ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ପଡ଼ିଛି ଭିତରକନିକା

କେନ୍ଦ୍ରାପଡ଼ା, ୧୮ା୪ (ଜଗନ୍ନାଥ ଧଳ)ଏପ୍ରିଲ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସ। ବିଶ୍ୱ ଐତିହ୍ୟ ତାଲିକାରେ ସଂଲଗ୍ନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ଜାତୀୟ ଉଦ୍ୟାନ ଭିତରକନିକାକୁ ୟୁନେସ୍କୋ ପକ୍ଷରୁ ୨୦୧୬ରେ ଏକ ଟିମ୍‌ ଅନୁଧ୍ୟାନ କରିଥିଲା। ତେବେ ଏହି ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଗ୍ରାମ, ଚିଙ୍ଗୁଡି ଘେରି, ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷା ଉପରେ ଟିମ୍‌ ସଦସ୍ୟମାନେ ପ୍ରଶ୍ନ ଉଠାଇବାରୁ ୨୦୧୭ରେ ଅନୁଷ୍ଠିତ ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର) ବୈଠକରେ ତାଲିକାରୁ ବାଦ୍‌ପଡିଛି। କେବଳ ଭିତରକନିକାର ଜୈବ ବିବିଧତା ଏହି ଜିଲାରେ ନଷ୍ଟ ହେଉନାହିଁ, ଇଂରେଜମାନଙ୍କ ଦ୍ୱାରା ସହରର ପୁରୁଣା ବସ୍‌ଷ୍ଟାଣ୍ଡରେ ପ୍ରତିଷ୍ଠିତ ପ୍ରଥମ ବାଳିକା ବିଦ୍ୟାଳୟର ପୁରୁଣା ଘରକୁ ସଂରକ୍ଷଣ ବଦଳରେ ୨୦୧୭ରେ ମାଟିରେ ମିଶାଇ ଦିଆଗଲା। ଏହିପରି ବହୁ ଐତିହ୍ୟ ଓ ଗରିମାମୟ ସ୍ମାରକୀ ଅଣଦେଖା ଭାବେ ପଡିରହିଥିବା ବେଳେ ଶ୍ରୀବଳଦେବଜୀଉଙ୍କ ପୁରୁଣା ମନ୍ଦିରର ଗରୁଡ଼ ମୂର୍ତ୍ତି ଏବେ ବବକରପୁରରେ ଥିବା ଆଲୋଚନା ହେଉଛି। ସେହିପରି କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରସ୍ଥ ହାବେଳିସାହି ଜଗନ୍ନାଥ ମନ୍ଦିର ମଧ୍ୟରେ ଥିବା ଚକାସନର ଲିପି ଗବେଷଣା ପାଇଁ ଆହ୍ବାନ କରିଛି।

ଏ ସମ୍ପର୍କରେ ଗବେଷକ ଡ. ସର୍ବେଶ୍ୱର ସେଣ, ଶିକ୍ଷାବିତ୍‌ ଭୁବନ ମୋହନ ଜେନା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତ ଯେ, ନୌବାଣିଜ୍ୟ ସମ୍ପର୍କିତ ବହୁ ଐତିହ୍ୟ ସ୍ମାରକୀ ଜିଲାର ବିଭବ ସାଜିଛି। ଦଶମ ଓ ଏକାଦଶ ଖ୍ରୀଷ୍ଟାବ୍ଦର ଭିତରକନିକାସ୍ଥ ନାୟକବାବୁ ମନ୍ଦିର, ପଞ୍ଚୁବରାହୀ ମନ୍ଦିର, ଲଙ୍କେଶ୍ୱର ମନ୍ଦିର ଏହାର ଏକ ଉଦାହରଣ ମାତ୍ର। ହୁକିଟୋଲା, ବତିଘର, ଫଲ୍‌ସ ପଏଣ୍ଟ, କେନ୍ଦ୍ରାପଡ଼ା କେନାଲ, ବରୁଣେଇ ପେଣ୍ଠ ଆଦିର ଇତିହାସ ଥିବା ବେଳେ ଏହାର ବିକାଶ ହୋଇପାରୁ ନାହିଁ। ସେହିପରି ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର, ସିକୋ ଅଷ୍ଟଶମ୍ଭୁ, ଚଉଦକୁଲାଟ ଓ ଡେରାବିଶର ଦଧିବାମନଜୀଉ ମନ୍ଦିର ଅବହେଳିତ ଅବସ୍ଥାରେ ପଡିରହିଛି। କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂର ହାବେଳିସାହିର ଜଗନ୍ନାଥ ମନ୍ଦିରର ଚକାସନ ଗବେଷଣାକୁ ଅପେକ୍ଷା କରିଛି। ଏଠାରେ ଥିବା ଚକାସନରେ ପ୍ରାକ୍‌ ଓଡ଼ିଆ ଭାଷାରେ କିଛି ଲେଖାଯାଇଛି। ଯାହାର ପଠନ ପରେ ସହରର ପୁରୁଣା ଜଗନ୍ନାଥ ମନ୍ଦିରର ଚକାସନ କିମ୍ବା ପୁରୀ ଶ୍ରୀକ୍ଷେତ୍ରର ସୁଭଦ୍ରାଙ୍କ ଚକାସନ ସମ୍ପର୍କରେ ତଥ୍ୟ ମିଳିପାରନ୍ତା। ସେହିପରି ପୁରୁଣା ବଳଦେବଜୀଉ ମନ୍ଦିରର ଗରୁଡ଼ ଏବେ ମହାକାଳପଡ଼ା ବ୍ଲକ ବବକରପୁର କାଳିଦାସ ମନ୍ଦିରରେ ଥିବା ବେଳେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଗୋପୀନାଥ ଖଣ୍ଡିତ ଅବସ୍ଥାରେ ବଡ଼ବାରଙ୍ଗ ଗ୍ରାମରେ ପୂଜା ପାଉଛନ୍ତି। ଏହା ବ୍ୟତୀତ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ କଳାପାଣି ଦଣ୍ଡରୁ ଉଦ୍ଧାର କରାଯାଇ ସହରର ବିନୋଦବିହାରୀ ମନ୍ଦିର ପରିସରରେ ରହିଥିବାର ପ୍ରମାଣ ଅଛି। ନାଥ ଧର୍ମର ପ୍ରଚାରକଙ୍କ କେନ୍ଦରା ବାଦ୍ୟ ଜିଲାରୁ ଲୋପପାଉଛି। ଏହି ଧର୍ମ ପ୍ରଚାରକଙ୍କ ପ୍ରତିମୂର୍ତ୍ତି ଡେରାବିଶ, ରାଜନଗର ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳିଛି। ମତ୍ସେନ୍ଦ୍ରନାଥ, ଶୈଳେନ୍ଦ୍ରନାଥ, ଇଚ୍ଛାନାଥଙ୍କ ସମାଧି ସ୍ଥଳ ସହ ବୌଦ୍ଧଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିର ଚକ୍ର ମଞ୍ଜୁଶ୍ରୀ, ଅବଲୋକତିଶ୍ୱର, ତାରା ଆଦି ମୂର୍ର୍ତ୍ତିିର ସଂରକ୍ଷଣ ହେଉନାହିଁ। ରାଜ୍ୟର ସର୍ବପ୍ରଥମ ଡାଇମଣ୍ଡ ଜୁବିଲି ପାଠାଗାରରେ ଜିଲାର ଐତିହ୍ୟ ସମ୍ପର୍କରେ ବହୁ ତଥ୍ୟ ଅଛି। ରାଜନଗରର ଏକ ସଂସ୍କୃତ କଲେଜରେ ବହୁ ପ୍ରାଚୀନ ତାଳପତ୍ର ଓ ଭୁଜପତ୍ର ପୋଥି ଅଛି। ଏହାର ସଂରକ୍ଷଣ ହେଉନାହିଁ। ୧୮୮୭ ମସିହାର ସୂର୍ଯ୍ୟଘଡି, ଡେରାବିଶ ବ୍ଲକ ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅରର ସୁରକ୍ଷା ପାଇଁ ଉଦ୍ୟମ ଆବଶ୍ୟକ। ଇତିହାସ ଆଇନାରେ ଆମେ ସୁସଂସ୍କୃତ ହୋଇପାରିବା ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଐତିହ୍ୟ ସ୍ମାରକୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଜିଲାରେ ଥିବା ଏପରି ସ୍ଥାନର ଐତିହାସିକ ଭିତ୍ତିଭୂମି ଉପରେ ତଥ୍ୟ ମିଳିଲେ ସୁରକ୍ଷା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?