ଦର୍ଶକ କମୁଛନ୍ତି

ଆକାର ପଟେଲ

ତିନି ଦଶନ୍ଧି ମଧ୍ୟରେ ଏବେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସର ଦର୍ଶକଙ୍କ ସଂଖ୍ୟା ସବୁଠୁ କମ୍‌ ରହିଛି ବୋଲି ନିିକଟରେ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ଯଦିଓ କୋଭିଡ୍‌ ମହାମାରୀ ଯୋଗୁ ଷ୍ଟାଡିୟମରେ ଦର୍ଶକ ଉପସ୍ଥିତି ନାହିଁ, ତଥାପି ବିଶ୍ୱରେ ବହୁତ କମ୍‌ ଲୋକ ଟେଲିିଭିଜନରେ ଏହିି ଅଲିମ୍ପିକ୍ସ ଦେଖୁଛନ୍ତି। ଏହା ଦର୍ଶାଉଛି ଯେ, ଅଲିମ୍ପିକ୍ସ ପ୍ରତି ଲୋକମାନଙ୍କ ଆଗ୍ରହ କମୁଛି। ଏକ ଆକଳନରୁ ଜଣାପଡ଼ିଛି ଯେ, ଠିକ୍‌ ୨୦୧୬ ପରଠାରୁ ଦର୍ଶକଙ୍କ ସଂଖ୍ୟା ଏକ ତୃତୀୟାଂଶ ହ୍ରାସ ପାଇଛି। ଚିନ୍ତାର ବିଷୟ, ସେବା ଯୋଗାଣ ବ୍ୟବସ୍ଥାର ସୁଗମତା ଏବଂ ଦେଖିବାର ବିକଳ୍ପ ରହିଥିବା ସତ୍ତ୍ୱେ ମଧ୍ୟ ଦର୍ଶକଙ୍କ ସଂଖ୍ୟା କମୁଛି। ଏପରି କି ୧୯୮୮ ସିଓଲ ଅଲିମ୍ପିକ୍ସ ସମୟରେ ଏଭଳି ବ୍ୟବସ୍ଥା କମ୍‌ ରହିଥିଲେ ମଧ୍ୟ ସେତେବେଳେ ଦର୍ଶକଙ୍କ ସଂଖ୍ୟା ଯାହାଥିଲା, ତାହାଠାରୁ ବର୍ତ୍ତମାନ କମ୍‌ ରହିଛି। ବଡ଼ କଥା ହେଉଛି, ସିଓଲ ଅଲିମ୍ପିକ୍ସ ପରେ ପୃଥିବୀର ଜନସଂଖ୍ୟା ୫୦% ବୃଦ୍ଧି ପାଇଥିଲେ ମଧ୍ୟ ଦର୍ଶକଙ୍କ ସଂଖ୍ୟା ତଳକୁ ଖସିଛି। ଏଭଳି କାହିଁକି ଘଟୁଛି, ସେ ସମ୍ପର୍କରେ ବିଚାର କଲେ ବହୁ ବିଷୟ ସାମ୍ନାକୁ ଆସିବ। ଆଜକୁ ୨୦୦୦ରୁ ଅଧିକ ବର୍ଷ ପୂର୍ବେ ଗ୍ରୀସ୍‌ରେ ପ୍ରଥମେ ଅଲିମ୍ପିକ୍ସ ଆରମ୍ଭ ହୋଇଥିତ୍ଲା, କିନ୍ତୁ ଏହା ଆଧୁନିକ ଯୁଗଯାଏ ଚାଲି ପାରିଲା ନାହିଁ। ଆଧୁନିକ ଅଲିମ୍ପିକ୍ସ ୧୮୯୬ରେ ଆରମ୍ଭ ହୋଇଥିଲା ଏବଂ ଗ୍ରୀସ ଅଲିମ୍ପିକ୍ସଠାରୁ ଏହା ଏକ ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏପରିକି ଅଲିମ୍ପିକ୍ସର ମୋଟୋ (ସିଟ୍ୟୁସ, ଅଲ୍‌ଟ୍ୟୁସ, ଫର୍‌ଟ୍ୟୁସ ଅର୍ଥାତ ଦ୍ରୁତତର, ଉଚ୍ଚତର, ଶକ୍ତିଶାଳୀ) ଲାଟିନ୍‌ ଭାଷାରେ ରହିଛି, ଗ୍ରୀକ୍‌ରେ ନୁହେଁ। ଏବେ ଆମ ସମୟର ଅଲିମ୍ପିକ୍ସରେ ଦ୍ରୁତତମ, ଉଚ୍ଚତମ ଓ ସବୁଠୁ ଶକ୍ତିଶାଳୀ ମୋଟୋକୁ ଆସିବା ବଡ଼ କଥା ନୁହେଁ। ୧୦୦ ମିଟର ଦୌଡ଼ ୧୦ ସେକେଣ୍ଡରୁ କମ୍‌ ସମୟରେ ପୁରୁଷ ଦୌଡୁଥିଲେ ବି ଏହା ୧୯୬୮ର ସମୟ ୯.୫ ସେକେଣ୍ଡଠାରୁ ବେଶି ରହିଛି। ଏହାକୁ ଦେଖିଲେ ବିଗତ ୫୦ ବର୍ଷ ମଧ୍ୟରେ ଖେଳରେ ଅଧିକ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ବୁଝାପଡ଼େ। ୨୫ ବର୍ଷ ତଳେ ହାଇଜମ୍ପ୍‌ର ରେକର୍ଡ ୭ ଫୁଟ ୮ ଇଞ୍ଚକୁ କେହି ଟପି ପାରିନାହାନ୍ତି। କେବଳ ଗତ ଅଲିମ୍ପିକ୍ସରେ ଏହି ରେକର୍ଡଠାରୁ ୧ସେ.ମି. କମ୍‌ ଉଚ୍ଚତା ଡେଇଁ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦୀର୍ଘ ୫୦ ବର୍ଷ ହେବ କେହି ବି ଲଙ୍ଗ୍‌ଜମ୍ପ ରେକର୍ଡ ଭାଙ୍ଗି ପାରିନାହାନ୍ତି। ସେଥିପାଇଁ ପ୍ରତିଯୋଗିତା ଦୃଷ୍ଟିକୋଣରୁ ଆମେ ଦ୍ରୁତତର, ଉଚ୍ଚତର ଏବଂ ଶକ୍ତିଶାଳୀ ହୋଇପାରି ନାହଁୁ। ଯଦିଓ ଆମେ କିଛି ହାସଲ କରିଛୁ ତାହା ଆଶାଠାରୁ ବହୁତ କମ୍‌। ଏହି ସମୟରେ ଆମେ ଶରୀର ଉପରେ କମ୍‌ ଧ୍ୟାନ ଦେଉଛୁ ଓ ଶାରୀରିକ ଦକ୍ଷତା ହାସଲ କରିବା ଆମ ପାଇଁ ଯେମିତି ଗୌଣ ହୋଇଯାଇଛି। ସିନ୍ଥେଟିକ୍‌ ବାୟୋଲୋଜି, ଷ୍ଟେରୋଏଡସ୍‌ ଏବଂ ପ୍ରୋସ୍ଥେଟିକ ଲିମ୍ବ୍‌ ବା କୃତ୍ରିମ ଅଙ୍ଗରୁ ବୁଝାପଡୁଛି ଯେ,ଏବେ ଉପଯୁକ୍ତ ଶାରୀରିକ ପ୍ରତିରୂପର ବିଚାର ଅସମ୍ଭବ ହୋଇଛି। ‘ଦ୍ରୁତତମ ମଣିଷ’ କିମ୍ବା ‘ସବୁଠୁ ଶକ୍ତିଶାଳୀ ବ୍ୟକ୍ତି’ର ଯଥାର୍ଥତା ଆମ ସମୟରେ କିଛି ହିଁ ନାହିଁ। ଜାଣିବା ଦରକାର ଯେ କେବଳ ଅଲିମ୍ପିକ୍ସ ନୁହେଁ, ମିସ୍‌ ୟୁନିଭର୍ସ ପ୍ରତିଯୋଗିତାଗୁଡ଼ିକର ଦର୍ଶକଙ୍କ ସଂଖ୍ୟା ମଧ୍ୟ ଗତ କିଛି ବର୍ଷ ହେବ କମିବାରେ ଲାଗିଛି।
୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଏକ ମହାନ କ୍ଷଣ ଆସିଥିଲା, ଯେତେବେଳେ ଯୁବ ଆଫ୍ରିକୀୟ-ଆମେରିକୀୟ ଜିସେ ଓ୍ବିନ୍‌ସ ୪ଟି ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲେ। ସେ ବିଶ୍ୱର ଦ୍ରୁତତମ ଦୌଡାଳି ଭାବେ ତଥା ଲଙ୍ଗ ଜମ୍ପରେ ସର୍ବାଧିକ ଦୂରତା ଡେଇଁ ଏହିସବୁ ପଦକ ଜିତିଥିଲେ। ତାଙ୍କର ଏହି ବିଜୟ ନାଜିମାନଙ୍କର ବର୍ଣ୍ଣଗତ ପ୍ରାଧାନ୍ୟ ସିଦ୍ଧାନ୍ତ, ଯାହା ଶ୍ୱେତାଙ୍ଗକୁ ଉପଯୁକ୍ତ ତଥା ସୁସ୍ଥ ମଣିଷ ଭାବେ ବିବେଚନା କରେ ତାହାକୁ ଭୀଷଣ ଝଟକା ଦେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଏବଂ ରୁଷିଆ ମଧ୍ୟରେ ଶୀତଳ ଯୁଦ୍ଧର ପରିସମାପ୍ତି ପରେ ପୁଣି ଅଲିମ୍ପିକ୍ସ ଆରମ୍ଭ ହେଲା। ସେତେବେଳର ପରିସ୍ଥିତି ତୁଳନାରେ ଏବେ ପୃଥିତ୍ବୀରେ ଅଧିକ ଶାନ୍ତି ରହିଛି ଓ ଏହା ଇତିହାସରେ ସବୁଠୁ ଅଧିକ। ହିଂସା ଦୃଷ୍ଟିରୁ କେବଳ ମଧ୍ୟପ୍ରାଚ୍ୟର କିଛି ସମ୍ବେଦନଶୀଳ ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଯୁଦ୍ଧ ପ୍ରାୟତଃ ନାହିଁ। ଉତ୍ତର ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ସଶସ୍ତ୍ର ସଂଘର୍ଷ କମିିଛି। ଏପରିକି ଆମେରିକା ଓ ଚାଇନା ଶତ୍ରୁତା, ଯାହାକି ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା କମିବା ଦେଖିବାକୁ ପାଉଛୁ। ଦୀର୍ଘଦିନରୁ ଉଭୟ ଦେଶ ମଧ୍ୟରେ ବୃହତ୍ତମ ଓ ସବୁଠୁ ମଜଭୁତ ବ୍ୟବସାୟିକ ଭାଗିଦାରୀ ଚାଲି ଆସିଛି ଓ ଏବେ ବି ତାହା ଜାରି ରହିଛି। ତେବେ ବିଶ୍ୱର କିଛି ଭାଗରେ ପୁରୁଣା ଶତ୍ରୁତା ଲାଗି ରହିଛି। ଭାରତ ପାକିସ୍ତାନ ମଧ୍ୟରେ ଏଭଳି ଶତ୍ରୁତା ରହିଛି। ଏହା ଯୋଗୁ ବିଶ୍ୱ ସ୍ତରରେ ଆମେ ଅନ୍ୟମାନଙ୍କ ପାଇଁ ଅପ୍ରାସଙ୍ଗିକ ହୋଇଯାଇଛୁ ଏବଂ ଖେଳରେ କାହାର ଧ୍ୟାନ ଆକର୍ଷଣ କରିପାରୁନାହଁୁ। ଅଲିମ୍ପିକ୍ସର ପ୍ରତ୍ୟେକ କ୍ଷେତ୍ରରେ ଆମର ଗୁରୁତ୍ୱ ରହୁନାହିଁ। ତେବେ ଅଲିମ୍ପିକ୍ସ ବ୍ୟତୀତ ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟ ରହିଛି। ଅଧିକାଂଶ ବିଶ୍ୱ ରେକର୍ଡ ଅଲିମ୍ପିକ୍ସରେ ବି ହୋଇନାହିଁ। ଆମେ ଏହି ସମୟରେ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକୁ ଫେରିବୁ ନାହିଁ ତ ଆଉ କେତେବେଳେ ଆମ ଦକ୍ଷତା ପ୍ରତିପାଦନ କରିବୁ।
ଲୋକପ୍ରିୟ ଦଳଗତ ଖେଳର ଦର୍ଶକ ସଂଖ୍ୟା ଅଧିକ। ସମ୍ଭବତଃ ଏହିଧାରା ବ୍ୟକ୍ତିଗତ ଇଭେଣ୍ଟଠାରୁ ଅଧିକ ଦିନ ଧରି ଚାଲିବ। ଅଲିମ୍ପିକ୍ସରେ ଦର୍ଶକଙ୍କ ସଂଖ୍ୟା ଯେମିତି ତୀବ୍ର ଭାବେ କମୁଛି ଫୁଟ୍‌ବଲ ଓ କ୍ରିକେଟ ଖେଳରେ ସେଭଳି ହାରରେ ହ୍ରାସ ପାଇବ ନାହିଁ। କିନ୍ତୁ ଏହି ଦୁଇ ଖେଳରେ ଦର୍ଶକଙ୍କ ସଂଖ୍ୟା କମିବା ଆରମ୍ଭ ହୋଇଗଲାଣି। ମୋର ମନେପଡୁଛି, ୪୦ ବର୍ଷ ତଳେ ସୁରଟ୍‌ରେ ରଣଜୀ ଟ୍ରଫି ଖେଳ ଦେଖିବାକୁ ଗୋଟିଏ ସିଟ୍‌ ପାଇଁ ମୋତେ ସଂଘର୍ଷ କରିବାକୁ ପଡିଥିଲା, ଏହା ଏବେ ଆଦୌ ହେବ ନାହିଁ। ଆମ ଦେଖିବାରେ ବିଶ୍ୱ ଏବେ ପରିବର୍ତ୍ତନ ହୋଇଯାଇଛି। ଆଥ୍‌ଲେଟିକ୍ସର ଦର୍ଶକଙ୍କ ସଂଖ୍ୟା କମିଛି। ଲୋକଙ୍କ ମତରେ ଏହି ବିଷୟ ଅପ୍ରାସଙ୍ଗକ ହୋଇପାରେ, କିନ୍ତୁ ଏହା ଆମର ଏବକାର ସମୟ ଏବଂ ଏହି ସମୟ ଆମକୁ କିଭଳି ଗଢ଼ିଛି ସେ ସମ୍ପର୍କରେ ଗଭୀରରୁ ଗଭୀରତମ ବିଷୟକୁ ପ୍ରକାଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri