କାଠଚୋରଙ୍କ ଆଡ୍ଡାସ୍ଥଳୀ ବରବରା ଜଙ୍ଗଲ: ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ

ବାଲୁଗାଁ,୨୭ା୧୨ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ବନବିଭାଗ ଅନ୍ତର୍ଗତ ବରବରା ଜଙ୍ଗଲ ଏବେ କାଠଚୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ କାଠ ମାଫିଆମାନେ ଅବାଧରେ ଗଛ କାଟି ଚାଲାଣ କରୁଛନ୍ତି। ବନ ବିଭାଗ ପକ୍ଷରୁ ଆବଶ୍ୟକ ସୁରକ୍ଷା ଦିଆ ନ ଗଲେ ଶାଳ, ଶାଗୁଆନ ଗଛ ଭର୍ତ୍ତି ଏହି ଜଙ୍ଗଲ ଲୋପ ପାଇଯିବ ବୋଲି ଆଶଙ୍କା ଉପୁଜିଛି।

୬୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଜଙ୍ଗଲ ମଧ୍ୟରୁ ଶାଳ, ଶାଗୁଆନ ସଂରକ୍ଷିତ ୨୩୦ ବର୍ଗକିଲୋମିଟର ରହିଛି। ଏଥିସହ ବହୁ ମୂଲ୍ୟବାନ ଗଛ ସମେତ ୪୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧୀୟ ଗଛ ରହିଛି। ଏହା ବ୍ୟତୀତ ହରିଣ, ଶମ୍ବର, ବାର୍‌ହା, ମୟୂର, ହାତୀ ମଧ୍ୟ ଏଠାରେ ରହିଛନ୍ତି। ବ୍ରିଟିଶ୍‌ ସରକାର ପ୍ରାୟ ୧୦୦ବର୍ଷ ପୂର୍ବରୁ ବରବରା ଜଙ୍ଗଲକୁ ସଂରକ୍ଷିତ ଭାବେ ଘୋଷଣା କରିଥିଲେ। ଜଙ୍ଗଲଟି ଯେପରି ଧ୍ୱଂସ ଅଭିମୁଖେ ଗତି ନ କରେ ଓଡ଼ିଶା ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୯୪ରେ ଏଠାରେ ୧୩୨ ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଯବାନଙ୍କ ପ୍ରହରା ଯୋଗୁ ଜଙ୍ଗଲରେ କାଠ ଚୋର କିମ୍ବା ପ୍ରାଣୀ ଶିକାରୀ ପଶିବାକୁ ସାହସ କରୁ ନ ଥିଲେ। ଫଳରେ ଜଙ୍ଗଲ ସୁରକ୍ଷିତ ରହିଥିଲା। ୪ବର୍ଷ ପୂର୍ବେ ଯବାନମାନଙ୍କୁ ଏଠାରୁ ପ୍ରତ୍ୟାହାର କରି ନିଆଯିବା ପରେ ମାତ୍ର ୩୦ଜଣ ଓଏସ୍‌ଏସ୍‌ଏଫଙ୍କୁ ଏହି ଜଙ୍ଗଲର ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପଟେ ବନପାଳ ୧୫ଜଣ ଆବଶ୍ୟକ ଥିବାବେଳେ ୯ଜଣ ଅଛନ୍ତି ା ସେହିପରି ବନରକ୍ଷୀ ୩୫ଜଣଙ୍କ ମଧ୍ୟରୁ ୨୧ଜଣ ଏବଂ ଓ୍ବାଚର ୪୦ ପରିବର୍ତ୍ତେ ୩୦ଜଣ ସୁରକ୍ଷା ପାଇଁ ନିୟୋଜିତ ରହିଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। କମ୍‌ ସଂଖ୍ୟକ କର୍ମଚାରୀ ଏହି ଜଙ୍ଗଲକୁ କିପରି ସୁରକ୍ଷା ଦେବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁରକ୍ଷା ଅଭାବରୁ ଜଙ୍ଗଲ ଏବେ କାଠଚୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସରକାର ଏହାର ସୁରକ୍ଷା ଦିଗରେ ପଦକ୍ଷେପ ନ ନେଲେ ଭବିଷ୍ୟତରେ ପଦା ହୋଇ ଭୌଗୋଳିକ ମାନଚିତ୍ରରୁ ନିଶ୍ଚିହ୍ନ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ବାଲୁଗଁା ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ପୂର୍ବାପେକ୍ଷା ବର୍ତ୍ତମାନ ଜଙ୍ଗଲର ସୁରକ୍ଷା ନିମନ୍ତେ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜଙ୍ଗଲ ମଧ୍ୟରେ ବସବାସକରୁଥିବା ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକଙ୍କୁ ନେଇ ଜଙ୍ଗଲ ସୁରକ୍ଷା କମିଟି ଗଠନ କରାଯାଇଛି। ଉକ୍ତ କମିଟି ବନ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଜଙ୍ଗଲରୁ କାଠ ଚୋରି ହେଉଥିବା ନେଇ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୨୦ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭଞ୍ଜନଗର,୩୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଲିଆପଟା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଥିରେ ଅଶୋକ ନାୟକ, କୃଷ୍ଣ ନାୟକ,...

ଉଦ୍ଧାର ହେଲେ ୩୦ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ

କୋକସରା/ଗୋଲାମୁଣ୍ଡା,୨୭ା୧୧(ଡି.ଏନ.ଏ.): ରବିବାର ସନ୍ଧ୍ୟାରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅଧୀନ ତୁମୁରା ନିକଟରୁ ୩୦ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର କୋକସରା...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଅହିଂସାର ପ୍ରତୀକ ତଥା ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ...

ଚୋରି ପାଇଁ ବନ୍ଦୋବସ୍ତ

ଭୁବନେଶ୍ୱର,୪।୧୦: ୨୦୧୫ ଅଗଷ୍ଟରେ ସ୍ଥାନୀୟ ନୟାପଲ୍ଲୀ ମମ୍‌ତାଜ ହାଇସ୍କୁଲ ସମ୍ମୁଖ ଖୋଲା ନାଳରେ ପଡ଼ି ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଉକ୍ତ ଘଟଣାକୁ ନେଇ ସହରବାସୀଙ୍କ...

ଗରିବଙ୍କ କଲ୍ୟାଣ ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ଧର୍ମେନ୍ଦ୍ର

ମାହାଙ୍ଗା,୧ା୬(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଳକ ଅନ୍ତର୍ଗତ ବରାହିପୁରଠାରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମ୍ମିଳନୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା...

ଅସୁସ୍ଥ ସ୍ବାମୀଙ୍କୁ ମେଡିକାଲରୁ ପାଇଲେନି ସ୍ତ୍ରୀ

ପାତ୍ରପୁର,୧୬ା୭(ଡି.ଏନ୍‌.ଏ.)-ଜରଡ଼ା ଥାନା ଅନର୍ଗତ ପାତ୍ରପୁର ଗ୍ରାମ ସାଗର ସାହିର ତ୍ରିନାଥ ସୁବୁଦ୍ଧି ଜ୍ୱରରେ ପୀଡିତ ଥିବାରୁ ରବିବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ...

ଉପଜିଲାପାଳଙ୍କ ଚଢ଼ାଉ, ମଦ ଜବତ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଶୁକ୍ରବାର ରାତିରେ ମହୀଧରପୁର, ବନ୍ତଳା ଓ ସୀମାନ୍ତ କଂସରା ଅଞ୍ଚଳରେ ଚଢ଼ାଉ କରିଛନ୍ତି । ଏହି...

ନବମୀରେ କାଳିକା ନୃତ୍ୟ, ଦଶମୀରେ ଦହି ପଖାଳ

ଜଗତ୍‌ସିଂହପୁର ଅଫିସ, ୨୩ା୯: ପାଖେଇ ଆସୁଛି ଦୁର୍ଗା ପୂଜା। ଏ ନେଇ ଜଗତ୍‌ସିଂହପୁର ସହରରେ ପାର୍ବଣର ମାହୋଲ ଅନୁଭବ ହେଲାଣି । ବିଭିନ୍ନ ପୂଜା କମିଟି...

Advertisement
Archives

Model This Week