ଗାଁକୁ ନାହିଁ ବିଦ୍ୟୁତ୍‌, ସବୁଦିନିଆ ରାସ୍ତା

ନୟାଗଡ଼ ଅଫିସ,୨୧।୪ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଆଦିବାସୀଙ୍କ କ’ଣ ଉନ୍ନତି ହେଉଛି, ସେମାନଙ୍କ ଜୀବନ ଜୀବିକା କାହିଁକି ବଦଳୁନି। କ’ଣ କରାଗଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ ସେନେଇ କରାଯାଉନି ସମୀକ୍ଷା। ଆଉ ଲୋକ ଦେଖାଣିଆ ସମୀକ୍ଷା ସେମାନଙ୍କୁ ବିକାଶର ସ୍ବାଦ ଚଖାଇ ପାରୁନି। ଏଣୁ ବଦଳି ପାରୁନି ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନେପାଳ ଗାଁର ଚିତ୍ର। ସ୍ବାଧୀନତାର ୭୬ବର୍ଷ ପରେ ବି ନେପାଳ ଗାଁରେ ବିଦ୍ୟୁତ୍‌ ନାହିଁ। ସନ୍ଧ୍ୟା ହେଲେ ଖୋଜା ପଡେ ଡିବିରି ଆଲୋକ। ଗାଁରେ ପିଲାମାନଙ୍କ ପାଇଁ ପାଠପଢ଼ା ସ୍ବପ୍ନ। ଏଠାର ଆଦିବାସୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଯୋଜନା କାହିଁକି ଫଳପ୍ରଦ ହେଉ ନାହିଁ ସେନେଇ କାରଣ ଖୋଜା ଯାଉ ନାହିଁ। ସରକାରୀ କଳର କେଉଁଠି ନଁା କେଉଁଠି ତ୍ରୁଟି ଗାଁର ବାସିନ୍ଦାଙ୍କୁ ପଛକୁ ନେବାରେ ଲାଗିଛି।
ଗାଁର ସ୍ବର୍ଣ୍ଣ ପ୍ରଧାନ କୁହନ୍ତି, ସରକାରଙ୍କ ମାଳ ମାଳ ଯୋଜନା ଆମ ଗାଁରେ ଅପହଞ୍ଚ କାହିଁକି। ମୋ ଗାଁରେ ୬୦ ପରିବାର ରହୁଥିଲେ ମଧ୍ୟ ୪ରୁ ୫ ପରିବାର ଆବାସ ଯୋଜନାରେ ଘର କରିଛନ୍ତି। ଅନ୍ୟମାନେ ଘର କରିି ପାରୁ ନାହାନ୍ତି। ସରକାର ଦେଉଥିବା ଅନୁଦାନରେ ଘର ନିର୍ମାଣ କରିବା ସମ୍ଭବ ନୁହେଁ। ଟଙ୍କା ଆମ ପାଖରେ ନ ଥିବାରୁ ଅଧିକାଂଶ ଲୋକଙ୍କ କାର୍ଯ୍ୟାଦେଶ ପାଇବି କାମ କରି ପାରୁ ନାହାନ୍ତି। କେତେଜଣ ଲୋକ କାମ ଆରମ୍ଭ କରିଲେ ବି ଠିକ୍‌ରେ ବିଲ୍‌ ପାଉ ନାହାନ୍ତି। ଏକାଧିକ ଲୋକଙ୍କ ଘର ଅଧାପନ୍ତରିଆ ହୋଇ ପଡି ରହିଛି। ଏଣୁ ଘର ତିଆରି କରିବାର ଆଶା ଛାଡି ଭଙ୍ଗା ଘରେ ବିତୁଛି ଆମ ଜୀବନ। ସରକାର ଆଦିବାସୀଙ୍କ ଅସୁବିଧା ବୁଝି ପାରୁ ନାହାନ୍ତି। ସେହିପରି କେତେଜଣ ଲୋକଙ୍କ ଜବ୍‌କାର୍ଡ ଅଛି। ଅଥଚ କାମ ଠିକ୍‌ରେ ମିଳୁନି। ଯେଉଁ କାମ ମିଳୁଛି ତାହା ସବୁବେଳେ ନୁହେଁ।ଏପରିକି ଆମେ ଗୃହ ପାଳିତ ପ୍ରାଣୀ ରଖୁଛୁ। ହେଲେ ସେମାନଙ୍କ ପାଇଁ ଗୁହାଳ ନିର୍ମାଣ ପାଇଁ ଅର୍ଥ ମିଳୁନି। ଏହି ଯୋଜନାରେ ଅନୁଦାନ ଥିଲେ ମଧ୍ୟ ଆମେ ଜାଣିନୁ। ଆମକୁ ଦାରିଦ୍ର ଓ ନିରକ୍ଷରତା ଦାଉ ସାଧୁଛି। ଗୁମାନ ପ୍ରଧାନ କୁହନ୍ତି, ଆମ ଗାଁକୁ ଯିବାକୁ ରାସ୍ତା ନାହିଁ। ସରକାରଙ୍କର ଏମ୍‌ଜିଏନ୍‌ଆରଇଜିଏସ୍‌, ଗୋପବନ୍ଧୁ ଗ୍ରାମୀଣ ଯୋଜନା କାହା ପାଇଁ। ବାପ ଜେଜେ ଅମଳରୁ ରହୁଥିଲେ ମଧ୍ୟ ଆମ ନଁାରେ ଜଙ୍ଗଲ ଜମି ପଟ୍ଟା ହୋଇ ପାରୁନି। ବାହାର କେତେଜଣ ଲୋକ ଆସି ଆମଗାଁର ଜମିକୁ ଆକ୍ତିଆର କରି ଚାଲିଛନ୍ତି। ବିଭିନ୍ନ କ୍ଷେତ୍ରରେ ଆମ ପିଲାମାନେ ହଇରାଣ ହେବାକୁ ପଡୁଛି। ଗାଁରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନାହିଁ। ସରକାର ସ୍କୁଲ କରିବେ କ’ଣ ଭାଙ୍ଗି ଚାଲିଛନ୍ତି। ଆମ ଗାଁରେ ଆଉ ନୂଆ ସ୍କୁଲ ହେବା ନେଇ ଆମେ ଦାବି କରୁ ନାହୁଁ। ଆମ ପିଲା ୭ରୁ ୧୦ କିମି ଯାଇ ପାଠ ପଢ଼ିବା ସମ୍ଭବ ହେଉ ନାହିଁ। ପୁଣି ଗାଁକୁ ମୋବାଇଲ ନେଟୱାର୍କ ଆସୁନି। ତ୍ରିନାଥ ପ୍ରଧାନ କୁହନ୍ତି,ଗାଁରେ ଲାଇନ ନାହିଁ। ଜଙ୍ଗଲରେ ଡିବିରି ଜଳିବା ପାଇଁ କିରୋସିନ ମଧ୍ୟ ମିଳୁନି। ସୋଲାର ଲାଇଟ୍‌ କେତେବେଳେ ଜଳେ, ନ ହେଲେ ନାହିଁ। ବଣ ଜଙ୍ଗଲରେ ହିଂସ୍ର ଓ ସରିସୃପ ଭୟ ଥିବାବେଳେ ବିନା ଲାଇଟରେ ଚଳିବା କାଠିକର ପାଠ। ସେହିଭଳି ଚାଷ ଜମି କହିଲେ ମୁଣ୍ଡିଆ ଜମି। ଏଥିରେ ବାଇଗଣ ଭଲ ହୁଏ। ହେଲେ ହାତୀ ଫସଲ ନଷ୍ଟ କରୁଛି। ଭିକାରୀ ପ୍ରଧାନ କୁହନ୍ତି, ଆଦର୍ଶ ଗାଁ ଏବଂ ଏମ୍‌ପି ଓ ବିଧାୟକଙ୍କ ପାଣ୍ଠିରେ ପାଇଲଟ ପ୍ରୋଜେକ୍ଟ ବିଭିନ୍ନ ଗାଁରେ ହେଉଛି। ହେଲେ ଆମ ଗାଁକୁ କେହି ଦୃଷ୍ଟି ଦେଉ ନାହାନ୍ତି। ଆମ ଗାଁକୁ ସରକାରୀ ବାବୁମାନଙ୍କ ପାଦ ପଡୁନି। ପୁଣି ନେତାଙ୍କ କଥା ନ କହିବା ଭଲ। ସରକାର ବିକାଶ ଚାଲିଛି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ଆମେ ରହି ଯାଇଛୁ ପଛୁଆ ହୋଇ। ଦେଶ ସ୍ବାଧୀନତାର ୭୬ ବର୍ଷ ପରେବି ବିକାଶର ସ୍ବାଦ ଚାଖି ପାରିଲୁ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି। ନୂଆ ଜିଲାପାଳ ଆମ ଗାଁକୁ ଟିକିଏ ଧ୍ୟନ ଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri