କାମରେ ଆସୁନି ଜୀବେ ନିଷ୍ଠୁରତା ନିବାରଣ ଆଇନ

ମହାକାଳପଡ଼ା,୨୯ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଆଦିବାସୀ ଅଧ୍ୟୁଷିତ ସିଂ, ୧୫ ମାଇଲି, ୧୨ ନମ୍ବର, ବାଘୁଆମେଦ, ଜମ୍ବୁ ଅଞ୍ଚଳରେ ଗଞ୍ଜା ଲଢେଇ ହେଉଛି। ଜୀବେ ନିଷ୍ଠାରତା ଆଇନ ଥିଲେ ହେଁ ଏହି ଅଞ୍ଚଳରେ ଲୋକ ତାହାକୁ ଖାତିର ନ କରି ଖରା ହେଉ କି ବର୍ଷା ଏକ ଉଚ୍ଚ କୁଦ ଉପରେ ପ୍ରତି ସପ୍ତାହର ରବିବାର ଅପରାହ୍ନରେ ଅଣ୍ଡିରା କୁକୁଡ଼ା (ଗଞ୍ଜା) ଲଢ଼େଇ ହେଉଛି। ଏଥିରେ ବିଭିନ୍ନ ଅଞ୍ଚଳରୁ ଲଢ଼ୁଆ ଗଞ୍ଜାଙ୍କୁ ଧରି ମାଲିକମାନେ ନିର୍ଦ୍ଧାରିତ ଲଢେଇ ସ୍ଥାନ ବା ଖଳାରେ ପହଞ୍ଚତ୍ଥାନ୍ତି। ଲଢେଇ ପାଇଁ ଆସିଥିବା ପ୍ରତିଦ୍ୱନ୍ଦ୍ୱୀ ଗଞ୍ଜାଗୁଡ଼ିକ ଗୋଡ଼ରେ ବାନ୍ଧି ଦିଆଯାଏ ତୀକ୍ଷ୍ଣ ଧାରଯୁକ୍ତ ମୁନିଆ ଛୁରି। ପରେ ଏହି ଗଞ୍ଜାମାନଙ୍କୁ ଲଢେଇ ଖଳାରେ ଛାଡ଼ି ଦିଆଯାଏ। ଏହି ଲଢେଇରେ ଚତୁର ଗଞ୍ଜା ତା’ର ପ୍ରତିପକ୍ଷ ଗଞ୍ଜାକୁ ମୁନିଆ ଛୁରିରେ ଆକ୍ରମଣ ପରେ ଆକ୍ରମଣ କରି ଚାଲେ। କିଛି ସମୟ ଲଢିବା ପରେ ଚତୁର ଗଞ୍ଜାଟି ତା’ର ପ୍ରତିପକ୍ଷ ଗଞ୍ଜାକୁ ଧରାଶାୟୀ କରିଦିଏ। ଏହି ଲଢେଇରେ ବାଜିମାତ କରିଥିବା ଗଞ୍ଜା ମାଲିକ ପରାଜୟ ଗଞ୍ଜା (ଫାଡୁ)କୁ ନେଇଥାଏ। ତେବେ ଲଢେଇ ଦେଖି ଉପଭୋଗ କରୁଥିବା ଲୋକମାନଙ୍କ ମଧ୍ୟରେ ଟଙ୍କା ବାଜି ବା ସଟ୍ଟା ଲାଗିଥାଏ। ଯେକୌଣସି ବିଜୟୀ ଗଞ୍ଜା ଉପରେ ବାଜି ଲଗାଇଥିବା ବ୍ୟକ୍ତି ହିଁ ଟଙ୍କା ନେଇଥାନ୍ତି। ଏହି ଗଞ୍ଜା ଲଢ଼େଇ ବେଆଇନ ହୋଇଥିବା ବେଳେ ଖୁଲମଖୁଲା ସର୍ବସାଧାରଣ ସ୍ଥାନରେ କରାଯାଉଛି। ତେବେ ଜୀବେ ନିଷ୍ଠୁରତା ନିବାରଣ ଆଇନ-୧୯୬୦ରେ ଉଲ୍ଲେଖ ରହିଛି, କୌଣସି ଏକ ଜାତୀୟ ପଶୁ, ପକ୍ଷୀମାନଙ୍କ ମଧ୍ୟରେ ଲଢେଇ ସୃଷ୍ଟି କରିବା ଓ ଏହାକୁ ପ୍ରୋତ୍ସାହନ ଦେବା ଆଇନଗତ ଦଣ୍ଡନୀୟ ଅପରାଧ। ଯେକୌଣସି ସଂସ୍ଥା ବା ବ୍ୟକ୍ତି, ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଆଇନର ପରିସୀମା ମଧ୍ୟରେ ରହିବେ ବୋଲି ଉଲ୍ଲେଖ ରହିଛି। ଏହି ବେଆଇନ ଲଢେଇରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଜରିମାନା ଓ ଜେଲ୍‌ଦଣ୍ଡର ବ୍ୟବସ୍ଥା ଆଇନରେ ଉଲ୍ଲେଖ ରହିଛି। ଜିଲାରେ ଜୀବେ ନିଷ୍ଠୁରତା ନିବାରଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଜିଲାପାଳ, ଏସ୍‌ପି ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଦାରଖ କରିବାର ଦାୟିତ୍ୱ ଥିଲେ ମଧ୍ୟ ଉପକୂଳ ଅଞ୍ଚଳରେ ଏହାକୁ ଖୋଲା ଉଲ୍ଲଂଘନ କରାଯାଉଥିବା ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ଲକର ଉପକୂଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଲଢେଇ ଦେଖିବାକୁ ମିଳୁଛି। ତେବେ ଲଢେଇରେ ଜିଲା ତଥା ଜିଲା ବାହାରର ଜୁଆ ଖେଳୁଥିବା ଲୋକମାନେ ଅଂଶ ଗ୍ରହଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri