ଝିଅ ଯୋଗାଇବାକୁ ବାଧ୍ୟ କରୁଥିଲେ ଆର୍ମଡ ଡିସିପି

ଭୁବନେଶ୍ୱର,୬।୪(ବ୍ୟୁରୋ): ଝିଅ ଯୋଗାଇବାକୁ ମୋ ସ୍ବାମୀଙ୍କୁ ବାଧ୍ୟ କରୁଥିଲେ ଓଏସ୍‌ଏପି ଡିସିପି ବିଜୟ କୁମାର ସାହୁ। ଏଥିପାଇଁ ତାଙ୍କୁ ମାନସିକ ଚାପ ମଧ୍ୟ ପକାଉଥିଲେ। ଝିଅ ନ ଯୋଗାଇଲେ ଅନ୍ୟତ୍ର ବଦଳି ସହ ଚାକିରିରୁ ବାହାର କରିଦେବାକୁ ଧମକ ଦେଉଥିଲେ। ଶେଷରେ ଅତ୍ୟଧିକ ମାନସିକ ଚାପରେ ପଡ଼ି ମୋ ସ୍ବାମୀ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଓଡ଼ିଶା ପୋଲିସର ଜଣେ ଉଚ୍ଚ ପଦସ୍ଥ ଅଫିସରଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଓଏସ୍‌ଏପି ସିପାହୀ ନୀହାର ରଞ୍ଜନ ନାୟକଙ୍କ ସ୍ତ୍ରୀ। ତାଙ୍କ ସହିତ ପୁଅ, ଭଉଣୀ ଓ ମା’ ସୋମବାର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି।
ନୀହାର ସପ୍ତମ ବାଟାଲିଅନର ଫ୍ୟାମିଲି ୱେଲ୍‌ଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି। ନୀହାର ସେଠାରେ ମହିଳାଙ୍କୁ ଟେଲରିଂ ଶିଖାନ୍ତି। ପୋଲିସ କର୍ମଚାରୀଙ୍କ ଝିଅ, ସ୍ତ୍ରୀ ଓ ଭଉଣୀମାନେ ସେଠାକୁ ହସ୍ତଶିଳ୍ପ ଓ ଟେଲରିଂ ଶିଖିବାକୁ ଆସନ୍ତି। ତେବେ ନୀହାରଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଡିସିପି ବିଜୟ ଉକ୍ତ ୱେଲ୍‌ଫେୟାର ସେଣ୍ଟରକୁ ଟେଲରିଂ ଶିଖିବାକୁ ଆସୁଥିବା ଝିଅ ବୋହୂଙ୍କୁ ତାଙ୍କ ପାଖକୁ ପଠାଇବାକୁ ସ୍ବାମୀଙ୍କୁ ବାଧ୍ୟ କରୁଥିଲେ। ଉଚ୍ଚପଦସ୍ଥ ଅଫିସର ହୋଇଥିବାରୁ ତାଙ୍କ ଚାପରେ ନୀହାର କେତେଥର ଝିଅମାନଙ୍କୁ ବିଜୟଙ୍କ ବଙ୍ଗଳାକୁ ବୁଲାଇ ନେଇଥିଲେ। ଏପରି କି ବିଜୟ ସେହି ଝିଅମାନଙ୍କ ସହ ପୁରୀ ବୁଲି ଯିବାକୁ ବ୍ୟବସ୍ଥା କରିବାକୁ ସ୍ବାମୀ ନୀହାରଙ୍କୁ ସବୁବେଳେ କହୁଥିଲେ। ନୀହାର ନ ମାନିବାରୁ ଚାକିରିରୁ ବାହାର କରିଦେବାକୁ କହି ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ମୋ ସ୍ବାମୀ ଜଣେ ତଳିଆ କର୍ମଚାରୀ ହୋଇଥିବାରୁ ଡିସିପିଙ୍କୁ କିଛି କହି ପାରୁ ନ ଥିଲେ। ଶେଷରେ ଭୟରେ ୩ ଦିନ ତଳେ ଫିନାଇଲ ପିଇ ଦେଇଥିଲେ ବୋଲି ସେ କହିଛନ୍ତି। ଆତ୍ମହତ୍ୟା ଉଦ୍ୟମ କରିଥିବା ନୀହାର ଏବେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଏ ସଂକ୍ରାନ୍ତରେ ଡିସିପି ବିଜୟଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସିପାହୀ ନୀହାର ୮ବର୍ଷ ଧରି ଗୋଟିଏ ସଂସ୍ଥାରେ ରହିଥିଲେ। ତାଙ୍କୁ ସେଠାରୁ ବଦଳି କରାଯାଇଥିବାରୁ ଏହାକୁ ରୋକିବା ପାଇଁ ସ୍ତ୍ରୀଙ୍କ ମାଧ୍ୟମରେ ଏପରି ଏକ ଅଭିଯୋଗ କରିଛନ୍ତି। ମୋ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଗଲେ ସତ କ’ଣ ଓ ମିଛ କ’ଣ ତାହା ସାମ୍ନାକୁ ଆସିପାରିବ।
ଅନ୍ୟପକ୍ଷରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସଙ୍ଗିନ ହୋଇଥିବାରୁ ଏହାର ତୁରନ୍ତ ତଦନ୍ତ କରିବାକୁ ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅଭିଯୋଗରେ ସତ୍ୟାସତ୍ୟ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଜୟଙ୍କ ନାମରେ ରହିଛି ଏକାଧିକ ଅଭିଯୋଗ

ଆର୍ମଡ ଡିସିପି ବିଜୟ କୋଭିଡ୍‌ ମହାମାରୀ ସମୟରେ ଖୋଲାଖୋଲି ନିୟମ ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ଉଠିଥିଲା। ବାଟାଲିଅନରେ ଫୋର୍ସକୁ ଏକତ୍ରିତ କରୁଥିଲେ। କେହି ଆପତ୍ତି ଉଠାଇଲେ ସେ କ୍ଷମତା ବଳରେ ମୁହଁ ଚୁପ୍‌ କରିଦେଉଥିଲେ। ଏନେଇ ଡିଜିପି, ପୋଲିସ କମିଶନର ଓ ହୋମ୍‌ ସେକ୍ରେଟାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। ଏଥିସହିତ ଓଏସ୍‌ଏପିର କେତେଜଣ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଡିସିପି ବିଜୟ ତଳିଆ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତି। ଡ୍ୟୁଟି ଟାଇମ୍‌ ପରେ ନିଜ ବ୍ୟକ୍ତିଗତ ତଥା ଅନ୍ୟ କାର୍ଯ୍ୟରେ ନିୟୋଜିତ କରୁଥିଲେ। ଯିଏ ମୁହଁ ଖୋଲୁଥିଲେ ସେମାନଙ୍କୁ କଳାହାଣ୍ଡି, କନ୍ଧମାଳ ଆଦି ଜିଲାକୁ ବଦଳି କରାଇଦେବାକୁ ଧମକ ଦେଉଥିଲେ। ହେଲେ ଭୟରେ କେହି ମୁହଁ ଖୋଲୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪: ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri