ବାହାରୁ ମହାକାଳପଡ଼ାକୁ ଆସୁଛି ବିଡିଂ ଯାଆଁଳ

ମହାକାଳପଡ଼ା,୨୦ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ଭାବେ ଭାକ୍ସିନ ଦ୍ୱାରା ବିଡିଂ କରାଯାଉଥିବା କୃତ୍ରିମ ମାଛ ଯାଆଁଳ ବିକ୍ରି ହେଉଛି। ଏହି ମାଛ ଯାଆଁଳକୁ କେତେଜଣ ବ୍ୟବସାୟୀ କୋଲକାତା, ବାଂଲାଦେଶ ସୀମାରୁ ଆସି ୨ ମାସରୁ ଅଧିକ ହେବ ସ୍ଥାନୀୟ ପୋଖରୀରେ ଗାଞ୍ଜ ଜାଲ ଘେରା କରି ଆଡ୍ଡା ଜମାଇଛନ୍ତି। ବିଶେଷକରି ବାଂଲାଦେଶ ସୀମା ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲାର ବଡ଼ତଳା ବଜାର, ନଦୀଘାଟ ଅଞ୍ଚଳରୁ ପିକ୍‌ଅପ୍‌ ଭ୍ୟାନ, ବଡ ବଡ ଟ୍ରକ୍‌ ଦ୍ୱାରା କାନ୍ଥି ଜିଲାର କେତେଜଣ ବ୍ୟବସାୟୀ କେନ୍ଦ୍ରାପଡ଼ା ଜିଲାକୁ ଯାଆଁଳ ଚାଲାଣ କରିଥାନ୍ତି। ମହାକାଳପଡ଼ା ବ୍ଲକର ଜମ୍ବୁ, ଛପାଲୀ, ମଳାଢ଼ି, ଅରୁଣ ନଗର, ରାମନଗର ଆଦି ଅଞ୍ଚଳରେ କାନ୍ଥି ଅଞ୍ଚଳର ବ୍ୟବସାୟୀ ପୋଖରୀରେ ମାଛ ଯାଆଁଳକୁ ଗାଞ୍ଜ ଜାଲରେ ରଖି ସଂରକ୍ଷିତ ରଖନ୍ତି। ପରେ ବାଇକ୍‌, ସାଇକେଲ ଯୋଗେ ସିଲ୍‌ଭର ହାଣ୍ଡିରେ ସ୍ବଳ୍ପ ପାଣି ମଧ୍ୟରେ ରୋହି, ଭାକୁର, ମିରିକାଳୀ, ରୂପଚାନ୍ଦି, ଟେମ୍ପୋ, ସିଲ୍‌ଭର କାର୍ପ, ଗ୍ରାସ କାର୍ପ, କେରାଣ୍ଡି ଆଦି ଯାଆଁଳ କିଲୋ ପ୍ରତି ୨ରୁ ସାଢ଼େ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଗାଁ ଗାଁରେ ବୁଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ମାଛ ଯାଆଁଳ ଇଞ୍ଜେକଶନ ବା ଭାକ୍ସିନ ପ୍ରୟୋଗ ଯୋଗୁ କୃତ୍ରିମ ଉପାୟରେ ଉତ୍ପାଦନ ହେଉଥିବା କାନ୍ଥି ଅଞ୍ଚଳର ଜଣେ ବ୍ୟବସାୟୀ କହିଛନ୍ତି।
ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର ମାଛ ଚାଷୀ ଏହି ଯାଆଁଳକୁ ପୋଖରୀରେ ଛାଡ଼ିଲା ପରେ ବର୍ଷକ ମଧ୍ୟରେ ୪ରୁ ୫ ଶହ ଗ୍ରାମରୁ ଅଧିକ ମାଛ ବଢୁ ନାହାନ୍ତି ବୋଲି ବାବାଜୀ ବେହେରା, ସଦାଶିବ ରାଉତ, ଦୀନବନ୍ଧୁ ସ୍ବାଇଁ, ଶୁକଦେବ ମଣ୍ଡଳ, ହରିପଦ ଜେନା ପ୍ରମୁଖ କେତେଜଣ ଚାଷୀ କହିଛନ୍ତି। ତେବେ ମୌସୁମୀ ବର୍ଷା ଆରମ୍ଭରେ ଉପରମୁଣ୍ଡ ହୀରାକୁଦ ଜଳଭଣ୍ଡାରରେ ମଧୁର ଜଳରେ ବଡ ମାଛଗୁଡ଼ିକ ପ୍ରାକୃତିକ ଅଣ୍ଡାଦାନ କରିଥାନ୍ତି। ଏହି ପ୍ରାକୃତିକ ମାଛ ଅଣ୍ଡା ବନ୍ୟାଜଳରେ ବଡ଼ ବଡ଼ ଫେଣ ଆକାରରେ ଭାସିଆସେ। ସ୍ଥାନୀୟ ଯାଆଁଳ ବ୍ୟବସାୟୀ ତଳମୁଣ୍ଡର ନଦୀ ନାଳରୁ ଫେଣ ସଂଗ୍ରହ କରିଥାନ୍ତି। ଏହାକୁ ସ୍ଥାନୀୟ ମାଛ ଚାଷୀଙ୍କୁ ବିକ୍ରୟ କରନ୍ତି। ପ୍ରାକୃତିକ ମାଛ ଯାଆଁଳ ପୋଖରୀରେ ଛାଡ଼ିଲେ ତାହା ବର୍ଷକ ମଧ୍ୟରେ ୨ରୁ ୩ କିଲୋ ବଢ଼ିଥାନ୍ତି ବୋଲି ଚାଷୀ ନାଥ କୁମାର ଭୋଳ, ଲକ୍ଷ୍ମୀଧର ସ୍ବାଇଁ, ଉପେନ୍ଦ୍ର ଜେନା ପ୍ରମୁଖ କହିଛନ୍ତି। ମହାକାଳପଡ଼ା ଅଞ୍ଚଳରେ ଏହି ମାସରେ ମାଛ ଯାଆଁଳ ଉତ୍ପାଦନ ହେଉନାହିଁ। ତେଣୁ ମାଛ ଚାଷୀମାନେ ବାଧ୍ୟହୋଇ ପଶ୍ଚିମବଙ୍ଗ ଅଞ୍ଚଳର କୃତ୍ରିମ ଯାଆଁଳ ଉପରେ ନିର୍ଭର କରୁଥିବା ଚାଷୀମାନେ କହିଛନ୍ତି। ଜିଲା ମତ୍ସ୍ୟ ବିଭାଗ ଏଥିପ୍ରତି ଯତ୍ନବାନ ହେବା ପାଇଁ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ବର୍ଷାଋତୁରେ ମହାକାଳପଡ଼ା ଅଞ୍ଚଳରୁ ପ୍ରାକୃତିକ ଯାଆଁଳ କୋଲ୍‌କାତା ଯାଉଛି। ସେଠାରୁ କୃତ୍ରିମ ଯାଆଁଳ ଆଣି ଏଠାରେ ବିକ୍ରି କରାଯାଉଛି। ଏ ସମ୍ପର୍କରେ ମହାକାଳପଡ଼ା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ କୌଶଲ୍ୟାଗଙ୍ଗରେ ମଧୁର ମାଛ ଯାଆଁଳ ଉତ୍ପାଦନ ହେଉଛି। ଖୁବ୍‌ଶୀଘ୍ର ଏହି ଅଞ୍ଚଳର ମାଛଚାଷୀଙ୍କୁ ସୁଲଭ ମୂଲ୍ୟରେ ଯାଆଁଳ ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ବନ୍ୟା

ବରୀ,୧୧।୯ (ଡି.ଏନ୍‌.ଏ.): ଚଳିତ ବନ୍ୟାରେ ବରୀ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ହଜାର ହଜାର ହେକ୍ଟର ଚାଷ ଉଜୁଡ଼ି ଯାଇଥିବା ବେଳେଅନେକ ଲୋକଙ୍କ ଘର...

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ସ୍କୁଲ ପାଚେରି

ମାଲକାନଗିରି,୩୦ା୫(ଡି.ଏନ୍‌.ଏ.): ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରି। ଅସରାଏ ବର୍ଷାରେ ଶନିବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଅଁଳାପଦର ସ୍କୁଲର ପାଚେରି ନଷ୍ଟ...

ଆଧାର ନ ଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା

ଗୋପ,୬।୩(ଡି.ଏନ୍‌.ଏ.): ଆଧାର ନ ଥିଲେ ଏଥର ଭତ୍ତା ଟଙ୍କା ମିଳିବନି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକକୁ ଜଣାଇ ଦିଆଯାଇଛି। ଗୋପ ବ୍ଲକର ୩୧ଟି...

ବୋଲେରୋ ଧକ୍କାରେ ଜଳିଗଲା ବାଇକ୍‌: ସ୍ବାମୀ, ସ୍ତ୍ରୀ ଓ ପୁଅ ମୃତ

ବଲାଙ୍ଗୀର ଅଫିସ/ଗୁଡଭେଲା, ୪ା୧୨(ଡି.ଏନ.ଏ.)-ବଲାଙ୍ଗୀର ଜିଲା ତୁଷୁରା-ଦେଉଳଗୁଡି ମୁଖ୍ୟରାସ୍ତାର ଜମ୍ଭେଲ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସାଢ଼େ ୨ଟାରେ ଏକ ବୋଲେରୋ ଗାଡ଼ି ସାମ୍ନାପଟରୁ ଆସୁଥିବା ଏକ...

ଗଞ୍ଜାମରେ ଧାନ ବିକିବା ପାଇଁ ୯୯.୬୪ ପ୍ରତିଶତ ଚାଷୀ କରିଛନ୍ତି ପଞ୍ଜିକରଣ

ଛତ୍ରପୁର, ୭।୯(ଡି.ଏନ୍‌.ଏ.): ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ ମୋଡରେ କରିବା ସକାଶେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ...

ବିଦ୍ୟୁତ୍‌ ବିଭ୍ରାଟକୁ ନେଇ କୁହୁଳୁଛି ଅସନ୍ତୋଷ

ପୁରୁଷୋତ୍ତମପୁର, ୩୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରବାସୀଙ୍କ ଉପରେ ଟିପିଏସ୍‌ଓଡିଏଲ୍‌ ଦାଉ ସାଧିଛି। ସାଉଥକୋଠାରୁ ଟାଟା ପାୱାର(ଟିପିଏସ୍‌ଓଡିଏଲ୍‌) ଗତ ଜାନୁୟାରୀ ୨୦୨୧ରୁ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ...

ନୀତି ବିଳମ୍ବ, ଭକ୍ତ ହଇରାଣ

ପୁରୀ ଅଫିସ, ୫ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ପବିତ୍ର ପଞ୍ଚକ ଆରମ୍ଭ ହୋଇଛି। ପଞ୍ଚକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ...

ମହିଳା ଖେଳାଳିଙ୍କୁ ପୋଲିସ ବିଭାଗରେ ଅବହେଳା ଅଭିଯୋଗ

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ):ଓ୍ବେଟ୍‌ ଲିଫ୍ଟିଂ ବା ଶକ୍ତି ଉତ୍ତୋଳନରେ ଦକ୍ଷିଣ ଆଫ୍ରିକାରେ ୨୦୧୦-୧୧ରେ ସ୍ବର୍ଣ୍ଣ ବିଜୟିନୀ ଶୁଭସ୍ମିତା ମହାନ୍ତି ରାଜ୍ୟ ପୋଲିସ ବିଭାଗରେ କନ୍‌ଷ୍ଟେବଳ ଭାବେ କାର୍ଯ୍ୟରତ...

Advertisement
Archives

Model This Week