Advertisement

ପିଜି ବଳକା ସିଟ୍‌ ନାମଲେଖା: ଆରମ୍ଭ ହେଲା ଆବେଦନ

ଭୁବନେଶ୍ୱର, ୧।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଖାଲିପଡ଼ିଥିବା ପିଜି ସିଟ୍‌ରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିଲେ, ସେମାନେ ହିଁ ଆବେଦନ କରିପାରିବେ। ତେବେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ, ଦ୍ୱିତୀୟ କିମ୍ବା ସ୍ପଟ୍‌ ନାମଲେଖା ସମୟରେ ନାମ ଲେଖାଇ ପରବର୍ତ୍ତୀ ସମୟରେ ସିଏଲ୍‌ସି ବା ୟୁଏଲ୍‌ସି ନେଇଯାଇଛନ୍ତି, ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ। ଏଥିସହ ଛାତ୍ରୀଛାତ୍ରମାନେ ଯେଉଁ ବିଷୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବେ ସେମାନେ ଅନ୍ୟ କୌଣସି ବିଷୟରେ ନାମଲେଖା ଲାଗି ଆବେଦନ କରିପାରିବେ ନାହିଁ ବୋଲି ଉଚ୍ଚବିଭାଗ ପକ୍ଷରୁ ପୂର୍ବରୁ ଗାଇଡ୍‌ଲାଇନ ଜାରି ହୋଇଛି। ଆସନ୍ତା ୩ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ୪ ତାରିଖ ଅପରାହ୍ନ ୨ଟାରେ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କ ପ୍ରବେଶିକା ପରୀକ୍ଷାଫଳ ସହିତ କ୍ୟାରିୟର ମାର୍କକୁ ମିଶାଇ ମୋଟ ମାର୍କର ତାଲିକା ପ୍ରକାଶ ପାଇବ। ସେହିପରି ୫ ତାରିଖରୁ ୨୧ତାରିଖ ମଧ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୧୭ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଲାଗି ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ, ଜିଲା ପରିଷଦ...

ଓଟିଡିସି ମ୍ୟାନେଜର ଗିରଫ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଭୁବନେଶ୍ୱର ହୋଟେଲ ‘ନିମନ୍ତ୍ରଣ’ରେ ଅର୍ଥ ହେରଫେର ଅଭିଯୋଗରେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ ଗିରଫ ହୋଇଛନ୍ତି। ମ୍ୟାନେଜର ରାଜ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି...

ଗଞ୍ଜାମ ଜିଲା ଲକ୍‌ଡାଉନ୍‌: ବିଦେଶ ଫେରନ୍ତା ପଞ୍ଜିକରଣ ନ କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର, ୨୨।୩(ଡି.ଏନ୍‌.ଏ.)- ମୁଖମନ୍ତ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରବିବାରଠାରୁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏଥିସହ ଜନତା କର୍ଫ୍ୟୁ ମଧ୍ୟକୁ ଲୋକେ ମାନି ଘରୁ...

କଳାବ୍ୟାଜ୍‌ ପିନ୍ଧିଲେ ଅଧିକାରୀ,କର୍ମଚାରୀ

ବାରିପଦା ଅଫିସ,୨୫ ।୧ମୟୂରଭଞ୍ଜ ଭାଜପା ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଗତ ଶୁକ୍ରବାର ନିଜ କାର୍ଯ୍ୟାଳୟକୁ ଡାକି...

ଆଜି ୭ ଜିଲାକୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ଉତ୍ତର ଓଡ଼ିଶା ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ରବିବାର ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହିତ ଜଡ଼ିତ ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳରେ ୭.୬ କି.ମି. ଉଚ୍ଚତା...

ଆଜିଠୁ ଖୋଲିବ ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାରଠାରୁ ଭୁବନେଶ୍ୱର କୋର୍ଟ ଖୋଲିବ। ଶନିବାର ଓ ରବିବାର ବାଦ୍‌ ଅନ୍ୟ ସମସ୍ତ ଦିନରେ ସକାଳ ୧୦ଟାରୁ ଅପରାହ୍ନ ୫ଟା...

ଓଡ଼ିଶାରେ ଦେଖାଗଲା ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୨୭-୧୨(ବ୍ୟୁରୋ):ଚଳିତବର୍ଷର ତୃତୀୟ ତଥା ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ହେଲେ କୋହଲା ପାଗକୁ ମେଘାଚ୍ଛନ୍ନ ଆକାଶରେ ଲୁଚି ଯାଇଥିଲେ...

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରକ୍ରିୟା

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଲାଗି ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇରେ ହେବାକୁ ଥିବା ଏହି ନିର୍ବାଚନ ସକାଶେ ଓଡ଼ିଶା ବିଧାନସଭାର ଦୁଇଜଣ ଅଫିସର ଆସିଷ୍ଟାଣ୍ଟ...

Advertisement
Archives

Model This Week