ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନବଣ, ପର୍ଯ୍ୟଟନକ୍ଷେତ୍ର ପାଲଟିଛି ଏବେ ଗୋରୁ ଛେଳିଙ୍କ ଚରାଭୂଇଁ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): ପର୍ଯ୍ୟଟନ ଋତୁ ଆସିଲେ ଅନେକ କଥା କହେ ପାଇନବଣର ଦୃଶ୍ୟ। ଆଉ ପର୍ଯ୍ୟଟକ ଯଦି ଦାରିଙ୍ଗବାଡ଼ି ଆସିନ୍ତି ନିଶ୍ଚିତ ଉକ୍ତ ପାଇନବଣ ବୁଲିଥାନ୍ତି। ବଣଭୋଜି କରି ମଜା ନେଇଥାନ୍ତି। ପର୍ଯ୍ୟଟକଙ୍କ ପାଇଁ ରହିଛି ବଣଭୋଜି କରି ମଜା ନେବା ପାଇଁ ସମସ୍ତ ବ୍ୟବସ୍ଥା। ହେଲେ ଏବେ ଆଉ ପାର୍କ ପର୍ଯ୍ୟଟକଙ୍କ ପାଇଁ ଏହା ନିରାପଦ ସ୍ଥାନ ହୋଇକି ନାହିଁ ଏବଂ ଏହା ନିଜ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ଏବେ ପର୍ଯ୍ୟଟକଙ୍କ ସ୍ଥାନରେ ଗୋରୁଙ୍କ ଚରାଭୂମି ପାଲଟିଛି ପାଇନବଣ। ଆଉ ଗୋରୁ ଚରାଳିଙ୍କ ପାଇଁ ଶିଶୁଙ୍କ ଉଦ୍ୟାନ ପାଲଟିଛି ବିଶ୍ରାମ କକ୍ଷ। ଅଞ୍ଚଳର ଏକାଧିକ ଗୋରୁ ଚରାଳି ତାଙ୍କ ଗୋରୁ ନେଇ ସିଧା ଡୁଲୁରୀ ପାଇନବଣ ଓ ତା’ ପରିସର ଭିତରେ ଥିବା ଶିଶୁ ଉଦ୍ୟାନରେ ଚରିବାକୁ ଛାଡ଼ି ଦିଅନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଘାସ ଗାଲିଚାକୁ ଗାଈ, ଛେଳି ବୁଲିବୁଲି ପେଟ ପୂରିବା ପର୍ଯ୍ୟନ୍ତ ଖାଇଥାନ୍ତି। ଗାଈଆଳମାନେ ମଧ୍ୟ ବହୁତ ଖୁସି। କାରଣ ତାଙ୍କୁ ଆଉ କେହି ଆକଟ କରିବାକୁ ନାହାନ୍ତି।

ସେହିପରି ପାଇନ ଜଙ୍ଗଲକୁ ଦୈନିକ ଆସାମିଜିକ ବ୍ୟକ୍ତିମାନେ ଆସି ପାର୍କର ଶିଶୁ ଉଦ୍ୟାନର ଦୋଳି, ବ୍ୟଞ୍ଚ, ଖେଳନାକୁ ନଷ୍ଟ କରୁଥିବା ନଜିର ରହିଛି। ଦୈନିକ ଉକ୍ତ ପାଇନ ବଣକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନେ ଉକ୍ତ ପାର୍କରେ କେହି ସୁରକ୍ଷାକର୍ମୀ ନ ଥିବାରୁ ନିଜକୁ ଅସୁରକ୍ଷିତ ମନେ କରନ୍ତି। ଏବେ ପର୍ଯ୍ୟଟନ ଋତୁ ନ ଥିଲେ ମଧ୍ୟ ଡୁଲୁରୀ ପାଇନ ବଣରେ ରାଜ୍ୟ ଏବଂ ରାଜ୍ୟ ବାହାରର ପର୍ଯ୍ୟଟକ ବୁଲୁଥିବା ଦେଖିବାକୁ ମିଳୁଛି। କେବଳ ପର୍ଯ୍ୟଟନ ଋତୁ ଅକ୍ଟୋବର ମାସଠାରୁ ଫେବୃଆରୀ ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ନିୟୋଜିତ କରାଯାଇଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମୁଖ୍ୟ ଫାଟକରେ ଜଗି ରହିବା ସହ ପର୍ଯ୍ୟଟକଙ୍କଠାରୁ ଟିକେଟ୍‌ ସଂଗ୍ରହ କରିଥାନ୍ତି କିନ୍ତୁ ଏବେ ଫେବୃଆରୀ ପରଠାରୁ କେହି ଜଗୁନାହାନ୍ତି। ଫଳରେ ପାର୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୈନିକ ଶହ ଶହ ଟଙ୍କାର ରାଜସ୍ବ ହରାଉଛି ବ୍ଲକ ପ୍ରଶାସନ। ଏହାକୁ ବ୍ଲକ ପ୍ରଶାସନ ଅଧୀନରେ ଥିବା ଟ୍ରଷ୍ଟରେ ସାମିଲ କରାଗଲେ ଏହାର ରକ୍ଷଣବେକ୍ଷଣ ଭଲ ଭାବରେ ହୋଇପାରିବ ବୋଲି ଅଞ୍ଚଳବାସୀ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ମୁକୁଳା ଛାଡ଼ି ଦେଇଥିବା ନେଇ ଅସନ୍ତୋଷ ଦେଖାଯାଇଛି।

ଏନେଇ ସ୍ଥାନୀୟ ସରପଞ୍ଚ ପାଉଲ ପ୍ରଧାନ କହିଛନ୍ତି ଯେ, ଏବେ ପର୍ଯ୍ୟଟକ ବହୁତ କମ୍‌ ଆସୁଛନ୍ତି ଏବଂ ପାଇନ ବଣରେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ଓ ଅନ୍ୟାନ୍ୟ କାର୍ଯ୍ୟ ସରିନାହିଁ। ଫଳରେ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ଉପୁଜୁଥିବା ସେ କହିଛନ୍ତି।

ସେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସହ କଥା ହୋଇଛନ୍ତି ଶୀଘ୍ର କାର୍ଯ୍ୟ ସରିଲେ ପୁଣି ମହିଳାମାନେ ସେଠାରେ ରହି ରକ୍ଷଣାବେକ୍ଷଣ ସଫେଇ ସହ ଟିକେଟ ସଂଗ୍ରହ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏନେଇ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ କହିଛନ୍ତି, ସେ ଏବେ ଶୁଣିଲେ ସ୍ଥାନୀୟ ବିଡିଓଙ୍କ ସହ କଥା ହେଲେ ସେ ଏହାକୁ ଟ୍ରଷ୍ଟରେ ସାମିଲ କରାଇବା ପାଇଁ କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ବାଲିଗୁଡ଼ାର ନୂଆ ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?