Posted inଖେଳ

ଆଇପିଏଲ୍‌ର ଶ୍ରେଷ୍ଠ ଅଲ୍‌ରାଉଣ୍ଡର

ସେନ୍‌ ଓ୍ବାଟ୍‌ସନ୍‌: (ରାଜସ୍ଥାନ, ଚେନ୍ନାଇ ଓ ବାଙ୍ଗାଲୋର)
୩୮୭୪ ରନ୍‌ ଓ ୯୨ ଉଇକେଟ
ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ସବୁଠୁ ମୂଲ୍ୟବାନ୍‌ ଖେଳାଳିଥିଲେ। ପ୍ରଥମ ସିଜନରେ ରାଜସ୍ଥାନକୁ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ରାଜସ୍ଥାନ ରୟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିଲେ। ୧୪୫ ମ୍ୟାଚ୍‌ରୁ ୧୩୭.୯୧ ଷ୍ଟ୍ରାଇକ୍‌ରେଟ୍‌ରେ ସେ ୩୮୭୪ ରନ୍‌ କରିଥିଲେ। ଏହା ମଧ୍ୟରେ ୨୧ ଅର୍ଦ୍ଧଶତକ ଓ ୪ ଶତକ ସାମିଲ। ଏହା ସହିତ ୭.୯୩ର ଇକୋନୋମିରେ ସେ ୯୨ ଉଇକେଟ ନେଇଛନ୍ତି।
କିରନ ପୋଲାର୍ଡ:(ମୁମ୍ବାଇ ଇଣ୍ଡିଆନ୍ସ)
୩୪୧୨ ରନ୍‌ ଓ ୬୯ ଉଇକେଟ ଆଇପିଏଲ୍‌ କ୍ୟାରିୟରରେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବା ପୋଲାର୍ଡ ଏକଦା ଦଳର ବ୍ୟାଟିଂ ମେରୁଦଣ୍ଡ ଥିଲେ। ବିଶ୍ୱର ଯେ କୌଣସି ଗ୍ରାଉଣ୍ଡକୁ ଅନାୟସରେ ଶଟ୍‌ ମାରିବାର କ୍ଷମତା ରଖୁଥିବା ପୋଲାର୍ଡ ଜଣେ ଉପଯୋଗୀ ବୋଲର ମଧ୍ୟ। ୧୮୯ ଆଇପିଏଲ୍‌ ମ୍ୟାଚ୍‌ରୁ ୧୪୭.୩୨ର ଷ୍ଟ୍ରାଇକ୍‌ ହାରରେ ୩୪୧୨ ରନ୍‌ କରିଛନ୍ତି। ଏହା ମଧ୍ୟରେ ୧୬ ଅର୍ଦ୍ଧଶତକ ସାମିଲ। ୮.୭୯ର ଇକୋନୋମି ରେଟ୍‌ ସହିତ ସେ ୬୯ ଉଇକେଟ ମଧ୍ୟ ନେଇଛନ୍ତି।
ରବୀନ୍ଦ୍ର ଜାଡେଜା: (ରାଜସ୍ଥାନ, କେରଳ,ଗୁଜରାଟ ଲାୟନ୍ସ, ଚେନ୍ନାଇ)
୨୫୩୧ ରନ୍‌ ଓ ୧୨୫ ଉଇକେଟ
ଜାଡେଜା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିଲେ। କିମ୍ବଦନ୍ତୀ ଲେଗ୍‌ ସ୍ପିନର ସେନ୍‌ ଓ୍ବାର୍ନ ତାଙ୍କୁ ରକ୍‌ଷ୍ଟାର ବୋଲି ଡାକନ୍ତି। ୨୧୫ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିବା ଜାଡେଜା ୨ ଅର୍ଦ୍ଧଶତକ ଓ ୧୨୭.୫୬ ଷ୍ଟ୍ରାଇକ୍‌ରେଟ୍‌ ସହିତ ୨୫୩୧ ରନ୍‌ କରିଛନ୍ତି। ୭.୫୯ର ଇକୋନୋମି ସହିତ ସେ ୧୨୫ ଉଇକେଟ ମଧ୍ୟ ନେଇଛନ୍ତି।
ଜ୍ୟାକ୍‌ କାଲିସ୍‌ :(କୋଲକାତା, ବାଙ୍ଗାଲୋର)
୨୪୨୭ ରନ୍‌ ଓ ୬୫ ଉଇକେଟ
କୋଲକାତା ଓ ବାଙ୍ଗାଲୋର ପକ୍ଷରୁ ଖେଳିଥିବା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର କାଲିସ୍‌ ୨୪୨୭ ରନ୍‌ କରିବା ସହିତ ୬୫ ଉଇକେଟ ନେଇଛନ୍ତି। ୨୦୧୨ ଓ ୨୦୧୪ରେ କୋଲକାତାକୁ ଚାମ୍ପିୟନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୯୮ ମ୍ୟାଚ୍‌ରୁ ୧୭ ଅର୍ଦ୍ଧଶତକ ଓ ୧୦୯ ଷ୍ଟ୍ରାଇକରେଟ୍‌ରେ ସେ ୨୪୨୭ ରନ୍‌ କରିଛନ୍ତି। ୭.୯ ଇକୋନୋମି ହାରରେ ସେ ୬୫ ଉଇକେଟ ଅକ୍ତିଆର କରିଛନ୍ତି।
ଆନ୍ଦ୍ରେ ରସେଲ୍‌ (ଦିଲ୍ଲୀ, କୋଲକାତା)
୨୦୯୫ ରନ୍‌ ଓ ୯୨ ଉଇକେଟ
କାଲିସଙ୍କ ପରେ କୋଲକାତା ନାଇଟ୍‌ ରାଇଡର୍ସର ପ୍ରମୁଖ ସଦସ୍ୟ ପାଲଟି ଯାଇଛନ୍ତି ଆନ୍ଦ୍ରେ ରସେଲ୍‌। ଫ୍ୟାନଙ୍କ ମଧ୍ୟରେ ‘ମସଲ୍‌ ରସଲ୍‌’ ଓ ‘ଡ୍ରେ ରସ୍‌’ ପରି ନାମରେ ସେ ବେଶ୍‌ ପରିଚିତ। ୧୦୩ ମ୍ୟାଚ୍‌ରୁ ସେ ୧୦ ଅର୍ଦ୍ଧଶତକ ସହିତ ୨୦୯୫ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୭୭ ରହିଛି। ଏହା ସହିତ ୯.୧୮ ଇକୋନୋମି ହାରରେ ସେ ୯୨ ଉଇକେଟ ଅକ୍ତିଆର କରିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା (ମୁମ୍ବାଇ, ଗୁଜରାଟ ଟାଇଟନ୍ସ)
୨୦୧୨ ରନ୍‌ , ୫୧ ଉଇକେଟ
ଏହି ତାଲିକାରେ ନୂତନ ଭାବରେ ପ୍ରବେଶ କରିଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇର ଗୁରୁତ୍ୱପୂର୍ଣ୍ଣ ଖେଳାଳି ରହିଥିବା ପାଣ୍ଡ୍ୟା ୨୦୨୨ରେ ଗୁଜରାଟ ପାଇଁ ଖେଳିଥିଲେ। ୧୧୧ ମ୍ୟାଚ୍‌ରୁ ସେ୧୪୬.୩୩ର ଷ୍ଟ୍ରାଇକରେଟ୍‌ରେ ୨୦୧୨ ରନ୍‌ କରିଛନ୍ତି। ଏହା ମଧ୍ୟରେ ୮ ଅର୍ଦ୍ଧଶତକ ସାମିଲ ଥିବା ବେଳେ ୮.୬୬ ଇକୋନୋମି ହାରରେ ସେ ୫୧ ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?