରିିବା ଯୋଜନା ରଖିଥିବା ବେଳେ ରୁଷ୍‌ -ୟୁକ୍ରେନ୍‌ ଯୁଦ୍ଧ ଫଳରେ ଶେୟାର ବଜାରରେ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁ ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ତେବେ ସରକାର ଫେବୃୟାରୀ ୧୩ରେ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ କରିଥିଲା ଏବଂ ଗତ ସପ୍ତାହରେ ତାକୁ ମଞ୍ଜୁରୀ ମିଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri