ବାହାରୁ ମହାକାଳପଡ଼ାକୁ ଆସୁଛି ବିଡିଂ ଯାଆଁଳ

ମହାକାଳପଡ଼ା,୨୦ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ଭାବେ ଭାକ୍ସିନ ଦ୍ୱାରା ବିଡିଂ କରାଯାଉଥିବା କୃତ୍ରିମ ମାଛ ଯାଆଁଳ ବିକ୍ରି ହେଉଛି। ଏହି ମାଛ ଯାଆଁଳକୁ କେତେଜଣ ବ୍ୟବସାୟୀ କୋଲକାତା, ବାଂଲାଦେଶ ସୀମାରୁ ଆସି ୨ ମାସରୁ ଅଧିକ ହେବ ସ୍ଥାନୀୟ ପୋଖରୀରେ ଗାଞ୍ଜ ଜାଲ ଘେରା କରି ଆଡ୍ଡା ଜମାଇଛନ୍ତି। ବିଶେଷକରି ବାଂଲାଦେଶ ସୀମା ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲାର ବଡ଼ତଳା ବଜାର, ନଦୀଘାଟ ଅଞ୍ଚଳରୁ ପିକ୍‌ଅପ୍‌ ଭ୍ୟାନ, ବଡ ବଡ ଟ୍ରକ୍‌ ଦ୍ୱାରା କାନ୍ଥି ଜିଲାର କେତେଜଣ ବ୍ୟବସାୟୀ କେନ୍ଦ୍ରାପଡ଼ା ଜିଲାକୁ ଯାଆଁଳ ଚାଲାଣ କରିଥାନ୍ତି। ମହାକାଳପଡ଼ା ବ୍ଲକର ଜମ୍ବୁ, ଛପାଲୀ, ମଳାଢ଼ି, ଅରୁଣ ନଗର, ରାମନଗର ଆଦି ଅଞ୍ଚଳରେ କାନ୍ଥି ଅଞ୍ଚଳର ବ୍ୟବସାୟୀ ପୋଖରୀରେ ମାଛ ଯାଆଁଳକୁ ଗାଞ୍ଜ ଜାଲରେ ରଖି ସଂରକ୍ଷିତ ରଖନ୍ତି। ପରେ ବାଇକ୍‌, ସାଇକେଲ ଯୋଗେ ସିଲ୍‌ଭର ହାଣ୍ଡିରେ ସ୍ବଳ୍ପ ପାଣି ମଧ୍ୟରେ ରୋହି, ଭାକୁର, ମିରିକାଳୀ, ରୂପଚାନ୍ଦି, ଟେମ୍ପୋ, ସିଲ୍‌ଭର କାର୍ପ, ଗ୍ରାସ କାର୍ପ, କେରାଣ୍ଡି ଆଦି ଯାଆଁଳ କିଲୋ ପ୍ରତି ୨ରୁ ସାଢ଼େ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଗାଁ ଗାଁରେ ବୁଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ମାଛ ଯାଆଁଳ ଇଞ୍ଜେକଶନ ବା ଭାକ୍ସିନ ପ୍ରୟୋଗ ଯୋଗୁ କୃତ୍ରିମ ଉପାୟରେ ଉତ୍ପାଦନ ହେଉଥିବା କାନ୍ଥି ଅଞ୍ଚଳର ଜଣେ ବ୍ୟବସାୟୀ କହିଛନ୍ତି।
ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର ମାଛ ଚାଷୀ ଏହି ଯାଆଁଳକୁ ପୋଖରୀରେ ଛାଡ଼ିଲା ପରେ ବର୍ଷକ ମଧ୍ୟରେ ୪ରୁ ୫ ଶହ ଗ୍ରାମରୁ ଅଧିକ ମାଛ ବଢୁ ନାହାନ୍ତି ବୋଲି ବାବାଜୀ ବେହେରା, ସଦାଶିବ ରାଉତ, ଦୀନବନ୍ଧୁ ସ୍ବାଇଁ, ଶୁକଦେବ ମଣ୍ଡଳ, ହରିପଦ ଜେନା ପ୍ରମୁଖ କେତେଜଣ ଚାଷୀ କହିଛନ୍ତି। ତେବେ ମୌସୁମୀ ବର୍ଷା ଆରମ୍ଭରେ ଉପରମୁଣ୍ଡ ହୀରାକୁଦ ଜଳଭଣ୍ଡାରରେ ମଧୁର ଜଳରେ ବଡ ମାଛଗୁଡ଼ିକ ପ୍ରାକୃତିକ ଅଣ୍ଡାଦାନ କରିଥାନ୍ତି। ଏହି ପ୍ରାକୃତିକ ମାଛ ଅଣ୍ଡା ବନ୍ୟାଜଳରେ ବଡ଼ ବଡ଼ ଫେଣ ଆକାରରେ ଭାସିଆସେ। ସ୍ଥାନୀୟ ଯାଆଁଳ ବ୍ୟବସାୟୀ ତଳମୁଣ୍ଡର ନଦୀ ନାଳରୁ ଫେଣ ସଂଗ୍ରହ କରିଥାନ୍ତି। ଏହାକୁ ସ୍ଥାନୀୟ ମାଛ ଚାଷୀଙ୍କୁ ବିକ୍ରୟ କରନ୍ତି। ପ୍ରାକୃତିକ ମାଛ ଯାଆଁଳ ପୋଖରୀରେ ଛାଡ଼ିଲେ ତାହା ବର୍ଷକ ମଧ୍ୟରେ ୨ରୁ ୩ କିଲୋ ବଢ଼ିଥାନ୍ତି ବୋଲି ଚାଷୀ ନାଥ କୁମାର ଭୋଳ, ଲକ୍ଷ୍ମୀଧର ସ୍ବାଇଁ, ଉପେନ୍ଦ୍ର ଜେନା ପ୍ରମୁଖ କହିଛନ୍ତି। ମହାକାଳପଡ଼ା ଅଞ୍ଚଳରେ ଏହି ମାସରେ ମାଛ ଯାଆଁଳ ଉତ୍ପାଦନ ହେଉନାହିଁ। ତେଣୁ ମାଛ ଚାଷୀମାନେ ବାଧ୍ୟହୋଇ ପଶ୍ଚିମବଙ୍ଗ ଅଞ୍ଚଳର କୃତ୍ରିମ ଯାଆଁଳ ଉପରେ ନିର୍ଭର କରୁଥିବା ଚାଷୀମାନେ କହିଛନ୍ତି। ଜିଲା ମତ୍ସ୍ୟ ବିଭାଗ ଏଥିପ୍ରତି ଯତ୍ନବାନ ହେବା ପାଇଁ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ବର୍ଷାଋତୁରେ ମହାକାଳପଡ଼ା ଅଞ୍ଚଳରୁ ପ୍ରାକୃତିକ ଯାଆଁଳ କୋଲ୍‌କାତା ଯାଉଛି। ସେଠାରୁ କୃତ୍ରିମ ଯାଆଁଳ ଆଣି ଏଠାରେ ବିକ୍ରି କରାଯାଉଛି। ଏ ସମ୍ପର୍କରେ ମହାକାଳପଡ଼ା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ କୌଶଲ୍ୟାଗଙ୍ଗରେ ମଧୁର ମାଛ ଯାଆଁଳ ଉତ୍ପାଦନ ହେଉଛି। ଖୁବ୍‌ଶୀଘ୍ର ଏହି ଅଞ୍ଚଳର ମାଛଚାଷୀଙ୍କୁ ସୁଲଭ ମୂଲ୍ୟରେ ଯାଆଁଳ ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?