Posted inଖେଳ

ଦୁବାଇରେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍‌

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛି। ଟି୨୦ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ଏଣୁ ସୋସିଆଲ ମିଡିଆ ଜରିଆରେ ଯେକୌଣସି କୌଣସି ପ୍ରକାର ଦୁର୍ନୀତିର ନିରାକରଣ ଦିଗରେ ଏସିୟୁ କାର୍ଯ୍ୟ କରିବ। ଏହାଛଡ଼ା ଫିଜିକାଲ ସେସନ ପରିବର୍ତ୍ତେ ଭିଡ଼ିଓ କନସେଲିଂ ଜରିଆରେ ଖେଳାଳିମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯିବ। ଅଜିତ ସିଂଙ୍କ ନେତୃତ୍ୱରେ ବିସିସିଆଇର ୮ଜଣିଆ ଦଳ ମଙ୍ଗଳବାର ଦୁବାଇରେ ପହଞ୍ଚତ୍ଛି। ଏହି ଦଳ ବର୍ତ୍ତମାନ ୬ ଦିନିଆ କ୍ୱାରାଣ୍ଟାଇନ୍‌ରେ ଅଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ କଡ଼ାକଡି ଭାବେ ବାୟୋ-ବବଲ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବାକୁଯାଉଥିବାରୁ ପୂର୍ବ ସଂସ୍କରଣ ତୁଳନାରେ ଅଧିକ ସୁରକ୍ଷିତ ବୋଲି ସିଂ କହିଛନ୍ତି। ଷ୍ଟାଡିୟମରେ ଏଥର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିବନି। ଖେଳପ୍ରେମୀମାନଙ୍କୁ ଟିମ୍‌ ହୋଟେଲ ଯିବାରେ ବାରଣ ରହିଛି। ତେଣୁ ଖେଳାଳିଙ୍କୁ ଦୁର୍ନୀତିରେ ଫସାଇବା ଆଶଙ୍କା କମ୍‌। ଏସିୟୁ ୮ଟି ଦଳର ପୃଥକ୍‌ ପୃଥକ ଭାବେ ସେସନର ଆୟୋଜନ କରିବ। ବିଶେଷ କରି ଆଇପିଏଲ୍‌ ଓ ଅନ୍ତର୍ଜାତୀୟ କ୍ରିକେଟରେ ବିଶେଷ ଅଭିଜ୍ଞତା ନ ଥିବା ଯୁବ ଖେଳାଳିମାନଙ୍କ ଲାଗି ଏହି ସେସନ ବିଶେଷ ଫଳପ୍ରଦ ହେବ। ପ୍ରତିଷ୍ଠିତ ଖେଳାଳିମାନେ ପୂର୍ବରୁ ଏସିୟୁ ପ୍ରୋଟୋକଲ ସହିତ ପରିଚିତ। ଏହାସତ୍ତ୍ୱେ ସ୍ପୋଟର୍‌ସ ଇଣ୍ଟିଗ୍ରିଟି ଏଜେନ୍ସିର ସହାୟତା ନିଆଯାଇଛି। ଏହା ବେଟିଂ କାର୍ଯ୍ୟକଳାପ ଏବଂ ସନ୍ଦିଗ୍ଧ କ୍ଲାଏଣ୍ଟ ଉପରେ ନଜର ରଖିବ ବୋଲିଂ ସିଂ କହିଛନ୍ତି। ସୋସିଆଲ ମିଡିଆ କିମ୍ବା ଫୋନ୍‌ (ହ୍ବାଟ୍ସଅପ୍‌) ଜରିଆରେ ଖେଳାଳିମାନଙ୍କୁ ଦୁର୍ନୀତିରେ ଲିପ୍ତ କରାଇବାକୁ ଉଦ୍ୟମ ହୋଇ ପାରେ। ପ୍ରତିଟି ଟିମ୍‌ ସହ ଦୁଇଜଣ ସିକ୍ୟୁରିଟି ଲିଆସନ ଅଫିସର ରହିବେ, ଯେଉଁମାନେକି ବାୟୋ-ବବଲ ପରିବେଶରେ ନଜର ରଖିପାରିବେ। ବିସିସିଆଇ ଏସିୟୁ ଟିମ୍‌ର କ୍ୱାରାଣ୍ଟାଇନ ପରିୟଡ଼ ଶେଷ ହେବ ପରେ ଖେଳାଳିମାନଙ୍କ ଲାଗି ଭିଡ଼ିଓ କନସେଲିଂ ସେସନ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri