Posted inଖେଳ

ଆଇପିଏଲ୍‌ର ଶ୍ରେଷ୍ଠ ଅଲ୍‌ରାଉଣ୍ଡର

ସେନ୍‌ ଓ୍ବାଟ୍‌ସନ୍‌: (ରାଜସ୍ଥାନ, ଚେନ୍ନାଇ ଓ ବାଙ୍ଗାଲୋର)
୩୮୭୪ ରନ୍‌ ଓ ୯୨ ଉଇକେଟ
ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ସବୁଠୁ ମୂଲ୍ୟବାନ୍‌ ଖେଳାଳିଥିଲେ। ପ୍ରଥମ ସିଜନରେ ରାଜସ୍ଥାନକୁ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ରାଜସ୍ଥାନ ରୟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ। ୧୪୫ ମ୍ୟାଚ୍‌ରୁ ୧୩୭.୯୧ ଷ୍ଟ୍ରାଇକ୍‌ରେଟ୍‌ରେ ସେ ୩୮୭୪ ରନ୍‌ କରିଥିଲେ। ଏହା ମଧ୍ୟରେ ୨୧ ଅର୍ଦ୍ଧଶତକ ଓ ୪ ଶତକ ସାମିଲ। ଏହା ସହିତ ୭.୯୩ର ଇକୋନୋମିରେ ସେ ୯୨ ଉଇକେଟ ନେଇଛନ୍ତି।
କିରନ ପୋଲାର୍ଡ:(ମୁମ୍ବାଇ ଇଣ୍ଡିଆନ୍ସ)
୩୪୧୨ ରନ୍‌ ଓ ୬୯ ଉଇକେଟ ଆଇପିଏଲ୍‌ କ୍ୟାରିୟରରେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବା ପୋଲାର୍ଡ ଏକଦା ଦଳର ବ୍ୟାଟିଂ ମେରୁଦଣ୍ଡ ଥିଲେ। ବିଶ୍ୱର ଯେ କୌଣସି ଗ୍ରାଉଣ୍ଡକୁ ଅନାୟସରେ ଶଟ୍‌ ମାରିବାର କ୍ଷମତା ରଖୁଥିବା ପୋଲାର୍ଡ ଜଣେ ଉପଯୋଗୀ ବୋଲର ମଧ୍ୟ। ୧୮୯ ଆଇପିଏଲ୍‌ ମ୍ୟାଚ୍‌ରୁ ୧୪୭.୩୨ର ଷ୍ଟ୍ରାଇକ୍‌ ହାରରେ ୩୪୧୨ ରନ୍‌ କରିଛନ୍ତି। ଏହା ମଧ୍ୟରେ ୧୬ ଅର୍ଦ୍ଧଶତକ ସାମିଲ। ୮.୭୯ର ଇକୋନୋମି ରେଟ୍‌ ସହିତ ସେ ୬୯ ଉଇକେଟ ମଧ୍ୟ ନେଇଛନ୍ତି।
ରବୀନ୍ଦ୍ର ଜାଡେଜା: (ରାଜସ୍ଥାନ, କେରଳ,ଗୁଜରାଟ ଲାୟନ୍ସ, ଚେନ୍ନାଇ)
୨୫୩୧ ରନ୍‌ ଓ ୧୨୫ ଉଇକେଟ
ଜାଡେଜା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିଲେ। କିମ୍ବଦନ୍ତୀ ଲେଗ୍‌ ସ୍ପିନର ସେନ୍‌ ଓ୍ବାର୍ନ ତାଙ୍କୁ ରକ୍‌ଷ୍ଟାର ବୋଲି ଡାକନ୍ତି। ୨୧୫ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିବା ଜାଡେଜା ୨ ଅର୍ଦ୍ଧଶତକ ଓ ୧୨୭.୫୬ ଷ୍ଟ୍ରାଇକ୍‌ରେଟ୍‌ ସହିତ ୨୫୩୧ ରନ୍‌ କରିଛନ୍ତି। ୭.୫୯ର ଇକୋନୋମି ସହିତ ସେ ୧୨୫ ଉଇକେଟ ମଧ୍ୟ ନେଇଛନ୍ତି।
ଜ୍ୟାକ୍‌ କାଲିସ୍‌ :(କୋଲକାତା, ବାଙ୍ଗାଲୋର)
୨୪୨୭ ରନ୍‌ ଓ ୬୫ ଉଇକେଟ
କୋଲକାତା ଓ ବାଙ୍ଗାଲୋର ପକ୍ଷରୁ ଖେଳିଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର କାଲିସ୍‌ ୨୪୨୭ ରନ୍‌ କରିବା ସହିତ ୬୫ ଉଇକେଟ ନେଇଛନ୍ତି। ୨୦୧୨ ଓ ୨୦୧୪ରେ କୋଲକାତାକୁ ଚାମ୍ପିୟନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୯୮ ମ୍ୟାଚ୍‌ରୁ ୧୭ ଅର୍ଦ୍ଧଶତକ ଓ ୧୦୯ ଷ୍ଟ୍ରାଇକରେଟ୍‌ରେ ସେ ୨୪୨୭ ରନ୍‌ କରିଛନ୍ତି। ୭.୯ ଇକୋନୋମି ହାରରେ ସେ ୬୫ ଉଇକେଟ ଅକ୍ତିଆର କରିଛନ୍ତି।
ଆନ୍ଦ୍ରେ ରସେଲ୍‌ (ଦିଲ୍ଲୀ, କୋଲକାତା)
୨୦୯୫ ରନ୍‌ ଓ ୯୨ ଉଇକେଟ
କାଲିସଙ୍କ ପରେ କୋଲକାତା ନାଇଟ୍‌ ରାଇଡର୍ସର ପ୍ରମୁଖ ସଦସ୍ୟ ପାଲଟି ଯାଇଛନ୍ତି ଆନ୍ଦ୍ରେ ରସେଲ୍‌। ଫ୍ୟାନଙ୍କ ମଧ୍ୟରେ ‘ମସଲ୍‌ ରସଲ୍‌’ ଓ ‘ଡ୍ରେ ରସ୍‌’ ପରି ନାମରେ ସେ ବେଶ୍‌ ପରିଚିତ। ୧୦୩ ମ୍ୟାଚ୍‌ରୁ ସେ ୧୦ ଅର୍ଦ୍ଧଶତକ ସହିତ ୨୦୯୫ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୭୭ ରହିଛି। ଏହା ସହିତ ୯.୧୮ ଇକୋନୋମି ହାରରେ ସେ ୯୨ ଉଇକେଟ ଅକ୍ତିଆର କରିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା (ମୁମ୍ବାଇ, ଗୁଜରାଟ ଟାଇଟନ୍ସ)
୨୦୧୨ ରନ୍‌ , ୫୧ ଉଇକେଟ
ଏହି ତାଲିକାରେ ନୂତନ ଭାବରେ ପ୍ରବେଶ କରିଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇର ଗୁରୁତ୍ୱପୂର୍ଣ୍ଣ ଖେଳାଳି ରହିଥିବା ପାଣ୍ଡ୍ୟା ୨୦୨୨ରେ ଗୁଜରାଟ ପାଇଁ ଖେଳିଥିଲେ। ୧୧୧ ମ୍ୟାଚ୍‌ରୁ ସେ୧୪୬.୩୩ର ଷ୍ଟ୍ରାଇକରେଟ୍‌ରେ ୨୦୧୨ ରନ୍‌ କରିଛନ୍ତି। ଏହା ମଧ୍ୟରେ ୮ ଅର୍ଦ୍ଧଶତକ ସାମିଲ ଥିବା ବେଳେ ୮.୬୬ ଇକୋନୋମି ହାରରେ ସେ ୫୧ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri