୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍‌ ହେଲେ ଆଶ୍ଚର୍ଯ୍ୟ

ଭାରତରେ କ୍ରିକେଟ୍‌ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଭିଡିଓରେ ସେ ବହୁତ ଚମତ୍କାର ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ଏହି ଝିଅଙ୍କ ଭିଡିଓ ଆନନ୍ଦ ମହିନ୍ଦ୍ରା, କ୍ରିକେଟର୍‌ ମିତାଲି ରାଜ ଏବଂ ଜେମିମା ରୋଡ୍ରିଗ୍ସଙ୍କ ପରି ଭେଟେରାନମାନେ ମଧ୍ୟ ଦେଖିଛନ୍ତି। ସେ କେବଳ ଏହି ଛୋଟ ଝିଅକୁ ପ୍ରଶଂସା କରିନାହାଁନ୍ତି, ବରଂ ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।
ଏହି ଝିଅର ନାମ ହେଉଛି ମେହେକ ଫାତିମା। ସେ କେରଳର କୋଝିକୋଡରୁ ଆସିଛନ୍ତି। ଫାତିମାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ରିକେଟ୍‌ ଅଭ୍ୟାସର ସମସ୍ତ ଭିଡିଓ ଶେୟାର କରନ୍ତି। ମେହେକ ଫାତିମାଙ୍କ ଦକ୍ଷତା ତାଙ୍କ ବ୍ୟାଟିଂରେ ସ୍ପଷ୍ଟ ଭାବେ ଦେଖାଯାଏ, କାରଣ ସେ ଏକାଧିକ ଶଟ, ସିଧାସଳଖ ଡ୍ରାଇଭ ମାରନ୍ତି। ମେହେକଙ୍କ ଭିଡିଓ ଭାରତୀୟ କ୍ରିକେଟର ଜେମିମା ରୋଡ୍ରିଗ୍ସ ଏବଂ ମିତାଲି ରାଜଙ୍କ ଦୃଷ୍ଟି ଆକର୍ଷଣ କରିଛି। ମିତାଲି ରାଜ ଲେଖିଛନ୍ତି, ମେହକ ଫାତିମାଙ୍କ ପାଇଁ ମୋର ସମର୍ଥନ ଏବଂ ଆଶୀର୍ବାଦ ରହିଛି ଏବଂ ଖେଳକୁ ଆଗକୁ ନେବାକୁ ଆଗ୍ରହୀ ଥିବା ସମସ୍ତ ଛୋଟ ଝିଅଙ୍କୁ ମୋର ଆଶୀର୍ବାଦ। ମୋର କୌଣସି ସାହାଯ୍ୟ ଆବଶ୍ୟକ ଥିଲେ ମୁଁ ଦେବାକୁ ପ୍ରସ୍ତୁତ ବୋଲି ମିତାଲି ତାଙ୍କ ମାତାପିତାଙ୍କୁ କହିଛନ୍ତି।
ଫାତିମାଙ୍କ ମା ଖାଦିଜା କହିଛନ୍ତି, ଫାତିମା କ୍ରିକେଟ ପାଇଁ ଏତେ ଉତ୍ସର୍ଗୀକୃତ ଯେ ସେ ଦିନସାରା ତାଙ୍କ ଘର ଭିତରେ ତାଙ୍କ ପିତାଙ୍କ ସହ ଖେଳନ୍ତି। ଭବିଷ୍ୟତରେ ସେ କ୍ରିକେଟର ହେବାକୁ ଇଚ୍ଛା ରଖିଛନ୍ତି। ମେହେକ ଫାତିମା ପ୍ରାୟ ସାତ ମାସ ପୂର୍ବରୁ ଖେଳିବା ଆରମ୍ଭ କରିଥିଲେ। ମେହକ ତାଙ୍କ ପିତାଙ୍କୁ ପଚାରିଥିଲେ, ମୁଁ ଜଣେ ଝିଅ ହେତୁ ତୁମେ ମୋତେ କ୍ରିକେଟ୍‌ ଶିକ୍ଷା ଦେଉ ନାହଁ କି? ସେବେଠାରୁ ସେ ଆନୁଷ୍ଠାନିକ କ୍ରିକେଟ ତାଲିମ ପାଇଁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ଲକ୍ଷ୍ୟରେ କୋଲକାତା

ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। କୋଲକାତା ୧୨...

ଖେଳାଳିଙ୍କୁ ଚକିତ କଲା ଅମ୍ପାୟରଙ୍କ ଅଜବ ନିଷ୍ପତ୍ତି

ମେଲବୋର୍ନ,୩୧।୧୨- ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ମେଲବୋର୍ନ ରେନେଗେଡ୍ସ ମଧ୍ୟରେ ଖେଳାଯାଇଥିବା ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ)ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆନ ଅମ୍ପାୟର ଗ୍ରେଗ ଡାଭିଡସନ...

ଦୁଇଟି ଗଛକୁ ଜଗିବା ପାଇଁ ୩ ସିକ୍ୟୁରିଟି ଗାର୍ଡ, ୬ କୁକୁର ନିୟୋଜିତ: କାରଣ ଜାଣିଲେ…

ଏବେ ଆମ୍ବ ସିଜିନ୍‌ ଚାଲିଛି। ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଆମ୍ବ କିଲୋ ଅତିବେଶୀରେ ୧୫୦-୨୦୦ ଭିତରେ ରହିଥାଏ। କିନ୍ତୁ ଭାରତରେ ଏକ...

ଗାଈ-ବାଛୁରୀଙ୍କ ଗୁପ୍‌ଚୁପ୍‌ ଖିଆ, ଭିଡିଓ ଦେଖିଲେ…

ଗୁପ୍‌ଚୁପ୍‌ ଏମିତି ଏକ ପାଟି ସୁଆଦିଆ ଜିନିଷ ଯାହାକୁ ଅଧିକାଂଶ ଲୋକ ମଜାର ସହିତ ଖାଇବାକୁ ପସନ୍ଦ କରିଥାନ୍ତି। ମହିଳା ହୁଅନ୍ତି କି ପୁରୁଷ, ସମସ୍ତେ...

ଓସିଏ ନିର୍ବାଚନ: ସ୍କୁଲ, କଲେଜ ଭୋଟରେ ଅଙ୍କ ଓଲଟିପାରେ

କଟକ ଅଫିସ,୨୬ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ରହିଛି। ଗୁରୁବାର ରାତି ପାହିଲେ ନିର୍ବାଚନକୁ ଓହ୍ଲାଇବେ ୧୦ ପ୍ରାର୍ଥୀ। ୫...

ଶ୍ରୀଜେଶ, ସବିତା ବର୍ଷର ଶ୍ରେଷ୍ଠ ଗୋଲକିପର

ନୂଆଦିଲ୍ଲୀ, ୭ା୧୦(ପି.ଟି.):ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଭାରତର ପି.ଆର୍‌. ଶ୍ରୀଜେସ ଓ ସବିତା ପୁନିଆ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲ୍‌କିପର...

ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୦ ଖେଳାଳି

ବାରିପଦା ଅଫିସ,୨୨ା୧୦- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ...

୮ ବର୍ଷରୁ ହକି ଖେଳିବା ଆରମ୍ଭ କରିଥିଲେ ନିକୋଲସ୍‌

ରାଉରକେଲା ଅଫିସ, ୧୬।୧: ମାତ୍ର ୮ ବର୍ଷ ହୋଇଥିବା ବେଳେ ଇଂଲଣ୍ଡର ଖେଳାଳି ନିକୋଲସ ବାଣ୍ଡୁରକ ହକି ଖେଳ ଆରମ୍ଭ କରିଥିଲେ। ନିକୋଲସଙ୍କ ମା’ ଫିଲ...

Advertisement
Archives

Model This Week