ଅଟକିଛି ବିଜେଡିର ସାଲେପୁର ପ୍ରାର୍ଥୀ ଘୋଷଣା

କଟକ,୫ା୪(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା ସରିଛି। ହେଲେ ଏବେ ବି ସାଲେପୁର ଓ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ୫ଦିନ ତଳେ ଭାଜପାରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ପ୍ରକାଶ ବେହେରା ବୁଧବାର ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଚଳିତ ନିର୍ବାଚନ ପାଇଁ ଏବେ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ନାନା ତର୍ଜମା ଚାଲିଛି। ଏପରି କି ବର୍ତ୍ତମାନର ସାଲେପୁର ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଦଳ ଟିକେଟ ଦେବ ନା ନୂଆ କରି ଯୋଗଦେଇଥିବା ପ୍ରକାଶଙ୍କୁ ଦଳ ସୁଯୋଗ ଦେବ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏପରି କି ଟିକେଟ ଦ୍ୱନ୍ଦ୍ୱ ଏକ ପ୍ରକାରର ଛିଣ୍ଡୁ ନ ଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି ପ୍ରକାଶଙ୍କୁ ଦଳ ଟିକେଟ ଦିଏ ତେବେ ପ୍ରଶାନ୍ତଙ୍କୁ ନିରାଶ କରିବ ନଁା ଅନ୍ୟ କେଉଁ ଦାୟିତ୍ୱ ଦେବ ତାହାକୁ ନେଇ ତର୍ଜମା କରାଯାଉଛି। ୨୦୧୪ରେ ପ୍ରକାଶ କଂଗ୍ରେସ ଟିକେଟରୁ ଲଢି ସାଲେପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ ନିର୍ବାଚନ ସମୟରେ ସେ ଭାଜପାରେ ସାମିଲ ହୋଇଥିଲେ। ପରେ ଭାଜପା ପ୍ରକାଶଙ୍କୁ ସାଲେପୁରରୁ ଟିକେଟ୍‌ ଦେଇଥିଲା। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ୩୦ ହଜାରରୁ ଅଧିକ ଭୋଟ୍‌ରେ ସେ ପରାସ୍ତ ହେଇଥିଲେ। ପୂର୍ବରୁ ୨ଥର ଟିକେଟ ପାଇ ଥରେ ବିଜୟୀ ଓ ଥରେ ପରାଜିତ ହୋଇଥିବା ପ୍ରକାଶ ୨୦୨୪ ନିର୍ବାଚନରେ ବିଜେଡିରୁ ଯଦି ଟିକେଟ ପାଇବେ, ତେବେ ତୃତୀୟଥର ପାଇଁ ନିର୍ବାଚନ ଲଢ଼ିବେ। ସେହିପରି ସାଲେପୁର ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ୨୦୧୨ରେ ପଞ୍ଚାୟତ ନିର୍ବାଚନ ଲଢ଼ି ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ପ୍ରଥମଥର ପାଇଁ ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ ପାଇ ପ୍ରତିଦ୍ୱନ୍ଦ୍ୱୀ ପ୍ରକାଶ ବେହେରାଙ୍କୁ ପରାଜିତ କରିଥିଲେ। ୨୦୨୪ ନିର୍ବାଚନରେ ଯଦି ଦଳ ତାଙ୍କୁ ଟିକେଟ ଦିଏ ତେବେ ଦ୍ୱିତୀୟଥର ପାଇଁ ସେ ନିର୍ବାଚନ ଲଢ଼ିବେ। ସୂଚନାଯୋଗ୍ୟ, ସାଲେପୁରରେ ୧୯୯୦ରେ କାଳିନ୍ଦୀ ବେହେରା ଜନତା ଦଳ ପକ୍ଷରୁ ନିର୍ବାଚନ ଜିତିଥିଲେ। ସେହିପରି ୧୯୯୫ରେ କଂଗ୍ରେସରୁ ରବୀନ୍ଦ୍ର ବେହେରା, ୨୦୦୦ ଓ ୨୦୦୪ରେ ବିଜେଡିରୁ କାଳିନ୍ଦୀ ବେହେରା, ୨୦୦୯ରେ ବିଜେଡିରୁ ଚନ୍ଦ୍ରସାରଥି ବେହେରା ନିର୍ବାଚିତ ହୋଇଥିଲେ। ତେବେ ୫ ଦିନ ତଳେ ଭାଜପାରୁ ଇସ୍ତଫା ଦେବା ପରେ ପ୍ରକାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ଦଳରେ କୋଣଠେସା ହୋଇ ଯାଇଛନ୍ତି। ଦଳ ପାଇଁ ଯାହା କରିବାକୁ ଚାହୁଁଥିଲେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିଲା। ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ନିଜ ଶୁଭେଚ୍ଛୁଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରି ନିଷ୍ପତ୍ତି ନେବି ବୋଲି ସେ କହିଥିଲେ। ଏବେ ବିଜେଡିରେ ଯୋଗଦେବା ପରେ ନିର୍ବାଚନ ନେଇ କେତେ ପ୍ରସ୍ତୁତ ଓ ଟିକେଟ ପାଇବା ନେଇ କେତେ ଉତ୍ସାହୀ ରହିଛନ୍ତି ସେ ସମ୍ପର୍କରେ ପ୍ରକାଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଉଭୟ ପୂର୍ବତନ ବିଧାୟକ ପ୍ରକାଶ ଓ ବିଧାୟକ ପ୍ରଶାନ୍ତଙ୍କ ସଙ୍ଗଠନ ମଜଭୁତ ରହିଥିବାବେଳେ ଦଳ ଏବେ କାହାକୁ ଟିକେଟ ଦେବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?