ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କ ଜୀବନରେ ଟୋଟାଲ ନୀ (ଆଣ୍ଠୁ) ଏବଂ ହିପ୍‌ (ପିଚା) ରିପ୍ଲେସମେଣ୍ଟ ସର୍ଜରି ନିଶ୍ଚିତ ଭାବେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। କିନ୍ତୁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା- ବର୍ତ୍ତମାନ ଯେଉଁମାନେ ଏଭଳି ସର୍ଜରି କରୁଛନ୍ତି ସେମାନେ ଠିକ୍‌ ଭାବରେ ଚିକିତ୍ସା ସେବା ପାଉଛନ୍ତି ତ? କେତେକ କ୍ଷେତ୍ରରେ ଏହାର ଖର୍ଚ୍ଚ ବାଧକ ସାଜୁଛି। ତେଣୁ ଏହାକୁ ଆପଣେଇବା ପାଇଁ କେତେକ ଲୋକ ସାହସ କରୁନାହାନ୍ତି। ଏଭଳି ରୋଗୀକୁ ଆବଶ୍ୟକ ମୁତାବକ ଚିକିତ୍ସା ଯୋଗାଇ ଦେବା ହେଉଛି ବଡ଼ କଥା। ସେମାନେ କିପରି ଠିକ୍‌ ଭାବରେ ଏଥିରୁ ଆରୋଗ୍ୟ ଲାଭ କରିପାରିବେ ସେ ନେଇ ଚିକିତ୍ସା ଯୋଗାଉଥିବା ବ୍ୟକ୍ତିବିଶେଷ ଏବଂ ପରିବାର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ସର୍ଜରି ଶେଷ ବିକଳ୍ପ ହେବା ଉଚିତ: ଆଧୁନିକ କ୍ଲିନିକାଲ ଗାଇଡ୍‌ଲାଇନ୍‌ଗୁଡ଼ିକ ସାଧାରଣତଃ ଉପଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ଇଲେକ୍ଟ୍ରିକ ଜଏଣ୍ଟ ରିପ୍ଲେସମେଣ୍ଟ ପୂର୍ବରୁ ରକ୍ଷଣଶୀଳ ଚିକିତ୍ସା ପଦ୍ଧତିଗୁଡ଼ିକୁ ବିଚାର କରିବାକୁ ସୁପାରିସ କରେ। ଏଥିରେ କେତୋଟି ବିଷୟ ଅନ୍ତର୍ଭୁକ୍ତ ହୋଇପାରେ। ସେଗୁଡ଼ିକ ହେଲା- ଯୋଜନାବଦ୍ଧ ଫିଜିଓଥେରାପି ଓ ପୁନର୍ବାସନ, ପେଶୀ ଶକ୍ତିବର୍ଦ୍ଧନ ଏବଂ ନମନୀୟତା ବ୍ୟାୟାମ, ଓଜନ ନିୟନ୍ତ୍ରଣ, ଏର୍ଗୋନୋମିକ ଏବଂ ଜୀବନଶୈଳୀରେ ପରିବର୍ତ୍ତନ, ସହାୟକ ଉପକରଣର ବ୍ୟବହାର, ବେଦନା ନିୟନ୍ତ୍ରଣ ପଦ୍ଧତି, ଦୈନନ୍ଦିନ କାର୍ଯ୍ୟକଳାପରେ ଆବଶ୍ୟକ ପରିବର୍ତ୍ତନ ଏବଂ ରୋଗୀ ଶିକ୍ଷା ଓ ସଚେତନତା। ଦୁଃଖର ବିଷୟ, ଅନେକ ବରିଷ୍ଠ ରୋଗୀ ଏହି ଅପରେଶନ ବିନା ଚିକିତ୍ସା ବିକଳ୍ପଗୁଡ଼ିକ ବିଷୟରେ ଅବଗତ ନଥାନ୍ତି କିମ୍ବା ସେଗୁଡ଼ିକ ସମ୍ପର୍କରେ ପର୍ଯ୍ୟାପ୍ତ ସୂଚନା ପାଆନ୍ତି ନାହିଁ।
ସୋସିଆଲ ମିଡିଆର ପ୍ରଭାବ: ସ୍ବାସ୍ଥ୍ୟସେବାର ପରିଦୃଶ୍ୟ ଆଜି ବହୁତ ପରିବର୍ତ୍ତିତ ହୋଇଛି। ରୋଗୀମାନେ ଏବେ ରିଲ, ସ୍ପନ୍ସପର୍ଡ ଭିଡିଓ, ସମ୍ପାଦିତ ସଫଳତା କାହାଣୀ ଏବଂ ଭାବପ୍ରବଣ କରୁଥିବା ପ୍ରଶଂସାମୂଳକ ଭିଡିଓ ଦେଖୁଛନ୍ତି। ଏଗୁଡ଼ିକ ଅନେକ ସମୟରେ ଜଏଣ୍ଟ ରିପ୍ଲେସମେଣ୍ଟକୁ ଏକ ସହଜ ଏବଂ ଅନିବାର୍ଯ୍ୟ ସମାଧାନ ଭାବେ ଉପସ୍ଥାପନ କରେ। ଏପରି ପ୍ରଚାରମୂଳକ ବିଷୟବସ୍ତୁ ଅଜାଣତରେ ଅବାସ୍ତବ ଆଶା ସୃଷ୍ଟି କରିପାରେ ଏବଂ ନିମ୍ନଲିଖିତ ବିଷୟଗୁଡ଼ିକୁ ଯଥେଷ୍ଟ ଗୁରୁତ୍ୱ ଦେଇ ନ ପାରେ। ସେଗୁଡିକ ହେଲା- ସମ୍ଭାବ୍ୟ ସର୍ଜିକାଲ ଜଟିଳତା, ସଂକ୍ରମଣର ଝୁମ୍ପ, ଇମ୍ପ୍ଲାଣ୍ଟ ବିଫଳତା, ପୁନଃ ସର୍ଜରିର ଆବଶ୍ୟକତା, ଦୀର୍ଘ ପୁନର୍ବାସନ ପ୍ରକ୍ରିୟା, ଚିକିତ୍ସାର ଆର୍ଥିକ ଭାର, କେତେକ ରୋଗୀଙ୍କଠାରେ ଚିକିତ୍ସା ପରେ ମଧ୍ୟ ଅନୁଭୂତ ହେଉଥିବା ଯନ୍ତ୍ରଣା, ଡାକ୍ତରମାନଙ୍କୁ ବିଭ୍ରାନ୍ତିକର ପ୍ରଚାରମୂଳକ ସାମଗ୍ରୀରୁ ଦୂରେଇ ରହିବା, ରୋଗୀଙ୍କ ପ୍ରଶଂସାପତ୍ର କିମ୍ବା ଏନଡ୍ରୋସମେଣ୍ଟ ବ୍ୟବହାର ନ କରିବା ଏବଂ ରୋଗୀ ଆକର୍ଷଣ କରୁଥିବା ଭାବରେ ସର୍ଜରିର ଫଳାଫଳ ପ୍ରଦର୍ଶନ ନ କରିବା ପାଇଁ ନୈତିକ ନିର୍ଦ୍ଦେଶ ଦେଇଛି।
ପ୍ରକୃତ ସୂଚିତ ସମ୍ମତିର ଆବଶ୍ୟକତା: ପ୍ରକୃତ ସୂଚିତ ସମ୍ମତି ସେତେବେଳେ ହିଁ ସମ୍ପୂର୍ଣ୍ଣ ହୁଏ, ଯେତେବେଳେ ପ୍ରତ୍ୟେକ ରୋଗୀ ନିମ୍ନଲିଖିତ ବିଷୟ ବୁଝିପାରନ୍ତି, ଯଥା- ସର୍ଜରି କାହିଁକି ସୁପାରିସ କରାଯାଉଛି, ଉପଲବ୍ଧ ଅପରେଶନ ବିନା ଚିକିତ୍ସା ବିକଳ୍ପଗୁଡ଼ିକ, ଆଶା କରାଯାଉଥିବା ଲାଭ, ସମ୍ଭାବ୍ୟ ଜଟିଳତା, ସୁସ୍ଥ ହେବାର ସମୟସୀମା ଦୀର୍ଘକାଳୀନ ଫଳାଫଳ ଏବଂ ଦ୍ୱିତୀୟ ଚିକିତ୍ସା ମତାମତ ନେବାର ଅଧିକାର।
ଭାରତର ବରିଷ୍ଠ ନାଗରିକଙ୍କ ସୁରକ୍ଷା: ବୟସ୍କ ବ୍ୟକ୍ତିମାନେ ପ୍ରାୟତଃ ଚିକିତ୍ସକମାନଙ୍କ ଉପରେ ଅତ୍ୟଧିକ ଭରସା କରନ୍ତି। ଅନେକେ ଭାବନାତ୍ମକ ଭାବରେ ସମ୍ବେଦନଶୀଳ, ଆର୍ଥିକ ଭାବରେ ପରିବାର ଉପରେ ନିର୍ଭରଶୀଳ ଏବଂ ଏକାଧିକ ଦୀର୍ଘକାଳୀନ ରୋଗରେ ପୀଡ଼ିତ ହୋଇପାରନ୍ତି। ଏହି ନାଗରିକମାନଙ୍କୁ ନିମ୍ନଲିଖିତ ବିଷୟରୁ ସୁରକ୍ଷା ମିଳିବା ଉଚିତ, ଯଥା ବାଣିଜି୍ୟକ ଚାପ, ଭୟଭିତ୍ତିକ ମାର୍କେଟିଂ, ବିଭ୍ରାନ୍ତିକର ବିଜ୍ଞାପନ, ଚିକିତ୍ସା ବିକଳ୍ପ ସମ୍ପର୍କରେ ଅସମ୍ପୂର୍ଣ୍ଣ ସୂଚନା, ବିଭିନ୍ନ ପ୍ରକାରର ସାମାଜିକ କିମ୍ବା ପାରିବାରିକ ଚାପ ଏବଂ ସ୍ବାସ୍ଥ୍ୟସେବା ସମ୍ପର୍କିତ ନିଷ୍ପତ୍ତିରେ ରୋଗୀଙ୍କ କଲ୍ୟାଣକୁ ପ୍ରାଥମିକତା ମିଳିବା ଉଚିତ କୌଣସି ସଂସ୍ଥାର ଆୟକୁ ନୁହେଁ।
ଫିଜିଓଥେରାପିର ଭୂମିକା : ଫିଜିଓଥେରାପି କେବଳ ଏକ ବ୍ୟାୟାମ କାର୍ଯ୍ୟକ୍ରମ ନୁହେଁ। ଏହା ଏକ ବୈଜ୍ଞାନିକ ଏବଂ ପ୍ରମାଣଭିତ୍ତିକ ସ୍ବାସ୍ଥ୍ୟସେବା ପେସା, ଯାହାର ଉଦ୍ଦେଶ୍ୟ ହେଉଛି: ଜଏଣ୍ଟର ଚଳନଶୀଳତା ବୃଦ୍ଧି କରିବା, ଯନ୍ତ୍ରଣା କମାଇବା, ପେଶୀ ଶକ୍ତି ବୃଦ୍ଧି କରିବା, ଶାରୀରିକ କାର୍ଯ୍ୟକ୍ଷମତା ପୁନଃସ୍ଥାପନ କରିବା, ସନ୍ତୁଳନ ଉନ୍ନତ କରିବା, ପଡ଼ିଯିବାର ଝୁମ୍ପ କମାଇବା, ସମ୍ଭବ ଥିବା କ୍ଷେତ୍ରରେ ରୋଗର ପ୍ରଗତିକୁ ବିଳମ୍ବ କରିବା ଓ ସ୍ବାଧୀନତା ଏବଂ ଜୀବନର ଗୁଣମାନ ବୃଦ୍ଧି କରିବା।
ଫିଜିଓଥେରାପି ଗୁରୁତର ଗଠନାତ୍ମକ ଜଏଣ୍ଟ କ୍ଷୟକୁ ପଛକୁ ଫେରାଇପାରେ ନାହିଁ। ତଥାପି ଅନେକ ରୋଗୀଙ୍କଠାରେ ଏହା ଲକ୍ଷଣରେ ଉଲ୍ଲେଖନୀୟ ସୁଧାର ଆଣିପାରେ ଏବଂ ଚୟନିତ ରୋଗୀଙ୍କ କ୍ଷେତ୍ରରେ ସର୍ଜରିର ଆବଶ୍ୟକତାକୁ ବିଳମ୍ବ କିମ୍ବା କମାଇବାରେ ସହାୟକ ହୋଇପାରେ।
ଭାରତରେ ରୋଗୀ ସୁରକ୍ଷା ପାଇଁ ଅଧିକ ଦୃଢ଼ ବ୍ୟବସ୍ଥା ବିଚାର କରାଯିବା ଉଚିତ। ସେଗୁଡିକ ହେଲା : ରୋବୋଟିକ୍‌ ଜଏଣ୍ଟ ରିପ୍ଲେସମେଣ୍ଟ ପୂର୍ବରୁ ଚିକିତ୍ସା ବିଷୟରେ ରୋଗୀଙ୍କୁ ବିଶଦ ଭାବରେ ବୁଝାଇ ଦେବା ଆବଶ୍ୟକ। ପ୍ରମାଣଭିତ୍ତିକ ମସ୍କୁଲୋସ୍କେଲେଟାଲ ସ୍ବାସ୍ଥ୍ୟସେବା ବିଷୟରେ ଜନସଚେତନତା ଅଭିଯାନ ଆହୁରି ସକ୍ରିୟ ହେବା ଉଚିତ।
ଜଏଣ୍ଟ ସମସ୍ୟାରେ ଠିକ୍‌ ଭାବରେ ଚୟନିତ ରୋଗୀଙ୍କ ପାଇଁ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି ଏକ ସୁବ୍ୟବସ୍ଥିତ ଚିକିତ୍ସା ଭାବେ ଏବେ ଉଭା ହୋଇଛି। କିନ୍ତୁ ସେହି ସମୟରେ, କୌଣସି ରୋଗୀଙ୍କୁ ସର୍ଜରି ବିଷୟରେ ସୂଚନା ଦେବା ସମୟରେ ଏହାର ଏକ ଚିକିତ୍ସା ବିକଳ୍ପ ଫିଜିଓଥେରାପି ବିଷୟରେ ଜଣାଇଦେବା ଦରକାର। ପ୍ରତ୍ୟେକ ବରିଷ୍ଠ ନାଗରିକ ଜାଣି ରଖିବା ଉଚିତ ଯେ ସେମାନେ ଏକ ଉପପୁକ୍ତ ଚିକିତ୍ସା ପରାମର୍ଶ ଆଧାରରେ ନିଜର ଚିକିତ୍ସା କରାଇପାରିବେ। ନୈତିକତା, ସ୍ବଚ୍ଛତା, ବୈଜ୍ଞାନିକ ପ୍ରମାଣ ଏବଂ ରୋଗୀକୈନ୍ଦ୍ରିକ ନିଷ୍ପତ୍ତି ସ୍ବାସ୍ଥ୍ୟସେବାର ମୂଳ ଆଧାର ହେଉ।
-ସମ୍ବିତ ଭବନ, (ଜିଲା ସ୍କୁଲ ସମ୍ମୁଖ), ଷ୍ଟେଶନ ରୋଡ୍‌, ପୁରୀ
ମୋ : ୯୦୪୦୨୪୦୨୫୦

ପ୍ର. ଡ. ଅମ୍ଳାନ ଜ୍ୟୋତି ମହାନ୍ତି

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?