ପୋଖରୀରେ ଫିଙ୍ଗିଲେ ଭୋଟ ବାକ୍ସ

ଯାଜପୁର ଅଫିସ/ଦଶରଥପୁର (ଡି.ଏନ.ଏ.),୧୯ା୨: ଯାଜପୁର ଜିଲା ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନରେ ପୁଣି ବୋମାମାଡ, ବାଲଟ ପେପର ଲୁଟ୍‌ ଓ ମାଡପିଟ ଘଟଣାର ପୁନରାବୃତ୍ତି ହୋଇଛି। ଶୁକ୍ରବାର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତର ୨ ଓ ୩ ନମ୍ବର ବୁଥ୍‌ରେ ବାଲଟ ପେପର ଲୁଟ୍‌, ଦଶରଥପୁର ପଞ୍ଚାୟତର ୯ ନମ୍ବର ବୁଥ୍‌ରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିବା ଏବଂ ବଡଚଣା ବ୍ଲକ ନଳିପୁର ପଞ୍ଚାୟତର ୨ ନମ୍ବର ବୁଥ କ୍ୟାପଚରିଂ ଭଳି ଘଟଣା ଘଟିଛି। ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ ପଦାଧିକାରୀଙ୍କ ଚେତାବନୀ ଯାଜପୁର ଜିଲାରେ ପରାହତ ହୋଇଛି। ଅନ୍ୟପକ୍ଷେ ବୁଧବାର ରୁଦ୍ରପୁର ପଞ୍ଚାୟତରେ ବୁଥ୍‌ କ୍ୟାପଚରିଂ ଏବଂ ଏରବାଙ୍କ ପଞ୍ଚାୟତରେ ବୋମାମାଡ଼ ଓ ପୋଲିଂ କର୍ମଚାରୀ ସହ ଲୋକଙ୍କୁ ମାରପିଟ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଯାଜପୁର ସଦର ଥାନା ପୋଲିସ ଏଯାଏ ବିଫଳ ହୋଇଛି। ଜାଣିଶୁଣି ଏହି ଘଟଣାରେ ପୋଲିସ ନୀରବଦ୍ରଷ୍ଟା ସାଜିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଜିଲାରେ ଘଟିଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। କିନ୍ତୁ ହିଂସାକୁ ଆୟତ୍ତ କରଯାଇପାରି ନ ଥିଲା। ଦଶରଥପୁର ବ୍ଲକ କାର୍ଯ୍ୟାଳୟ ନିକଟ ଈଶ୍ୱରପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା ଦଶରଥପୁର ପଞ୍ଚାୟତର ୯ ନମ୍ବର ବୁଥ୍‌। ମତଦାନ ଶେଷ ହେବା ପରେ କର୍ମଚାରୀମାନେ ଭୋଟବାକ୍ସ ଧରି ଚାଲିଚାଲି ଷ୍ଟ୍ରଙ୍ଗରୁମ୍‌କୁ ଯାଉଥିଲେ। ଅପରାହ୍ନ ପ୍ରାୟ ୪ଟାରେ କେତେଜଣ ଦୁର୍ବୃତ୍ତ ପହଞ୍ଚି ଭୋଟବାକ୍ସଗୁଡିକୁ ପୋଲିଂ କର୍ମଚାରୀଙ୍କଠାରୁ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ। ଫଳରେ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତା ଅବରୋଧ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଦୁର୍ବୃତ୍ତମାନେ ଗିରଫ ହୋଇ ପାରିନାହାନ୍ତି।
ଦଶରଥପୁର ବ୍ଲକର କନିକାପଡ଼ା ପଞ୍ଚାୟତର ୮ ନମ୍ବର ବୁଥ୍‌ରେ ରିଗିଂ ଅଭିଯୋଗ ହୋଇଛି। ଏହାବାଦ ୨ ଓ ୩ ନମ୍ବର ବୁଥ୍‌ ଭିତରକୁ ୧୦ରୁ ୧୫ ଜଣ ଦୁର୍ବୃତ୍ତ ପଶି ବାଲଟ ପେପର ଛଡେଇ ନେବା ସହ ଚିରି ଦେଇଥିଲେ। ଫଳରେ ସେଠାରେ ମତଦାନ ବନ୍ଦ ହୋଇଥିଲା। ସେହିପରି ବିରିପଟା ପଞ୍ଚାୟତର କେନ୍ଦୁଆକୁଳ ୫ ନଂ. ବୁଥ୍‌ ନିକଟରେ ଅପରାହ୍ନ ୧ଟାରେ ବୋମାମାଡ଼ ହୋଇଥିଲା। ଏଥିରେ କାହାରି କ୍ଷତି ହୋଇ ନ ଥିଲେ ହେଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ବଡଚଣା ବ୍ଲକ ନଳିପୁର ପଞ୍ଚାୟତର ୨ ନଂ. ବୁଥ୍‌ କ୍ୟାପ୍‌ଚରିଂ ହୋଇଥିବା ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ବିଜେଡି ଏବଂ ଅସନ୍ତୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଏହାର ପ୍ରତିବାଦରେ ଅପରାହ୍ନ ୨ଟାରୁ ନଳିପୁର ଛକଠାରେ ୫୩ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ପ୍ରଥମ ପର୍ଯ୍ୟାୟ ମତଦାନରେ ବିଶେଷକରି ଯାଜପୁର ବ୍ଲକ ରୁଦ୍ରପୁର ଓ ଏରବାଙ୍କ ପଞ୍ଚାୟତରେ ଘଟିଥିବା ନିର୍ବାଚନୀ ହିଂସାରେ ପୋଲିସର କୋହଳ କାର୍ଯ୍ୟାନୁଷ୍ଠାନ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଅସାମାଜିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଛି ବୋଲି ମତପ୍ରକାଶ ପାଇଛି। ରୁଦ୍ରପୁର ପଞ୍ଚାୟତରେ ହୋଇଥିବା ବଳପୂବକ ବାଲଟ ପେପର ଷ୍ଟାପିଂ ଘଟଣାରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକଙ୍କ ସମ୍ପୃକ୍ତି ଥିବା ଭିଡିଓ କ୍ଲିପ୍‌ରେ ସ୍ପଷ୍ଟ ଭାବେ ଜଣାପଡ଼ିଛି। ହେଲେ ମାତ୍ର ୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଏରବାଙ୍କ ପଞ୍ଚାୟତରେ ବୋମାମାଡ଼ ଅଭିଯୋଗକୁ ପୋଲିସ ଏକପ୍ରକାର ଦବେଇ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri