ଦାବିକୁ ଅଣଦେଖା କରି ସ୍ଥାନାନ୍ତର ହେଲା ବେସିନ୍‌ ମ୍ୟାନେଜର କାର୍ଯ୍ୟାଳୟ

ତେନ୍ତୁଳିଖୁଣ୍ଟି, ୨୨।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାର ହକ୍‌କୁ ମାରି କଳାହାଣ୍ଡିକୁ ଶସ୍ୟଶ୍ୟାମଳା କରାଗଲା। ନଦୀର ଧର୍ମକୁ ବଦଳାଇ ତଳମୁଣ୍ଡ ପରିବର୍ତ୍ତେ ଉପର ମୁଣ୍ଡକୁ ଦିଆଗଲା ପାଣି। ଏହାପରେ ଏଠାରେ ଥିବା ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟକୁ ଉଠାଇ ନିଆଯାଉଛି। ପୂର୍ବରୁ ଅନେକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯିବା ପରେ ଏବେ ବେସିନ୍‌ ମ୍ୟାନେଜର କାର୍ଯ୍ୟାଳୟକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଖାତିଗୁଡ଼ାରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ, ଉପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଓ ମୁଖ୍ୟନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ, ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟାଳୟ ଥିଲା। ତାହା ଅଧୀନରେ ୪ରୁ ୫ ଡିଭିଜନ କାର୍ଯ୍ୟାଳୟ ସହ ବିଦ୍ୟାଳୟ, କଲେଜ ଓ ମେଡିକାଲ ପରିଚାଳିତ ହେଉଥିଲା। ୨୦୧୬ରେ ଜଳସେଚନ ବିଭାଗର ଇନ୍ଦ୍ରାବତୀ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ସହ କୋଲାବକୁ ମିଶ୍ରଣ କରି ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଇନ୍ଦ୍ରାବତୀ ଓ କୋଲାବ ବେସିନ କରିଦିଆଗଲା। ପରେ ମୁଖ୍ୟଯନ୍ତ୍ରୀଙ୍କ କ୍ଷମତା ସଙ୍କୁଚିତ କରି ମୁଖ୍ୟ ନିର୍ମାଣ ଯନ୍ତ୍ରୀ କୋଲାବ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମୁଖିଗୁଡାଙ୍କୁ କ୍ଷମତା ପ୍ରଦାନ କରାଗଲା। ୨୦୧୮/୧୯ରେ ଇଞ୍ଜିନିୟରିଂ କ୍ୟାଡର ପୁନର୍ଗଠନ ନାମରେ ଖାତିଗୁଡାରୁ ଗୁଣ ନିୟନ୍ତ୍ରଣ ବିଭାଗ କାର୍ଯ୍ୟାଳୟକୁ ଜୟପୁର ସ୍ଥାନାନ୍ତର କରାଗଲା। ସର୍ବଦଳୀୟ ପ୍ରତିନିଧି ତଥା ତତ୍କାଳୀନ ଜିଲାପାଳଙ୍କ ଚାପରେ ଜୁଲାଇରୁ ମେ ମାସ ପର୍ଯ୍ୟନ୍ତ ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟ ସ୍ଥାନନ୍ତର ବନ୍ଦ ରହିଲା। କିନ୍ତୁ ୧୦ ମେ’ରେ ଏହାକୁ ବାରିଣୀପୁଟକୁ ଉଠାଇ ନିଆଗଲା। ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପର ୪ ଡିଭିଜନ କାର୍ଯ୍ୟାଳୟକୁ ୧ ଜାନୁୟାରୀ ୨୦୨୨ରୁ ଜଳ ସମ୍ପଦ ବିଭାଗ ପରିଚାଳନା କରିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ୧ ଏପ୍ରିଲରୁ ଜଳସେଚନ ବିଭାଗ ଦରମା ସହ ଅନ୍ୟ ଉନ୍ନତିମୂଳକ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶ ଥିଲା। ମେ ମାସରେ ଆଉ ଏକ ନିର୍ଦ୍ଦେଶ ଆସିଲା। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜଳବିଦ୍ୟୁତ ନିଗମ ହିଁ ଦରମା ଓ ଅନ୍ୟ କାର୍ଯ୍ୟ କରିବ ବୋଲି ପୁଣି କୁହାଗଲା। ଜଳ ବିଦ୍ୟୁତ୍‌ ନିଗମ ଯଦି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ଅର୍ଥ ପ୍ରଦାନ କରିବ, ନିଗମ ଅଦ୍ୟାବଧି ଦେଉଥିବା ଅଭ୍ୟନ୍ତର ଇଲାକା ଭତ୍ତା କାହିଁକି ଦେବନି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଜଳସେଚନ ବିଭାଗ ଅଧୀନକୁ ଗଲେ କାର୍ଯ୍ୟାଳୟର ନାମ କ’ଣ ରହିବ, କାର୍ଯ୍ୟାଳୟ ମୁଖ୍ୟ କିଏ ହେବେ ପାଞ୍ଚ ମାସ ହେଲାଣି ସ୍ଥିର କରାଯାଇପାରୁ ନାହିଁ। ବିଦ୍ୟାଳୟଗୁଡିକୁ ଶିକ୍ଷା ବିଭାଗକୁ ହସ୍ତାନ୍ତର ନେଇ ଆଦେଶନାମା ବାହାରିଲା। କିନ୍ତୁ ଗଣଶିକ୍ଷା ବିଭାଗକୁ ସ୍କୁଲର ଶିକ୍ଷକ ସମସ୍ୟା ତଥା ଉନ୍ନୟନ କାର୍ଯ୍ୟ ପାଇଁ କୌଣସି ଠୋସ ଆଦେଶନାମା ଆସିନି। ଏବେ ଇନ୍ଦ୍ରାବତୀ ହାଇସ୍କୁଲରେ ୪୫୦ ଛାତ୍ରୀଛାତ୍ରଙ୍କୁ ମାତ୍ର ୬ ଜଣ ଶିକ୍ଷୟତ୍ରୀ ଶିକ୍ଷକ ଅଛନ୍ତି। ଇନ୍ଦ୍ରାବତୀ ପ୍ରାଥମିକ ବିଦ୍ୟାଳୟର ଆଜବେଷ୍ଟସ୍‌ ଉଡିଯାଇଛି ଅଥଚ ମରାମତି କେଉଁ ବିଭାଗ କରିବ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏ ନେଇ ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଶତ୍ରୁଘ୍ନ ମହାରଣାଙ୍କୁ ଏ ସମ୍ପର୍କରେ ପଚାରିବାରୁ ମୋ କାର୍ଯ୍ୟାଳୟର ୩୯ କର୍ମଚାରୀ ଓ ନବରଙ୍ଗପୁର ଜଳସେଚନ ଡିଭିଜନର ୧୯ କର୍ମଚାରୀଙ୍କ ଦରମା ମୁଖିଗୁଡ଼ାରୁ ହୋଇ ନ ପାରିବାରୁ ବାଧ୍ୟ ହୋଇ ତତ୍କାଳ ସ୍ଥାନାନ୍ତର କରିବା ନିଷ୍ପତ୍ତି ନେଲି। ଆହୁରି ମଧ୍ୟ ସରକାରୀ ନିର୍ଦ୍ଦେଶନମା ପ୍ରକାରେ ଜୟପୁର ଟ୍ରେଜେରି ଓ ନବରଙ୍ଗପୁର ଟ୍ରେଜେରି ଦ୍ୱାରା ଆର୍ଥିକ ଆଦାନ ପ୍ରଦାନ ନିଷ୍ପତ୍ତି ଯୋଗୁ ଏହି ପଦକ୍ଷେପ ନେଇଛି। ଜୁଲାଇରୁ ମେ ପର୍ଯ୍ୟନ୍ତ ଅପେକ୍ଷା କଲି । ସରକାରୀ ନିର୍ଦ୍ଦେଶନମା ଖାତିଗୁଡ଼ାରେ କାର୍ଯ୍ୟାଳୟ ରହିବା ନେଇ ଅର୍ଡ଼ର ଆସିଲାନି। ସ୍ଥଗିତ ଆଦେଶନାମା ପୁନଃ କାର୍ଯ୍ୟକାରୀ କଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri