ପୋଖରୀରେ ଫିଙ୍ଗିଲେ ଭୋଟ ବାକ୍ସ

ଯାଜପୁର ଅଫିସ/ଦଶରଥପୁର (ଡି.ଏନ.ଏ.),୧୯ା୨: ଯାଜପୁର ଜିଲା ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନରେ ପୁଣି ବୋମାମାଡ, ବାଲଟ ପେପର ଲୁଟ୍‌ ଓ ମାଡପିଟ ଘଟଣାର ପୁନରାବୃତ୍ତି ହୋଇଛି। ଶୁକ୍ରବାର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତର ୨ ଓ ୩ ନମ୍ବର ବୁଥ୍‌ରେ ବାଲଟ ପେପର ଲୁଟ୍‌, ଦଶରଥପୁର ପଞ୍ଚାୟତର ୯ ନମ୍ବର ବୁଥ୍‌ରେ ଭୋଟ ବାକ୍ସକୁ ପୋଖରୀରେ ଫିଙ୍ଗିବା ଏବଂ ବଡଚଣା ବ୍ଲକ ନଳିପୁର ପଞ୍ଚାୟତର ୨ ନମ୍ବର ବୁଥ କ୍ୟାପଚରିଂ ଭଳି ଘଟଣା ଘଟିଛି। ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ ପଦାଧିକାରୀଙ୍କ ଚେତାବନୀ ଯାଜପୁର ଜିଲାରେ ପରାହତ ହୋଇଛି। ଅନ୍ୟପକ୍ଷେ ବୁଧବାର ରୁଦ୍ରପୁର ପଞ୍ଚାୟତରେ ବୁଥ୍‌ କ୍ୟାପଚରିଂ ଏବଂ ଏରବାଙ୍କ ପଞ୍ଚାୟତରେ ବୋମାମାଡ଼ ଓ ପୋଲିଂ କର୍ମଚାରୀ ସହ ଲୋକଙ୍କୁ ମାରପିଟ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଯାଜପୁର ସଦର ଥାନା ପୋଲିସ ଏଯାଏ ବିଫଳ ହୋଇଛି। ଜାଣିଶୁଣି ଏହି ଘଟଣାରେ ପୋଲିସ ନୀରବଦ୍ରଷ୍ଟା ସାଜିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଜିଲାରେ ଘଟିଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। କିନ୍ତୁ ହିଂସାକୁ ଆୟତ୍ତ କରଯାଇପାରି ନ ଥିଲା। ଦଶରଥପୁର ବ୍ଲକ କାର୍ଯ୍ୟାଳୟ ନିକଟ ଈଶ୍ୱରପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା ଦଶରଥପୁର ପଞ୍ଚାୟତର ୯ ନମ୍ବର ବୁଥ୍‌। ମତଦାନ ଶେଷ ହେବା ପରେ କର୍ମଚାରୀମାନେ ଭୋଟବାକ୍ସ ଧରି ଚାଲିଚାଲି ଷ୍ଟ୍ରଙ୍ଗରୁମ୍‌କୁ ଯାଉଥିଲେ। ଅପରାହ୍ନ ପ୍ରାୟ ୪ଟାରେ କେତେଜଣ ଦୁର୍ବୃତ୍ତ ପହଞ୍ଚି ଭୋଟବାକ୍ସଗୁଡିକୁ ପୋଲିଂ କର୍ମଚାରୀଙ୍କଠାରୁ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ। ଫଳରେ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତା ଅବରୋଧ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଦୁର୍ବୃତ୍ତମାନେ ଗିରଫ ହୋଇ ପାରିନାହାନ୍ତି।
ଦଶରଥପୁର ବ୍ଲକର କନିକାପଡ଼ା ପଞ୍ଚାୟତର ୮ ନମ୍ବର ବୁଥ୍‌ରେ ରିଗିଂ ଅଭିଯୋଗ ହୋଇଛି। ଏହାବାଦ ୨ ଓ ୩ ନମ୍ବର ବୁଥ୍‌ ଭିତରକୁ ୧୦ରୁ ୧୫ ଜଣ ଦୁର୍ବୃତ୍ତ ପଶି ବାଲଟ ପେପର ଛଡେଇ ନେବା ସହ ଚିରି ଦେଇଥିଲେ। ଫଳରେ ସେଠାରେ ମତଦାନ ବନ୍ଦ ହୋଇଥିଲା। ସେହିପରି ବିରିପଟା ପଞ୍ଚାୟତର କେନ୍ଦୁଆକୁଳ ୫ ନଂ. ବୁଥ୍‌ ନିକଟରେ ଅପରାହ୍ନ ୧ଟାରେ ବୋମାମାଡ଼ ହୋଇଥିଲା। ଏଥିରେ କାହାରି କ୍ଷତି ହୋଇ ନ ଥିଲେ ହେଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ବଡଚଣା ବ୍ଲକ ନଳିପୁର ପଞ୍ଚାୟତର ୨ ନଂ. ବୁଥ୍‌ କ୍ୟାପ୍‌ଚରିଂ ହୋଇଥିବା ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଛି। ସେଠାରେ ବିଜେଡି ଏବଂ ଅସନ୍ତୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଏହାର ପ୍ରତିବାଦରେ ଅପରାହ୍ନ ୨ଟାରୁ ନଳିପୁର ଛକଠାରେ ୫୩ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ପ୍ରଥମ ପର୍ଯ୍ୟାୟ ମତଦାନରେ ବିଶେଷକରି ଯାଜପୁର ବ୍ଲକ ରୁଦ୍ରପୁର ଓ ଏରବାଙ୍କ ପଞ୍ଚାୟତରେ ଘଟିଥିବା ନିର୍ବାଚନୀ ହିଂସାରେ ପୋଲିସର କୋହଳ କାର୍ଯ୍ୟାନୁଷ୍ଠାନ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଅସାମାଜିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଛି ବୋଲି ମତପ୍ରକାଶ ପାଇଛି। ରୁଦ୍ରପୁର ପଞ୍ଚାୟତରେ ହୋଇଥିବା ବଳପୂବକ ବାଲଟ ପେପର ଷ୍ଟାପିଂ ଘଟଣାରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକଙ୍କ ସମ୍ପୃକ୍ତି ଥିବା ଭିଡିଓ କ୍ଲିପ୍‌ରେ ସ୍ପଷ୍ଟ ଭାବେ ଜଣାପଡ଼ିଛି। ହେଲେ ମାତ୍ର ୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଏରବାଙ୍କ ପଞ୍ଚାୟତରେ ବୋମାମାଡ଼ ଅଭିଯୋଗକୁ ପୋଲିସ ଏକପ୍ରକାର ଦବେଇ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?