ପତ୍ରରୁ ସୁନ୍ଦରତା

ବିଭିନ୍ନ ପ୍ରକାର ପତ୍ରକୁ ବ୍ୟବହାର କରି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ।
ବିଭିନ୍ନ ପ୍ରକାରର ପତ୍ରକୁ କିଭଳି ବ୍ୟବହାର କରିବେ ଜାଣି ରଖନ୍ତୁ…

କଦଳୀ ପତ୍ରକୁ ବାଟି ସେହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ। ଶୀତ ଦିନେ ରୂପି ସମସ୍ୟା ଦୂର କରିବା ପାଇଁ ମଧ୍ୟ କଦଳୀ ପତ୍ରକୁ ବାଟି କେଶ ମୂଳରେ ଲଗାନ୍ତୁ। କଦଳୀ ପତ୍ରର ପେଷ୍ଟକୁ ଅଧଘଣ୍ଟା ପର୍ଯ୍ୟନ୍ତ କେଶ ମୂଳରେ ଲଗାଇ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଲେଖାଏଁ ଏପରି କଲେ ରୂପି ସମସ୍ୟା ରହିବ ନାହିଁ।
ପାନ ପତ୍ରକୁ ସିଝାଇ ସେହି ପାଣିରେ ହଳଦୀ ମିଶାଇ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହେବା ସହିତ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ।
ପାନପତ୍ରକୁ ବାଟି ନଡିଆ ତେଲରେ ମିଶାଇ କେଶ ମୂଳରେ ଲଗାଇ ଘଣ୍ଟାଏ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହାପରେ ଧୋଇ ଦିଅନ୍ତୁ। ଏପରି କଲେ କେଶ ଝଡ଼ିବା କମିଯିବ।
ତୁଳସୀ ପତ୍ରକୁ ସିଝାଇ ସେହି ପାଣିକୁ ବରଫ ଖଣ୍ଡରେ ପରିଣତ କରି ଦିଅନ୍ତୁ। ଏହାକୁ ପତଳା କପଡାରେ ମୁହଁରେ ଘଷିଲେ ମୁହଁରୁ ସମସ୍ତ ବ୍ରଣ ଓ ଦାଗ ଦୂର ହେବା ସହିତ ଉଜ୍ଜ୍ୱଳତା ବଢ଼ିବ। ତୁଳସୀ ପତ୍ରକୁ ବାଟି ପାଣିରେ ମିଶାଇ ସେଥିରେ ମୁହଁ ଧୋଇଲେ ତାହା ଫେଶ୍‌ ୱାଶ୍‌ ଭଳି କାମ ଦେଇଥାଏ।
ଭୃସଙ୍ଗ ପତ୍ରକୁ ବାଟି ସେହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ଦୂର ହେବା ସହିତ ତ୍ୱଚାର ସୁନ୍ଦରତା ବଢ଼ିଥାଏ।
ମେଥିପତ୍ରକୁ ବାଟି ମୁହଁରେ ଅଧଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଶୁଖିଗଲା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ତ୍ୱଚାରେ ବ୍ରଣ ଓ ଦାଗ ଦୂର ହେବା ସହିତ ତ୍ୱଚାର ଚମକ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri