ସୌନ୍ଦର୍ଯ୍ୟକରଣ ସରିଲେ ଶ୍ରେଷ୍ଠ ସ୍ଥାନ

ଅନୁଗୋଳ ଅଫିସ, ୩୧ା୮ ଆଖି ଝଲସାଇ ଦେବ ଅନୁଗୋଳ ସହର। କୌଣସି ମେଟ୍ରୋ ସିଟିଠାରୁ ସୌନ୍ଦର୍ଯ୍ୟରେ ଏହା କମ୍‌ ଦିଶିବନି। ପରିମଳଠାରୁ ଆଲୋକୀକରଣ, ଅତ୍ୟାଧୁନିକ ପାର୍କ ନିର୍ମାଣ, ଶୌଚାଳୟ, ହେଲ୍‌ଥ କରିଡର, ଫୁଡ୍‌ କୋର୍ଟ, ସେଲ୍‌ଫି ପଏଣ୍ଟର ନିର୍ମାଣ ଶେଷ ହେଲେ ଏହା ସୁନ୍ଦରତାରେ ସହରମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିବ। ଅନୁଗୋଳର ଏପରି ଢାଞ୍ଚା ବଦଳାଇବା ପାଇଁ ପୌରପାଳିକା ଓ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। କିଛି କାର୍ଯ୍ୟ ଆଗେଇ ଯାଇଥିବା ବେଳେ ଆଉ କେତୋଟିର ନିର୍ମାଣ ବାକି ରହିଛି।
ଅନୁଗୋଳବାସୀଙ୍କ ଆମୋଦ ପ୍ରମୋଦ ପାଇଁ ତାମ୍ରିତ କଲୋନୀଠାରେ ସ୍ମାର୍ଟ ପାର୍କ ନିର୍ମାଣ କରାଯିବ। ମେଟ୍ରୋ ସିଟି ପରି ଏହି ପାର୍କରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ। ହେଲଥ୍‌ କରିଡର ବ୍ୟବସ୍ଥା ଲୋକଙ୍କ ଶରୀରରେ ନୂଆ ଶକ୍ତିର ସଞ୍ଚାର କରିବ। ଅଦରକାରୀ ସାମଗ୍ରୀରେ ରାସ୍ତା ପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା କଳାକୃତି ସଭିଙ୍କ ମନ ମୋହିବ। ବିଜୁ ମଇଦାନ ନିକଟରେ ଫୁଡ୍‌ କୋର୍ଟ ସହ ‘ଆଇ ଲଭ ୟୁ ଅନୁଗୋଳ’ ସେଲ୍‌ଫି ପଏଣ୍ଟ କରାଯିବ। ସମସ୍ତ ଛୋଟ ବଡ଼ ପାର୍କର ସୌନ୍ଦର୍ଯ୍ୟକରଣ ହେବ। ସାଜସଜ୍ଜା ସହ ଆଲୋକୀକରଣ ରାସ୍ତାକୁ ନୂଆ ରୂପ ଦେବ। ପରିମଳକୁ ସୁବ୍ୟବସ୍ଥିତ କରାଯିବା ସହ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର କରାଯିବ। କମାଣ୍ଡ କଣ୍ଟ୍ରୋଲ ରୁମ୍‌ରୁ ସହରର ସଲିଡ୍‌ ୱେଷ୍ଟ ମ୍ୟାନେଜମେଣ୍ଟ, ଇଲିସ୍‌ କାର୍ଯ୍ୟକ୍ରମ ଓ ସିସିଟିଭି ପରିଚାଳନା କରାଯିବ। କେଉଁ ଅଞ୍ଚଳରୁ ଅଳିଆ ଉଠିଲା ଓ କେଉଁଠି ସମସ୍ୟା ରହିଲା, ତାହା ତୁରନ୍ତ ଜଣାପଡ଼ିବ। ସହରୀ ଲୋକମାନେ ଏଣିକି ଅନ୍‌ଲାଇନ୍‌ରେ ଟ୍ୟାକ୍ସ ପ୍ରଦାନ ଓ ଅଭିଯୋଗ ଦାଖଲ କରିପାରିବେ। ପିଲାଙ୍କ ଖେଳକୁଦ ପାଇଁ ଏକ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଅତ୍ୟାଧୁନିକ ଶୌଚାଳୟ ହେବ। କରଡ଼ାଗାଡ଼ିଆରେ ଭଲ ବ୍ୟବସ୍ଥା ଥିବା ଶଶ୍ମାନ ତିଆରି କରାଯିବ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ଏଟିଏମ୍‌ ଗୋଟିଏ ସ୍ଥାନରେ ରଖାଯିବ। ଏହାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳନା କରିବ। ଏହାବ୍ୟତୀତ ପୌରପାଳିକାର ସୌନ୍ଦର୍ଯ୍ୟକରଣ ଓ ସମସ୍ୟାର ସମାଧାନ ନିମନ୍ତେ ଅଧିକ କି ପଦକ୍ଷେପ ନିଆଯିବ, ସେ ନେଇ ୱାର୍ଡର ମୁଖ୍ୟ ଲୋକମାନଙ୍କ ନିକଟରୁ ପ୍ରସ୍ତାବ ଆହ୍ବାନ କରାଯିବ ବୋଲି ପୌର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଲୋକେ ଅଧିକ ଅଂଶଗ୍ରହଣ କରନ୍ତୁ
ଜିଲାରେ ଥିବା ଦୁଇଟି ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉନ୍ନୟନ କାର୍ଯ୍ୟ ଚାଲିଛି। ଏବେ ସହରାଞ୍ଚଳର ପ୍ରତ୍ୟକ ୱାର୍ଡରେ ମୋ ୱାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଲୋକେ ଅଧିକରୁ ଅଧିକ ଅଂଶଗ୍ରହଣ କଲେ ସହରର ଉନ୍ନତି ହେବ। କୌଣସି ୱାର୍ଡରେ ସମସ୍ୟା ରହିବ ନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ ତଥା ପୌର ପ୍ରଶାସକ, ଅନୁଗୋଳ
ସହରବାସୀ ଗର୍ବ ଅନୁଭବ କରିବେ
ଅନୁଗୋଳ ପୌରାଞ୍ଚଳକୁ ନୂଆ ରୂପ ଦିଆଯିବ। ସୌନ୍ଦର୍ଯ୍ୟକରଣ ଏପରି ହେବ ଯେ, ଲୋକେ ଯେମିତି ଗର୍ବ ଅନୁଭବ କରିବେ। ଏଥିପାଇଁ ଅନେକ କାର୍ଯ୍ୟ ଜାରି ରହିଛି। କୋଭିଡ୍‌ ପାଇଁ ବିଳମ୍ବ ହୋଇଥିବା କାର୍ଯ୍ୟ ଏବେ ଆଗଉଛି। ସହରବାସୀଙ୍କ ସହଯୋଗ ରହିଲେ ଅନୁଗୋଳ ମେଟ୍ରୋ ସିଟି ଭଳି ପରିଚୟ ସୃଷ୍ଟି କରିପାରିବ।
-ଗିରିଜା ଶଙ୍କର ମଲ୍ଲିକ, ନିର୍ବାହୀ ଅଧିକାରୀ, ଅନୁଗୋଳ ପୌରପାଳିକା
ପୁରୁଣାର ରକ୍ଷଣାବେକ୍ଷଣ କରାଯାଉ
ପୂର୍ବରୁ ସହରରେ ଅନେକ ଉନ୍ନୟନ କାର୍ଯ୍ୟ କରାଯାଇଛି। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନାହିଁ। ଇକୋ ପାର୍କ ଜରାଜୀର୍ଣ୍ଣ ହୋଇପଡ଼ିଲାଣି। ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ସହରକୁ ଅଧିକ ସୁନ୍ଦର କରାଯିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଅନ୍ୟ ନିର୍ମାଣର ଯତ୍ନ ନିଆଯିବା ସେତିକି ଦାୟିତ୍ୱର କଥା।
-ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ନଗରପାଳ
ରାସ୍ତା ଅବସ୍ଥାରେ ପରିବର୍ତ୍ତନ ହେଉ
ପୌର ପ୍ରଶାସନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଅନେକ ସ୍ଥାନରେ ରାସ୍ତା ଅବସ୍ଥା ଭଲ ନାହିଁ। ଏପରି କି ସ୍ଥାନେ ସ୍ଥାନେ ଆବର୍ଜନା ଠୁଳ କରାଯାଇଥିବା ଦେଖାଯାଉଛି। ସେହିପରି ସହରରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ବଢ଼ୁଛି। ଏଥିପ୍ରତି ଦୃଷ୍ଟି ଦିଆଯାଉ।
-ଅଭୟ ରାୟ,
ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri