ଏହି ନାମଧାରୀ ଯୋଡି ହୁଅନ୍ତି ସର୍ବୋତ୍ତମ ଦମ୍ପତି: ଜାଣନ୍ତୁ କେଉଁ ନାମକ ଝିଅ ସହ ଆପଣଙ୍କର ହେବ ବିବାହ

ନାମର ପ୍ରଥମ ଅକ୍ଷର ଜଣେ ବ୍ୟକ୍ତିର ସ୍ବଭାବ ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ତେଣୁ ଜଣେ ବ୍ୟକ୍ତିର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସବୁ ନାମର କିଛି ନା କିଛି ଅର୍ଥ ରହିଛି। ଏହି କାରଣରୁ ମା’ ବାପା ଭାବିଚିନ୍ତି ନିଜ ପିଲାର ନାମକରଣ କରିଥାନ୍ତି। କିନ୍ତୁ କେଉଁ ଅକ୍ଷରରୁ ଶିଶୁର ନାମ ଆରମ୍ଭ ହେବ ତାହା ତା’ର ରାଶିଫଳରୁ ଜଣାପଡ଼େ। ଯାହାକି ଜନ୍ମ ସମୟରୁ ନିର୍ଦ୍ଧାରିତ ହୋଇଥାଏ। ତେବେ କେଉଁ ନାମଧାରୀ ଥିବା ଯୋଡି ସର୍ବୋତ୍ତମ ଜାଣିଷ ସେ ବିଷୟରେ…
‘ଏ’ ନାମଧାରୀ ବ୍ୟକ୍ତି: ଏ ନାମଧାରୀ ବ୍ୟକ୍ତିଙ୍କ ପ୍ରତି ଅନ୍ୟମାନେ ସହଜରେ ଆକୃଷ୍ଟ ହୋଇଥାନ୍ତି। ଯେଉଁମାନଙ୍କ ନାମ ‘ଅ’ ବା ‘ଏ’ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ଏବଂ ଧର୍ଯ୍ୟବାନ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ‘ଏ’ ନାମଧାରୀ ବ୍ୟକ୍ତିମାନେ ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କର ବିବାହ ‘ପି’ କିମ୍ବା ‘କେ’ ନାମଧାରୀଙ୍କ ସହ ସର୍ବୋତ୍ତମ ହୋଇଥାଏ।

‘ବି’ ନାମଧାରୀ ବ୍ୟକ୍ତି: ଯେଉଁମାନଙ୍କ ନାମ ‘ବି’ରୁ ଆରମ୍ଭ ହୋଇଥାଏ ସେମାନେ ସେତେଟା ରୋମାଣ୍ଟିକ୍‌ ନୁହନ୍ତି। କିନ୍ତୁ ରୋମାନ୍ସ ସେମାନଙ୍କର ପସନ୍ଦ। କେହି ରୋମାଣ୍ଟିକ୍‌ ଡେଟ୍‌ ପ୍ଲାନ୍‌ କରୁ, ଏମାନଙ୍କ ସହ କେହି ସମୟ ବିତାଉ ତାହା ଏମାନଙ୍କର ପସନ୍ଦ। ଏହି ନାମଧାରୀ ବ୍ୟକ୍ତିଙ୍କ ପାଇଁ ‘ଆର୍‌’ ନାମଧାରୀ ବ୍ୟକ୍ତି ସର୍ବୋତ୍ତମ।

‘ଡି’ ନାମଧାରୀ ବ୍ୟକ୍ତି: ‘ଡି’ ନାମଧାରୀ ବ୍ୟକ୍ତିଙ୍କୁ ଲୋକଙ୍କ ସହ ମିଳାମିଶା, କଥାବାର୍ତ୍ତା ହେବା, ନୂଆ ବନ୍ଧୁ ବନାଇବା ବହୁତ ପସନ୍ଦ। ଏହି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ହେଲେ ବିନା କିଛି ଭାବି ହଁ କରିଦେବା ଉଚିତ୍‌। ସାଥୀଙ୍କ ଧ୍ୟାନ ରଖିବା, ସମସ୍ତ ଇଚ୍ଛା ପୂରଣ କରିବାକୁ ଏମାନେ ଭଲ ପାଆନ୍ତି। ବିବାହ ପୂର୍ବରୁ ପ୍ରେମ ପ୍ରସଙ୍ଗକୁ ଏମାନେ ସେତେ ଗୁରୁତ୍ୱ ଦେଇ ନ ଥାନ୍ତି। ଏମାନଙ୍କର ଆର୍ଥିକ ସ୍ଥିତି ଭଲ ଥାଏ, ତେଣୁ ଏମାନେ ନିଜ ସାଥୀଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି। ‘କେ’ ଏବଂ ‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ସହ ଏମାନଙ୍କର ଯୋଡି ଭଲ ଜମିଥାଏ।
‘ଏଚ୍‌’ ନାମଧାରୀ ବ୍ୟକ୍ତି: ଯେଉଁମାନଙ୍କ ନାମ ‘ଏଚ୍‌’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି। ଏମାନେ ରୋମାଣ୍ଟିକ୍‌ ନୁହନ୍ତି, ହେଲେ ନିଜ ସାଥୀଙ୍କର କେଉଁଥିରେ ଅଭାବ ରଖନ୍ତି ନାହିଁ। ତାହା ପ୍ରେମ ଜନିତ ହେଉ ଅବା ଶାରୀରିକ ସମ୍ପର୍କ। ଏହି କାରଣରୁ ସାଥୀ ଏମାନଙ୍କ କମ୍ପାନିକୁ ପସନ୍ଦ କରନ୍ତି। ଏମାନଙ୍କ ସମ୍ପର୍କ ‘ଏମ୍‌’ ଏବଂ ‘ଏଲ୍‌’ ନାମଧାରୀ ବ୍ୟକ୍ତିଙ୍କ ସହ ଭଲ ଜମିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିଗାରେଟ୍‌ଠାରୁ ବି ଅଧିକ କ୍ଷତିକାରକ ଏହି ଧୂଆଁ…

ନୂଆଦିଲ୍ଲୀ: ସିଗାରେଟ୍‌ ଟାଣିବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେବେ ସିଗାରେଟ୍‌ଠାରୁ ମଧ୍ୟ ଅଧିକ କ୍ଷତି କାରକ ସାବ୍ୟସ୍ତ ହୋଇଥାଏ ମଶାଧୂପ। ମଶାଦାଉରୁ ରକ୍ଷା...

ଫ୍ୟାଶନ୍‌: ହେୟାର ଷ୍ଟ୍ରେଟ୍‌ନିଂ

କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ମହିଳା ହେୟାର ଷ୍ଟ୍ରେଟ୍‌ନିଂ କରୁଛନ୍ତି। ତେବେ ଏହା କରିବା ପୂର୍ବରୁ ଜାଣିରଖନ୍ତୁ କିଛି ଟିପ୍ସ… ସବୁବେଳେ ଭଲ କ୍ୱାଲିଟିର...

ହୃଦ୍‌ରୋଗ ଆଶଙ୍କା କମାଏ ଉପବାସ

ଆଜିର ସମୟରେ ହୃଦ୍‌ରୋଗ ଅନ୍ୟତମ ଗମ୍ଭୀର ସମସ୍ୟା ପାଲଟି ଗଲାଣି। ହେଲେ ଏହାର ଠିକ୍‌ ସମୟରେ ଚିକିତ୍ସା କରାଇ ନେବା ଦରକାର। ନ ହେଲେ ତାହା...

କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ

ବର୍ତ୍ତମାନ ଅଧିକାଂଶ ମହିଳା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହାକୁ ବ୍ୟବହାର କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ...

କେବଳ ଏହି ଉପାୟରେ ଗରିବରୁ ହୋଇଯିବ ଧନୀ, ଚାଣକ୍ୟ କହିଲେ…

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ...

ଏସବୁ ସମସ୍ୟା ଦୂର କରେ ସର୍ବାଙ୍ଗାସନ

ଯୋଗ ସ୍ବାସ୍ଥ୍ୟ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ। କାରଣ ଏହାଦ୍ୱାରା ଇମିନ୍ୟୁ ସିଷ୍ଟମ ମଜଭୁତ ହେବା ସହ ଯେକୌଣସି ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ ଦୂର ହୁଏ। ବିଶେଷକରି ଶୀତଦିନରେ...

ଚର୍ମ ସମସ୍ୟା ଓ ମୋବାଇଲ

ଆଜିକାଲି ମୋବାଇଲ ବ୍ୟବହାର କରିବା ଏକ ସାଧାରଣ କଥା ପାଲଟି ଗଲାଣି। କାରଣ କେବଳ କାହା ସହ କଥାବାର୍ତ୍ତା ହେବା ନୁହେଁ, ବିଭିନ୍ନ ବିଷୟରେ ଜାଣିବାର...

ଧନୀ ହେବାକୁ ଚାହାନ୍ତି କି? ଚାଣକ୍ୟଙ୍କ ଏହି ୪ ଉପାୟ ବଦଳାଇଦେଇପାରେ ଆପଣଙ୍କ ଭାଗ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ନୀତିଶାସ୍ତ୍ର’ରେ ମନୁଷ୍ୟଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ କିଛି ଉପାୟ ସଫଳ...

Advertisement
Archives

Model This Week