ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭିଡିଓ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ପକ୍ଷୀ କୁକୁରକୁ ଦେଖି ଭୟରେ ମରିଯାଇଥିବା ଅଭିନୟ କରୁଛି। କୁକୁର ତାକୁ ଜଗି ରହିଥିବା ବେଳେ ସେ ଭୂମିରେ ମଲାପରି ଶୋଇ ରହୁଛି। ଯେମିତି କୁକୁର ପଳାଉଛି, ସେ ଉଠି ଦୌଡଥିବା ଦେଖାଯାଉଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, କିଛି ପ୍ରାଣୀ ଜନ୍ମରୁ ଅଭିନେତା । ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Some animals are born actors🙏 pic.twitter.com/7b7c559mQ6
— Susanta Nanda IFS (@susantananda3) July 25, 2020