ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା

ମୁମ୍ବାଇ,୩୦।୭: ସୁଶାନ୍ତ ସିଂ ରାଜପୁତ। ଏବେ ଏହି ନାଁଟି ଘରେ ଘରେ ପରିଚିତ। ବଲିଉଡ୍‌ ନାୟକ ଭାବେ ସେ ଯେତିକି ପରିଚୟ ପାଇଥିଲେ ଏବେ ତାଙ୍କ ମୃତ୍ୟୁ ମାମଲାକୁ ନେଇ ସେ ଆସିଛନ୍ତି ବେଶ୍‌ ଚର୍ଚ୍ଚାକୁ। ଗୋଟିଏ ପଟେ ମୁମ୍ବାଇ ପୋଲିସ ତାଙ୍କ ମୃତ୍ୟୁକୁ ଆତ୍ମହତା କହୁଥିବା ବେଳେ ବଲିଉଡ୍‌ର ଆଉ କେତେଜଣ ସେଲିବ୍ରିଟି ଏହାକୁ ହତ୍ୟା ବୋଲି କହୁଛନ୍ତି। ଏବେ ଏହାକୁ ନେଇ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ। ଏହି ଘଟଣାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ଆସୁଥିବା ବେଳେ ପୋଲିସ ବଦଳରେ ଏହାର ସିବିଆଇ ତଦନ୍ତ କରାଯିବା ଭଲ। କିନ୍ତୁ ଏହାକୁ ନେଇ ରାଜନୀତି ନ କରାଯାଉ ବୋଲି ସେ ଟୁଇଟ୍‌ କରିଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ନେତା ସୁବ୍ରମଣ୍ୟମ ସ୍ବାମୀ ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଟେଲିଫୋନରେ କଥା ହୋଇଥିବା କହିଛନ୍ତି। ସେ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ। ଅବଶ୍ୟ ଏଥିରେ ନୀତୀଶଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି। ନୀତୀଶଙ୍କ ମତ ହେଉଛି ଯାହାବି ହେଉ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ଓ ଦୋଷୀକୁ ଦଣ୍ଡ ମିଳୁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗପୁରରେ ପୁଣି ଫୁଟିଲା କରୋନା ବୋମା

ନାଗପୁର,୧୯।୨: କରୋନା ପୁଣି ଥରେ ମହାରାଷ୍ଟ୍ର କାୟା ବିସ୍ତାର କରିବା କରିବା ଆରମ୍ଭ କରିଛି। ମହାରାଷ୍ଟ୍ରରେ ୭୫ଦିନ ପରେ ୫୦୦୦ରୁ ଅଧିକ ନୂଆ କରୋନା ସଂକ୍ରମଣ...

ଆତଙ୍କବାଦୀ ଶିବିରରୁ ଚାଇନା ପିସ୍ତଲ ଜବତ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଥିବା ଏକ ଆତଙ୍କବାଦୀ ଶିବିରକୁ ବିଏସ୍‌ଏଫ୍‌ ଏବଂ ସେନାର ମିଳିତ ଅପରେଶନରେ ଧ୍ୱଂସ ହୋଇଛି। ଏଠାରୁ ବିପୁଳ ପରିମାଣର...

ଏଏପିର ତ୍ରିରଙ୍ଗା ଯାତ୍ରା

ନୂଆଦିଲ୍ଲୀ,୨୯ ।୮: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ଦେଶ ସ୍ୱାଧିିନତାର ୭୫ ବର୍ଷ ପୁତ୍ତି ଉପଲକ୍ଷେ ଅଯୋଧ୍ୟା, ଲକ୍ଷ୍ନୌ ଓ...

କରୋନାର ୩ ନୂଆ ଲକ୍ଷଣ: ବାନ୍ତି ଲାଗିବା ବି ହୋଇପାରେ କରୋନାର ଲକ୍ଷଣ !

ନୂଆଦିଲ୍ଲୀ,୨୯।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ହେଲେ ଏପର୍ଯ୍ୟନ୍ତ ବି କରୋନା ଲକ୍ଷଣକୁ ନେଇ ଅନେକ ଲୋକ ଅନ୍ଧାର...

ବ୍ରିକ୍ସ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ବ୍ରାଜିଲ୍‌ରେ ହେବାକୁ ଥିବା ୧୧ତମ ବ୍ରିକ୍ସ୍‌ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୧୩ ଓ ୧୪ ଦୁଇ ଦିନ ଧରି...

ଉତ୍ତରପ୍ରଦେଶରେ ଅନର କିଲିଂ: ଗର୍ଭବତୀ ନାବାଳିକାଙ୍କୁ ନିର୍ମମ ହତ୍ୟା

ଶାହାଜାହାନ୍‌ପୁର,୭।୧୦: ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍‌ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନୂଆ ଦଳର ଏଣ୍ଟ୍ରି

କୋଲକାତା,୨୧।୧- ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟରେ ଉଭା ହୋଇଛି ଏକ ନୂଆ ରାଜନୈତିକ ଦଳ। ଫୁରଫୁରା ଶରିଫ ଦରଘାର ଧର୍ମ ପ୍ରଚାରକ...

ଖୋଲିଲା ସେଲୁନ: ପିପିଇ କିଟ୍‌ ପିନ୍ଧି କାଟିଲେ କେଶ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ପ୍ରଥମଥର ଲାଗି ମହାରାଷ୍ଟ୍ରରେ ରବିବାର ସେଲୁନ ଖୋଲିଛି। ଏହାକୁ ନେଇ ସେଲୁନ ମାଲିକ...

Advertisement


Archives

Model This Week