ମହାନଦୀ ଗର୍ଭରେ ଲୀନ ହେଉଛି ବାହାକୁଦ କାଜୁ ଜଙ୍ଗଲ

ମହାକାଳପଡ଼ା,୨୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସାମୁଦ୍ରିକ ଢେଉ ଯୋଗୁ କାଜୁ ଜଙ୍ଗଲରୁ ୫ ଶହ ଗଛ ମହାନଦୀ ଗର୍ଭରେ ଲୀନ ହୋଇଗଲାଣି। ବ୍ଲକ୍‌ର ରାମନଗର ୩୫୪ ଏକରରେ ୧୦ ହଜାର ଗଛ, ପିତାପାଟ ୧୮୨ ଏକରରେ ୫ ହଜାର ଗଛ ଓ ବାହାକୁଦ ୨୮୨ ଏକର ଜମିରେ ୧୯୮୦ ଠାରୁ କାଜୁ ନିଗମ ପକ୍ଷରୁ ଚାରା ରୋପଣ କରାଯାଇଥିଲା। ପରେ ପ୍ରତିବର୍ଷ ନିଗମ ପକ୍ଷରୁ ନିଲାମ ପ୍ରକ୍ରିୟା କରାଯାଇ ବହୁ ଲକ୍ଷ ଟଙ୍କା ରାଜସ୍ବ ମିଳୁଥିଲା। କିଛିବର୍ଷ ହେଲା ପାରାଦୀପ ଶିଳ୍ପ କାରଖାନା ଧୂଅଁା, ଗ୍ୟାସ୍‌ ନିର୍ଗତ ହୋଇ ବାୟୁ ମଣ୍ଡଳ ପ୍ରଭାବିତ ଯୋଗୁ କାଜୁ ଉତ୍ପାଦନ ହ୍ରାସ ପାଉଛି। ଫଳରେ ପୂର୍ବ ଅପେକ୍ଷା ନିଲାମଧାରୀମାନଙ୍କ କ୍ଷତିଗ୍ରସ୍ତ ଯୋଗୁ ନିଲାମରୁ ମୁହଁ ଫେରାଇ ନେଲେଣି ବୋଲି ସ୍ଥାନୀୟ ନିଲାମଧାରୀମାନେ କହିଛନ୍ତି। ଅପରପକ୍ଷରେ ଏହି ୩ ମୌଜାରେ କାଜୁ ଜଙ୍ଗଲ ସୁରକ୍ଷା ପାଇଁ ନିଗମ ପକ୍ଷରୁ ସେଭଳି ଆଖିଦୃଶିଆ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉନାହିଁ। ସ୍ଥାନୀୟ ଲୋକମାନେ ଦିନ ଦ୍ୱିପ୍ରହରରେ କାଠ ହାଣି ନେବା ସହ ବହୁ ଶହ ଟ୍ରିପ୍‌ ବାଲି ଖୋଳି ନେଉଥିବା ନଜରକୁ ଆସୁଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ସ୍ଥାନୀୟ ଲୋକମାନେ କରିଛନ୍ତି। ସେହିପରି ମହାନଦୀ ପାଶର୍‌ବରେ ବାହାକୁଦ କାଜୁ ଜଙ୍ଗଲରେ ୫ ହଜାର କାଜୁ ଗଛ ଥିଲା। ହେଲେ ସାମୁଦ୍ରିକ ଢେଉ ମାଡ଼ରେ ୫ ଶହରୁ ଅଧିକ ଗଛ ମହାନଦୀ ଗର୍ଭକୁ ଚାଲିଗଲାଣି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ୨ ବର୍ଷ ହେବ ନିଲାମ ହେଉ ନ ଥିବା ସ୍ଥାନୀୟ ନିଲାମଧାରୀମାନେ ଅଭିଯୋଗ କରିଛନ୍ତି। ଜଙ୍ଗଲରେ ଗଛ ନାହିଁ କି ବଉଳ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ତେବେ କାଜୁ ନିଗମ ଆଞ୍ଚଳିକ କାର୍ଯ୍ୟାଳୟ ଚଣ୍ଡିଖୋଲ ଥିବାରୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିିପାରିନାହିଁ। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ରବିନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରେ ମହାନଦୀ ପାର୍ଶ୍ୱ କାଜୁ ଜଙ୍ଗଲ କ୍ଷୟ ହେବା ନେଇ ନଜରକୁ ଆସିଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ

କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍‌ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ସାବଧାନ! UPI ଓ QR କୋଡ୍‌ ବ୍ୟବହାରକାରୀ ତୁରନ୍ତୁ କରନ୍ତୁ ଏହି କାମ, ୧୫ ସେପ୍ଟେମ୍ୱର ଡେଡ୍‌ଲାଇନ

ନୂଆଦିଲ୍ଲୀ,୨।୯: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ (ମର୍ଚାଣ୍ଟ) ଏବଂ QR କୋଡ କିମ୍ୱା UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ପାଇଁ…

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri