ବାହୁବଳୀ ୩ରେ ପୁଣି ପ୍ରଭାସଙ୍କୁ ଦେଖିବାକୁ ପାଇବେ ଦର୍ଶକ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ପାଇଁ ତାଙ୍କ ପ୍ରଶଂସକ ଉତ୍ସାହିତ ଥାନ୍ତି। ଦର୍ଶକଙ୍କ ଉତ୍ସାହ ବଢ଼ାଇବା ସହ ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ଆଉ ଏକ ଇସାରା ଦେଇଛନ୍ତି। ସେ ପୁଣିଥରେ ମହେନ୍ଦ୍ର ବାହୁବଳୀ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି, ପୁଣିଥରେ ସେ ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ସହ ହାତ ମିଳାଇବାକୁ ଯାଉଛନ୍ତି। ୟ ବାହୁବଳୀର ଫ୍ରାଞ୍ଚାଇଜ ବନ୍ଦ କରିବାକୁ ନିର୍ଦ୍ଦେଶକ ପ୍ରସ୍ତୁତ ନୁହଁନ୍ତି। ଏହି ଫିଲ୍ମର ପରବର୍ତ୍ତୀ ପାର୍ଟ ଶୀଘ୍ର ଆସିପାରେ। ପ୍ରଶଂସକମାନେ ବାହୁବଳୀରେ ପୁଣିଥରେ ପ୍ରଭାସଙ୍କୁ ଦେଖିବାକୁ ପାଇବେ । ବାହୁବଳୀର ଦୁଇଟି ସୁପରହିଟ୍‌ ପାର୍ଟ ପରେ ଏହାର ତୃତୀୟ ପାର୍ଟକୁ ନେଇ ଆଲୋଚନା ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।
ନିର୍ଦ୍ଦେଶକ ଏବଂ ପ୍ରଭାସ ମଧ୍ୟ ତୃତୀୟ ପାର୍ଟ ପାଇଁ ଲାଗିଛନ୍ତି। ବର୍ତ୍ତମାନ ଦର୍ଶକଙ୍କୁ ଏହି ଫିଲ୍ମ ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିବ, କାରଣ ପ୍ରଭାସ ବର୍ତ୍ତମାନ ତାଙ୍କର ଅନ୍ୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେଶ୍ୟାମର’ ପ୍ରମୋଶନରେ ବ୍ୟସ୍ତ ଥିବାବେଳେ ଫିଲ୍ମ ମାର୍ଚ୍ଚ ୧୧ରେ ମୁକ୍ତିଲାଭ କରିବାକୁ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri