ମା’ କୋଳରେ ଶୋଇଥିବା ବେଳେ କାମୁଡ଼ିଲା ସାପ, ଶିଶୁପୁତ୍ରର ଜୀବନ ଗଲା

ପାଟଣା,୮ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କୁଠାଘର ନୂଆଗାଁରେ ମାମୁଘରେ ଜଣେ ୬ ମାସ ଶିଶୁପୁତ୍ରର ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ଜଣକ ହେଉଛନ୍ତି ପାଟଣା ଥାନା ଟେଣ୍ଡେରା ପଞ୍ଚାୟତ ବାରଟଣିଆ ଗ୍ରାମର ଥାନା ନରେଶ ମୁଣ୍ଡାଙ୍କ ୬ ମାସର ଦିବ୍ୟ ରଞ୍ଜନ।

ସୂଚନାନୁଯାୟୀ, ରଶ୍ମିତା ବାପଘର ଗାଁ ନୂଆଗାଁକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ଶିଶୁପୁତ୍ରକୁ ଗୁରୁବାର ରାତିରେ ମା’ କୋଳରେ ଶୋଇଥିବା ବେଳେ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଛନ୍ତି। ଶିଶୁପୁତ୍ରର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬୦ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଯଁ।ଳା,୧୩ା୬ (ଡି.ଏନ୍‌.ଏ.): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଶୁକ୍ରବାର ଯଁ।ଳା ଫାଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଖୋର୍ଦ୍ଧା ଜିଲା...

ବନ କର୍ମଚାରୀଙ୍କ ଗାଡି ଅଟକାଇଲା ଗୋଠଛଡ଼ା ଦନ୍ତା

ପାଟଣା,୧୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ଅଧୀନ ରହଣୀଦୁମା ଗାଁ ନିକଟରେ ଏକ ଗୋଠଛଡ଼ା ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଅଞ୍ଚଳବାସୀ...

ସାମାଜିକ ଦୂରତାକୁ ମାନୁନାହାନ୍ତି ବ୍ୟବସାୟୀ

ଜହ୍ନାପଙ୍କ, ୧୫।୪ (ଡି.ଏନ.ଏ): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ହାଟପଦାରେ ବସୁଥିବା ଦୈନିକ ବଜାରରେ ବ୍ୟବସାୟୀମାନେ ଦଳ ଦଳ ହୋଇ ପନିପରିବା ବିକ୍ରି କରୁଥିବା...

ପ୍ରଶାସନର ମୁଣ୍ଡବ୍ୟଥା ସାଜିଛି ହଳଦିଆପଦର ବସ୍‌ଷ୍ଟାଣ୍ଡ

ବ୍ରହ୍ମପୁର ଅଫିସ,୧୭ା୭-ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରରେ ନିର୍ମିତ ନୂତନ ସିଟି ବସ୍‌ ଟର୍ମିନାଲ ଉଦ୍‌ଘାଟନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଛି। ତଥାପି ଏହାକୁ କାର୍ଯ୍ୟକ୍ଷମ...

ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି କରୁଛନ୍ତି ଦୋକାନୀ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ କରୋନା କଟକଣା ଦେଖିବାକୁ ମିଳୁନାହିଁା ସାରା ଜିଲା ଲକ୍‌ଡାଉନ ଘୋଷଣା ପରେ ବି ପଡୋଶୀ ଯାଜପୁର, କେନ୍ଦ୍ରାପଡା ଜିଲାର...

ବେଡ୍‌ ପିଛା ୫୦ ଟଙ୍କା ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୩ା୧୨- ପରୀକ୍ଷାଠାରୁ ଚିକିତ୍ସା, ଔଷଧଠାରୁ ଆରମ୍ଭ କରି ରକ୍ତ ପର୍ଯ୍ୟନ୍ତ ସବୁ ମାଗଣା । କିନ୍ତୁ ବେଡ୍‌ ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ୁଛି...

ବେଆଇନ କଳାପଥର ଖନନର ତଦନ୍ତ କରିବ ଭିଜିଲାନ୍ସ

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ କଳାପଥର ଖନନର ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି।...

ଅନ୍ୟ ରାଜ୍ୟରେ ମିଳୁଛି, ଓଡ଼ିଶାରେ ନାହିଁ

କଟକ ଅଫିସ,୧୪।୭: ମହାମାରୀ କରୋନା ଯୋଗୁ ସାଢ଼େ ୩ମାସରୁ ଅଧିକ ସମୟ ହେଲା ରାଜ୍ୟର ପ୍ରାୟତଃ ସମସ୍ତ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। କମ୍‌ ତଥା...

Advertisement
Archives

Model This Week