ବଲାଙ୍ଗୀର ପ୍ରଶାସନର କଡ଼ା ଆଭିମୁଖ୍ୟ, ରାସ୍ତା ଉପରେ ବେପାର ମନା

ବଲାଙ୍ଗୀର ଅଫିସ,୧୧ା୧୨
ବଲାଙ୍ଗୀର ସହର ମୁଖ୍ୟ ରାସ୍ତା ଉପରେ ଆଗକୁ ଆଉ ବେପାର କରିବାକୁ ଦିଆଯିବ ନାହିଁ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ରାସ୍ତା ଉପରେ ଯେଉଁ ଉଠାଦୋକାନୀ ଓ ପନିପରିବା ବ୍ୟବସାୟୀ ବେପାର କରୁଛନ୍ତି ସେମାନଙ୍କୁ ସହରର ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ କରାଯାଇ ସହରର ମୁଖ୍ୟରାସ୍ତାରୁ ଭିଡ କମାଇବା ଓ ଅବାଧ ଯାତାୟାତ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଉଛି। ବଲାଙ୍ଗୀର ମ୍ୟୁନିସିପାଲିଟି ଦାୟିତ୍ୱରେ ଥିବା ଆଇଏଏସ୍‌ ପ୍ରୋବେସନର ମନୋଜ ମହାଜନ, ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଓ ମ୍ୟୁନିସିପାଲିଟି ଟିମ୍‌ ଗୁରୁବାର ସହରର ବିଭିନ୍ନ ମୁଖ୍ୟରାସ୍ତା ପରିଦର୍ଶନ କରିଥିଲେ। ରାସ୍ତା ଉପରେ ବସିଥିବା ବେପାରୀଙ୍କୁ ସେଠାରୁ ହଟିଯାଇ ସହର ମଧ୍ୟରେ ଭେଣ୍ଡିଂ ପାଇଁ ଚିହ୍ନଟ ସ୍ଥାନକୁ ଯାଇ ବେପାର କରିବାକୁ କହିଥିଲେ ା ବାରମ୍ବାର ତାଗିଦ୍‌ ପରେ ମଧ୍ୟ ଯେଉଁମାନେ ନିର୍ଦ୍ଦେଶ ପାଳନ କରୁନାହାନ୍ତି ସେମାନଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଛି।
ଆଇଏଏସ୍‌ ପ୍ରୋବେସେନର ମହାଜନ କହିଛନ୍ତି ଯେ, ସହର ଭିତରେ ମୁଖ୍ୟ ରାସ୍ତାରେ ଉଠାଦୋକାନୀଙ୍କ ଭିଡ ଯୋଗୁଁ ଅସୁବିଧା ହେଉଛି। ଜିଲା ପ୍ରଶାସନ ଏଭଳି ରାସ୍ତାକଡ ବ୍ୟବସାୟୀଙ୍କୁ ଉଚିତ୍‌ ଥଇଥାନ କରିବା ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି। ସେଠାରେ ବେପାର କରାଗଲେ ଉଭୟ ବ୍ୟବସାୟୀ ଓ କ୍ରେତାଙ୍କ ପାଇଁ ସୁବିଧାଜନକ ହେବ। ଏହାଦ୍ୱାରା ସହର ମଧ୍ୟରୁ ଟ୍ରାଫିକ୍‌ ସମସ୍ୟା ଓ ଭିଡ ଦୂର ହେବ। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଦୀପ କହିଛନ୍ତି ଯେ, ଭାଗିରଥି ଛକରୁ ଟିଟିଲାଗଡ ରାସ୍ତାକଡରେ ବେପାର କରୁଥିବା ଲୋକଙ୍କ ପାଇଁ ପ୍ୟାଲେସଲାଇନ୍‌ ଛକ ନିକଟ ୱେସ୍‌କୋ ଅଫିସ ପାଖ ପଡିଆରେ ସ୍ଥାନ ଚିହ୍ନଟ ହୋଇଛି। ସେହିଭଳି କଚେରୀ ଛକରୁ ପାଟଣାଗଡ ରାସ୍ତାରେ କଲେଜ ଛକ ପର୍ଯ୍ୟନ୍ତ ବସୁଥିବା ବେପାରୀଙ୍କୁ ସାପ୍ତାହିକ ହାଟପଦାରେ ବସାଯିବ। ଏଠାରେ ଏକ ନୂଆ ଡେଲିମାର୍କେଟ ତିଆରି କରାଯିବ। ଅନ୍ୟପକ୍ଷେ ପାଟଣା ହୋଟଲ ଛକରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିିଟାଲ ରାସ୍ତାକଡରେ ବସୁଥିବା ବେପାରୀଙ୍କୁ ହସ୍ପିଟାଲ ସମ୍ମୁଖ ପୁରୁଣା ଏଡିଏମ୍‌ଓ କ୍ୱାର୍ଟର୍ସର ଉଚ୍ଛେଦ ସ୍ଥାନରେ ଥଇଥାନ କରାଯିବାକୁ ସ୍ଥାନ ଚିହ୍ନଟ ହୋଇଛି ା ଏହି ତିନୋଟି ସ୍ଥାନ ବ୍ୟତୀତ ରାସ୍ତା ଉପରେ ବ୍ୟବସାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବଲାଙ୍ଗୀର ସହରରେ ଟ୍ରାଫିକ୍‌ ସମସ୍ୟା କମାଇବା ପାଇଁ ସହରର ଅନେକ ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ କରାଯାଇ ରାସ୍ତାକୁ ପ୍ରଶସ୍ତ କରାଯାଉଛି ା ରାସ୍ତା ପ୍ରଶସ୍ତ ହେଲେ ଉକ୍ତ ରାସ୍ତାରେ ଉଠାଦୋକାନୀମାନେ ବେପାର ଆରମ୍ଭ କରିଦେଉଥିବା ଦେଖାଯାଉଛି। ଗୁରୁବାର ମ୍ୟୁନିସିପାଲିଟି ଟିମ୍‌ ସହରର ବିଭିନ୍ନ ରାସ୍ତା ପରିଦର୍ଶନ କରିଥିଲେ। କେତେକ ବେପାରୀଙ୍କଠାରୁ ଫାଇନ୍‌ ଆଦାୟ କରିଥିଲେ। ରାସ୍ତା ଉପରୁ ବେପାର ଉଠିଲେ ଟ୍ରାଫିକ୍‌ ସମସ୍ୟା ସୁଧୁରିବା ସହ ସହର ସୁନ୍ଦର ଦିଶିବ ବୋଲି ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ଭାଜପା ପକ୍ଷରୁ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri