ପାର୍ବଣର ଆଗମନ: କାଶତଣ୍ଡୀ ଫୁଲରେ ସଜେଇ ହୋଇଛି ପ୍ରକୃତି ରାଣୀ

ବୁଗୁଡ଼ା,୨୪।୯(କାଳିଚରଣ ଦାଶ): କାଶତଣ୍ଡି ଫୁଲ ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ଶରତର ଆଗମନ ପରେ ଏବେ ସବୁଠି କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ। ସ୍ଥାନୀୟ ଅଞ୍ଚଳର ରାସ୍ତାକଡ ହେଉ କି ନଈପଠା, ଏପରିକି ବିଲହିଡରେ ମଧ୍ୟ କାଶତଣ୍ଡି ଶୋଭା ପାଉଛି। ସତେ ଯେମିତି କାଶତଣ୍ଡି ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନକୁ ଚାହିଁ ରହିଛି । ଆଉ ପ୍ରକୃତିର ଏହି ରୂପ ସମସ୍ତଙ୍କୁ ଆନମନା କରିଛି ।
ଆସିଛି ପାର୍ବଣ, ଆଉ କିଛିଦିନ ପରେ ଧରାବତରଣ କରିବେ ଜଗତ ଜନନୀ ମା’ଦୁର୍ଗା ଏବଂ ମା’ଙ୍କୁ ସ୍ବାଗତ କରିବାକୁ ବାହୁ ମେଲାଇ ବସିଲାଣି କାଶତଣ୍ଡି ଫୁଲ। ବିଲବାଡ଼ି, ନଈପଠା ଓ ରାସ୍ତାଘାଟ ସବୁଠି ପସରା ମେଲୁଛି କାଶତଣ୍ଡି। ସୁଲୁସୁଲିଆ ପବନରେ ଦୋହଲୁଥିବା କାଶତଣ୍ଡିକୁ ଦେଖି କ୍ଷଣିକ ପାଇଁ ଲୋକେ ଅଟକି ଯାଉଛନ୍ତି । ଅନ୍ୟପକ୍ଷରେ କବି ମନ ଉଚ୍ଛନ୍ନ ହେଉଛି ଏବଂ ସେ ନିଜ କବିତା ମାଧ୍ୟମରେ ପ୍ରକୃତି ରାଣୀର ଅପୂର୍ବନୀୟ ଶୋଭାରାଜି ବର୍ଣ୍ଣନା କରୁଛି। ଏହି କଥା ସତ ଯେ, କାଶତଣ୍ଡି ଫୁଲର ମହକ ନାହିଁ, କିନ୍ତୁ ଏହାର ଅପରୂପ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ। ଏହି ଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିଶେଷ କରି ରେଖାପଞ୍ଚମୀରେ କାଶତଣ୍ଡି ଫୁଲ ଗୁଚ୍ଛକୁ କବାଟରେ ବାନ୍ଧି ପୂଜା କରାଯାଏ। ତେବେ ଏହା ହିଁ ଲାସ୍ୟମୟୀ ପ୍ରକୃତିର ଜନସମାଜ ପ୍ରତି ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri