ଦର୍ଶକ କମୁଛନ୍ତି

ଆକାର ପଟେଲ

ତିନି ଦଶନ୍ଧି ମଧ୍ୟରେ ଏବେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସର ଦର୍ଶକଙ୍କ ସଂଖ୍ୟା ସବୁଠୁ କମ୍‌ ରହିଛି ବୋଲି ନିିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ଯଦିଓ କୋଭିଡ୍‌ ମହାମାରୀ ଯୋଗୁ ଷ୍ଟାଡିୟମରେ ଦର୍ଶକ ଉପସ୍ଥିତି ନାହିଁ, ତଥାପି ବିଶ୍ୱରେ ବହୁତ କମ୍‌ ଲୋକ ଟେଲିିଭିଜନରେ ଏହିି ଅଲିମ୍ପିକ୍ସ ଦେଖୁଛନ୍ତି। ଏହା ଦର୍ଶାଉଛି ଯେ, ଅଲିମ୍ପିକ୍ସ ପ୍ରତି ଲୋକମାନଙ୍କ ଆଗ୍ରହ କମୁଛି। ଏକ ଆକଳନରୁ ଜଣାପଡ଼ିଛି ଯେ, ଠିକ୍‌ ୨୦୧୬ ପରଠାରୁ ଦର୍ଶକଙ୍କ ସଂଖ୍ୟା ଏକ ତୃତୀୟାଂଶ ହ୍ରାସ ପାଇଛି। ଚିନ୍ତାର ବିଷୟ, ସେବା ଯୋଗାଣ ବ୍ୟବସ୍ଥାର ସୁଗମତା ଏବଂ ଦେଖିବାର ବିକଳ୍ପ ରହିଥିବା ସତ୍ତ୍ୱେ ମଧ୍ୟ ଦର୍ଶକଙ୍କ ସଂଖ୍ୟା କମୁଛି। ଏପରି କି ୧୯୮୮ ସିଓଲ ଅଲିମ୍ପିକ୍ସ ସମୟରେ ଏଭଳି ବ୍ୟବସ୍ଥା କମ୍‌ ରହିଥିଲେ ମଧ୍ୟ ସେତେବେଳେ ଦର୍ଶକଙ୍କ ସଂଖ୍ୟା ଯାହାଥିଲା, ତାହାଠାରୁ ବର୍ତ୍ତମାନ କମ୍‌ ରହିଛି। ବଡ଼ କଥା ହେଉଛି, ସିଓଲ ଅଲିମ୍ପିକ୍ସ ପରେ ପୃଥିବୀର ଜନସଂଖ୍ୟା ୫୦% ବୃଦ୍ଧି ପାଇଥିଲେ ମଧ୍ୟ ଦର୍ଶକଙ୍କ ସଂଖ୍ୟା ତଳକୁ ଖସିଛି। ଏଭଳି କାହିଁକି ଘଟୁଛି, ସେ ସମ୍ପର୍କରେ ବିଚାର କଲେ ବହୁ ବିଷୟ ସାମ୍ନାକୁ ଆସିବ। ଆଜକୁ ୨୦୦୦ରୁ ଅଧିକ ବର୍ଷ ପୂର୍ବେ ଗ୍ରୀସ୍‌ରେ ପ୍ରଥମେ ଅଲିମ୍ପିକ୍ସ ଆରମ୍ଭ ହୋଇଥିତ୍ଲା, କିନ୍ତୁ ଏହା ଆଧୁନିକ ଯୁଗଯାଏ ଚାଲି ପାରିଲା ନାହିଁ। ଆଧୁନିକ ଅଲିମ୍ପିକ୍ସ ୧୮୯୬ରେ ଆରମ୍ଭ ହୋଇଥିଲା ଏବଂ ଗ୍ରୀସ ଅଲିମ୍ପିକ୍ସଠାରୁ ଏହା ଏକ ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏପରିକି ଅଲିମ୍ପିକ୍ସର ମୋଟୋ (ସିଟ୍ୟୁସ, ଅଲ୍‌ଟ୍ୟୁସ, ଫର୍‌ଟ୍ୟୁସ ଅର୍ଥାତ ଦ୍ରୁତତର, ଉଚ୍ଚତର, ଶକ୍ତିଶାଳୀ) ଲାଟିନ୍‌ ଭାଷାରେ ରହିଛି, ଗ୍ରୀକ୍‌ରେ ନୁହେଁ। ଏବେ ଆମ ସମୟର ଅଲିମ୍ପିକ୍ସରେ ଦ୍ରୁତତମ, ଉଚ୍ଚତମ ଓ ସବୁଠୁ ଶକ୍ତିଶାଳୀ ମୋଟୋକୁ ଆସିବା ବଡ଼ କଥା ନୁହେଁ। ୧୦୦ ମିଟର ଦୌଡ଼ ୧୦ ସେକେଣ୍ଡରୁ କମ୍‌ ସମୟରେ ପୁରୁଷ ଦୌଡୁଥିଲେ ବି ଏହା ୧୯୬୮ର ସମୟ ୯.୫ ସେକେଣ୍ଡଠାରୁ ବେଶି ରହିଛି। ଏହାକୁ ଦେଖିଲେ ବିଗତ ୫୦ ବର୍ଷ ମଧ୍ୟରେ ଖେଳରେ ଅଧିକ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ବୁଝାପଡ଼େ। ୨୫ ବର୍ଷ ତଳେ ହାଇଜମ୍ପ୍‌ର ରେକର୍ଡ ୭ ଫୁଟ ୮ ଇଞ୍ଚକୁ କେହି ଟପି ପାରିନାହାନ୍ତି। କେବଳ ଗତ ଅଲିମ୍ପିକ୍ସରେ ଏହି ରେକର୍ଡଠାରୁ ୧ସେ.ମି. କମ୍‌ ଉଚ୍ଚତା ଡେଇଁ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦୀର୍ଘ ୫୦ ବର୍ଷ ହେବ କେହି ବି ଲଙ୍ଗ୍‌ଜମ୍ପ ରେକର୍ଡ ଭାଙ୍ଗି ପାରିନାହାନ୍ତି। ସେଥିପାଇଁ ପ୍ରତିଯୋଗିତା ଦୃଷ୍ଟିକୋଣରୁ ଆମେ ଦ୍ରୁତତର, ଉଚ୍ଚତର ଏବଂ ଶକ୍ତିଶାଳୀ ହୋଇପାରି ନାହଁୁ। ଯଦିଓ ଆମେ କିଛି ହାସଲ କରିଛୁ ତାହା ଆଶାଠାରୁ ବହୁତ କମ୍‌। ଏହି ସମୟରେ ଆମେ ଶରୀର ଉପରେ କମ୍‌ ଧ୍ୟାନ ଦେଉଛୁ ଓ ଶାରୀରିକ ଦକ୍ଷତା ହାସଲ କରିବା ଆମ ପାଇଁ ଯେମିତି ଗୌଣ ହୋଇଯାଇଛି। ସିନ୍ଥେଟିକ୍‌ ବାୟୋଲୋଜି, ଷ୍ଟେରୋଏଡସ୍‌ ଏବଂ ପ୍ରୋସ୍ଥେଟିକ ଲିମ୍ବ୍‌ ବା କୃତ୍ରିମ ଅଙ୍ଗରୁ ବୁଝାପଡୁଛି ଯେ,ଏବେ ଉପଯୁକ୍ତ ଶାରୀରିକ ପ୍ରତିରୂପର ବିଚାର ଅସମ୍ଭବ ହୋଇଛି। ‘ଦ୍ରୁତତମ ମଣିଷ’ କିମ୍ବା ‘ସବୁଠୁ ଶକ୍ତିଶାଳୀ ବ୍ୟକ୍ତି’ର ଯଥାର୍ଥତା ଆମ ସମୟରେ କିଛି ହିଁ ନାହିଁ। ଜାଣିବା ଦରକାର ଯେ କେବଳ ଅଲିମ୍ପିକ୍ସ ନୁହେଁ, ମିସ୍‌ ୟୁନିଭର୍ସ ପ୍ରତିଯୋଗିତାଗୁଡ଼ିକର ଦର୍ଶକଙ୍କ ସଂଖ୍ୟା ମଧ୍ୟ ଗତ କିଛି ବର୍ଷ ହେବ କମିବାରେ ଲାଗିଛି।
୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଏକ ମହାନ କ୍ଷଣ ଆସିଥିଲା, ଯେତେବେଳେ ଯୁବ ଆଫ୍ରିକୀୟ-ଆମେରିକୀୟ ଜିସେ ଓ୍ବିନ୍‌ସ ୪ଟି ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲେ। ସେ ବିଶ୍ୱର ଦ୍ରୁତତମ ଦୌଡାଳି ଭାବେ ତଥା ଲଙ୍ଗ ଜମ୍ପରେ ସର୍ବାଧିକ ଦୂରତା ଡେଇଁ ଏହିସବୁ ପଦକ ଜିତିଥିଲେ। ତାଙ୍କର ଏହି ବିଜୟ ନାଜିମାନଙ୍କର ବର୍ଣ୍ଣଗତ ପ୍ରାଧାନ୍ୟ ସିଦ୍ଧାନ୍ତ, ଯାହା ଶ୍ୱେତାଙ୍ଗକୁ ଉପଯୁକ୍ତ ତଥା ସୁସ୍ଥ ମଣିଷ ଭାବେ ବିବେଚନା କରେ ତାହାକୁ ଭୀଷଣ ଝଟକା ଦେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଏବଂ ରୁଷିଆ ମଧ୍ୟରେ ଶୀତଳ ଯୁଦ୍ଧର ପରିସମାପ୍ତି ପରେ ପୁଣି ଅଲିମ୍ପିକ୍ସ ଆରମ୍ଭ ହେଲା। ସେତେବେଳର ପରିସ୍ଥିତି ତୁଳନାରେ ଏବେ ପୃଥିତ୍ବୀରେ ଅଧିକ ଶାନ୍ତି ରହିଛି ଓ ଏହା ଇତିହାସରେ ସବୁଠୁ ଅଧିକ। ହିଂସା ଦୃଷ୍ଟିରୁ କେବଳ ମଧ୍ୟପ୍ରାଚ୍ୟର କିଛି ସମ୍ବେଦନଶୀଳ ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଯୁଦ୍ଧ ପ୍ରାୟତଃ ନାହିଁ। ଉତ୍ତର ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ସଶସ୍ତ୍ର ସଂଘର୍ଷ କମିିଛି। ଏପରିକି ଆମେରିକା ଓ ଚାଇନା ଶତ୍ରୁତା, ଯାହାକି ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା କମିବା ଦେଖିବାକୁ ପାଉଛୁ। ଦୀର୍ଘଦିନରୁ ଉଭୟ ଦେଶ ମଧ୍ୟରେ ବୃହତ୍ତମ ଓ ସବୁଠୁ ମଜଭୁତ ବ୍ୟବସାୟିକ ଭାଗିଦାରୀ ଚାଲି ଆସିଛି ଓ ଏବେ ବି ତାହା ଜାରି ରହିଛି। ତେବେ ବିଶ୍ୱର କିଛି ଭାଗରେ ପୁରୁଣା ଶତ୍ରୁତା ଲାଗି ରହିଛି। ଭାରତ ପାକିସ୍ତାନ ମଧ୍ୟରେ ଏଭଳି ଶତ୍ରୁତା ରହିଛି। ଏହା ଯୋଗୁ ବିଶ୍ୱ ସ୍ତରରେ ଆମେ ଅନ୍ୟମାନଙ୍କ ପାଇଁ ଅପ୍ରାସଙ୍ଗିକ ହୋଇଯାଇଛୁ ଏବଂ ଖେଳରେ କାହାର ଧ୍ୟାନ ଆକର୍ଷଣ କରିପାରୁନାହଁୁ। ଅଲିମ୍ପିକ୍ସର ପ୍ରତ୍ୟେକ କ୍ଷେତ୍ରରେ ଆମର ଗୁରୁତ୍ୱ ରହୁନାହିଁ। ତେବେ ଅଲିମ୍ପିକ୍ସ ବ୍ୟତୀତ ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟ ରହିଛି। ଅଧିକାଂଶ ବିଶ୍ୱ ରେକର୍ଡ ଅଲିମ୍ପିକ୍ସରେ ବି ହୋଇନାହିଁ। ଆମେ ଏହି ସମୟରେ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ଫେରିବୁ ନାହିଁ ତ ଆଉ କେତେବେଳେ ଆମ ଦକ୍ଷତା ପ୍ରତିପାଦନ କରିବୁ।
ଲୋକପ୍ରିୟ ଦଳଗତ ଖେଳର ଦର୍ଶକ ସଂଖ୍ୟା ଅଧିକ। ସମ୍ଭବତଃ ଏହିଧାରା ବ୍ୟକ୍ତିଗତ ଇଭେଣ୍ଟଠାରୁ ଅଧିକ ଦିନ ଧରି ଚାଲିବ। ଅଲିମ୍ପିକ୍ସରେ ଦର୍ଶକଙ୍କ ସଂଖ୍ୟା ଯେମିତି ତୀବ୍ର ଭାବେ କମୁଛି ଫୁଟ୍‌ବଲ ଓ କ୍ରିକେଟ ଖେଳରେ ସେଭଳି ହାରରେ ହ୍ରାସ ପାଇବ ନାହିଁ। କିନ୍ତୁ ଏହି ଦୁଇ ଖେଳରେ ଦର୍ଶକଙ୍କ ସଂଖ୍ୟା କମିବା ଆରମ୍ଭ ହୋଇଗଲାଣି। ମୋର ମନେପଡୁଛି, ୪୦ ବର୍ଷ ତଳେ ସୁରଟ୍‌ରେ ରଣଜୀ ଟ୍ରଫି ଖେଳ ଦେଖିବାକୁ ଗୋଟିଏ ସିଟ୍‌ ପାଇଁ ମୋତେ ସଂଘର୍ଷ କରିବାକୁ ପଡିଥିଲା, ଏହା ଏବେ ଆଦୌ ହେବ ନାହିଁ। ଆମ ଦେଖିବାରେ ବିଶ୍ୱ ଏବେ ପରିବର୍ତ୍ତନ ହୋଇଯାଇଛି। ଆଥ୍‌ଲେଟିକ୍ସର ଦର୍ଶକଙ୍କ ସଂଖ୍ୟା କମିଛି। ଲୋକଙ୍କ ମତରେ ଏହି ବିଷୟ ଅପ୍ରାସଙ୍ଗକ ହୋଇପାରେ, କିନ୍ତୁ ଏହା ଆମର ଏବକାର ସମୟ ଏବଂ ଏହି ସମୟ ଆମକୁ କିଭଳି ଗଢ଼ିଛି ସେ ସମ୍ପର୍କରେ ଗଭୀରରୁ ଗଭୀରତମ ବିଷୟକୁ ପ୍ରକାଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri