ଦୁଇ ଭାଇଙ୍କ ମାର୍‌ପିଟ୍‌ ବେଳେ ଶିଶୁ କନ୍ୟାଙ୍କ ଜୀବନ ଗଲା

ରୂପସା,୨୫।୧: ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅନ୍ତର୍ଗତ ଓଡ଼ଙ୍ଗୀ ପଞ୍ଚାୟତ ଜୁଣଗଡିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ କଳହ ଉଗ୍ରରୂପ ନେଇ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ଦୁଇଭାଇଙ୍କ ମଧ୍ୟରେ ରବିବାର ମାର୍‌ପିଟ୍‌ ହୋଇଥିଲା। ବଡ ଭାଇ ବାବୁ ନାୟକ ତାଙ୍କ ସାନଭାଇ ସୁଜିତଙ୍କୁ ଏକ ଠେଙ୍ଗାରେ କ୍ରମଣ କରୁଥିବା ବେଳେ ସୁଜିତଙ୍କ ସ୍ତ୍ରୀ ଶିଶୁ କନ୍ୟାକୁ ଧରି ପଶି ଆସିଥିଲେ। ଫଳରେ ଶିଶୁ କନ୍ୟା ମୁଣ୍ଡରେ ଠେଙ୍ଗା ମାଡ଼ ହେବାରୁ ଘଟଣା ସ୍ଥଳରେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିଲା। ବଡ଼ ଭାଇ ବାବୁ ଏବଂ ତାଙ୍କ ସ୍ତ୍ରୀ ଲତା ଶିଶୁକନ୍ୟାଙ୍କୁ ପିଟି ପିଟି ହତ୍ୟା କରିଥିବା ମୃତ ଶିଶୁ କନ୍ୟାଙ୍କ ମା’ ଥାନାରେ ଏକ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୩୭/୨୧)ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଗିରଫ ହୋଇ ନ ଥିବା ଆଇଆଇସି କ୍ଷମା ସାଗର ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ପରେ ବଳରାମ ଯୋଜନାରେ ମିଳିବ ଟଙ୍କା

ବରଗଡ଼ ଅଫିସ୍‌,୨୫।୨: ରାଜ୍ୟ ସରକାରଙ୍କ ବଳରାମ ଯୋଜନା ଗୁରୁବାର ବରଗଡ଼ ଜିଲାରେ ଆରମ୍ଭ ହୋଇଛି। ଅତାବିରା ସମବାୟ କେନ୍ଦ୍ର ବ୍ୟାଙ୍କ ଶାଖାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।...

ନିୟମ ମାନୁନାହାନ୍ତି ବ୍ୟବସାୟୀ, ସ୍କୁଲ ପାଖରେ ପୋଡ଼ା ହେଉଛି ଇଟାଭାଟି

ନାଉଗାଁ,୬।୧ (ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ପୋଡ଼ାହେଉଛି। ସରକାରୀ ନିୟମକୁ ବେଖାତିର କରି ବ୍ୟବସାୟୀମାନେ ସ୍କୁଲ ଓ ଜନଗହଳି...

ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଦର୍ଶନ କରିପାରିବେ ଭକ୍ତ। ଏ ନେଇ ବିଏମ୍‌ସି ପକ୍ଷରୁ ଜାରି...

ସରପଞ୍ଚ ପ୍ରାର୍ଥୀଙ୍କ ସହ ୩ ଗିରଫ

ରାଜନଗର,୨୨ା୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ରବିବାର ୩ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଡେରା ପଞ୍ଚାୟତ ଗୋଖଣୀ ଗାଁରେ ଭୋଟର ତାଲିକାରେ ନାଁ...

ଲକ୍‌ଡାଉନ ପରବର୍ତ୍ତୀ ପ୍ରଶାସନିକ ପ୍ରସ୍ତୁତି: କ୍ୱାରାଣ୍ଟାଇନରେ ରହିବେ ବହିରାଗତ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.)- ବର୍ଦ୍ଧିତ ଲକ୍‌ଡାଉନ ମେ’୩ରେ ସରିବା ପରେ ବାହାର ରାଜ୍ୟରେ ଥିବା ଗଞ୍ଜାମ ଜିଲାର ଲୋକମାନେ ଘରକୁ ଫେରିବା ସମ୍ଭାବନା ରହିଛି। ଏଥିପାଇଁ ସାମଗ୍ରୀକ ପ୍ରସ୍ତୁତିକୁ...

ମଦଭାଟିରୁ ଟଙ୍କା ନେଉଥିଲେ ଅବକାରୀ ଅଧୀକ୍ଷକ

ଦେବଗଡ଼,୨୯ା୯(ଡି.ଏନ୍‌.ଏ.): ମଦଭାଟି ମାଲିକଙ୍କଠାରୁ ଦେଢଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ କୁମାର ମହାପାତ୍ର ଓ ବାରକୋଟ ଅବକାରୀ...

ବାଲୁଙ୍କେଶ୍ୱର ବାଣ ବଜ଼ାର ସିଲ୍‌କଲା ପୋଲିସ; ୪୬ ବ୍ୟବସାୟୀଙ୍କୁ ହାଜର ପାଇଁ ନୋଟିସ

ବ୍ରହ୍ମପୁର ଅଫିସ,୨୧ା୧୦ -ଗଞ୍ଜାମ ଜିଲା ବ୍ରହ୍ମପୁରରରେ ଥିବା ବାଲୁଙ୍କେଶ୍ୱର ବାଣ ବଜ଼ାରକୁ ରବିବାର ରାତିରେ ପୋଲିସ ସିଲ୍‌ କରିଛି। ବେପାରୀମାନେ ବେଆଇନ ଭାବେ ବାଣ ମହଜୁଦ...

ଶୋଇଥିବା ବେଳେ ଘରେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ବାରିପଦା ଅଫିସ,୨୮।୧୧: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀ ଜଣକ ସ୍ଥାନୀୟ ଅର୍ଜୁନ...

Advertisement
Archives

Model This Week