ଆଜିଠାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର: ୪୨୧ କେନ୍ଦ୍ରର ଗୃହ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ,୧ା୨: କରୋନା ସଂକ୍ରମିତ ଅଞ୍ଚଳ ବାହାରେ ଥିବା ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ଫେବୃୟାରୀ ୧ ରୁ ଖୋଲିବ। ଏ ନେଇ ରାଜ୍ୟ ସରକାର ଶନିବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲାରେ ୭୦୦ରୁ ଊର୍ଦ୍ଧ୍ୱ କେନ୍ଦ୍ର ନିର୍ମାଣ ହୋଇ ନ ଥିବାରୁ ପିଲାଙ୍କୁ ସ୍କୁଲଠାରୁ ଆରମ୍ଭ କରି ଘରୋଇ ପିଣ୍ଡାରେ ବସିବାକୁ ପଡିବ। ଜିଲାର ଆଳି ବ୍ଲକ ସହିରା ଗଁାରେ ୩ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ର ନିକଟସ୍ଥ ସ୍କୁଲ ବାରଣ୍ଡାରେ ଚାଲିଥିଲେ ହେଁ ଗୃହ ନିର୍ମାଣ ହୋଇନାହିଁ। ଏ ନେଇ ଗ୍ରାମବାସୀ ବ୍ଲକ ଓ ଜିଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କେବଳ ସହିରା ଗଁା ନୁହେଁ, ଜିଲାର ୨୦୦ରୁ ଅଧିକ କେନ୍ଦ୍ର ନିର୍ମାଣ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇ ରହିଛି। ସେହିପରି ଶତାଧିକ କେନ୍ଦ୍ର ନିର୍ମାଣ ପ୍ରକଳ୍ପକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ମଞ୍ଜୁରୀ ମିଳିଛି। ପ୍ରଶାସନିକ ଅବହେଳା ଯୋଗୁ ଜିଲାର ୪୨୧ଟି ନିର୍ମାଣାଧୀନ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୯ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଙ୍ଗନଓ୍ବାଡି କର୍ମଚାରୀଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ। ଶିଶୁଙ୍କ ଟିକାକରଣ, ପ୍ରାକ୍‌ଶିକ୍ଷା, ଅପପୁଷ୍ଟି ରୋକିବାଠାରୁ ଆରମ୍ଭ କରି ଅସହାୟ ବୃଦ୍ଧାବୃଦ୍ଧଙ୍କ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା ଏହି କେନ୍ଦ୍ରରେ ହେବାକୁ ସରକାର ନିୟମ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ନ ଥିବାରୁ ୯ ବର୍ଷ ମଧ୍ୟରେ ଏକ ଚତୁର୍ଥାଂଶରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ସରିନାହିଁ। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଜିଲାର ୯ଟି ବ୍ଲକ ଅଞ୍ଚଳରେ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୨୧୪୭ ଅଙ୍ଗନୱାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୪୯୨ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅର୍ଥ ପ୍ରଦାନ ସତ୍ତ୍ୱେ ଆଳି ବ୍ଲକ ଅଞ୍ଚଳର ୬୮, ଡେରାବିଶର ୪୬, ଗରଦପୁରର ୨୨, କେନ୍ଦ୍ରାପଡ଼ାର ୫୨, ମହାକାଳପଡ଼ାର ୫୧, ମାର୍ଶାଘାଇର ୩୨, ପଟ୍ଟାମୁଣ୍ଡାଇର ୬୦, ରାଜକନିକାର ୪୪ ଓ ରାଜନଗର ବ୍ଲକ ଅଞ୍ଚଳର ୪୬ କେନ୍ଦ୍ର ନିର୍ମାଣ ସରିନାହିଁ। ଜିଲାର ଶତାଧିକ କେନ୍ଦ୍ର ନିର୍ମାଣକୁ ମଞ୍ଜୁରୀ ମିଳିଥିଲେ ମଧ୍ୟ କାମ ଫାଇଲରେ ସୀମିତ ଅଛି। ବୁଦ୍ଧିଜୀବୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା ବ୍ଲକ ଅଞ୍ଚଳ ସର୍ବଦା ଅବହେଳିତ ହେଉଛି। ଶିଶୁ, ମାତୃ ମୃତ୍ୟୁହାର, ନାବାଳିକା ବିବାହ ଆଦି ସମସ୍ୟା ରହିଛି। ଶିଶୁଙ୍କ ସୁରକ୍ଷା ପାଇଁ ଗୃହ ନିର୍ମାଣ ଜରୁରୀ। ପଟ୍ଟାମୁଣ୍ଡାଇର ସନ୍ତୋଷ କୁମାର ବିଶ୍ୱାଳ କହିଛନ୍ତି, ରାଜନୈତିକ ହସ୍ତକ୍ଷେପ ଯୋଗୁ କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବ ହେଉଛି। କେନ୍ଦ୍ର ପାଇଁ ଚିହ୍ନଟ ହେଉଥିବା ସ୍ଥାନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ହେଉଛି। ଗୋଷ୍ଠୀ କନ୍ଦଳକୁ ଦଳୀୟ ସ୍ବାର୍ଥରୁ ଊର୍ଦ୍ଧ୍ୱରେ ରହି ଲୋକପ୍ରତିନିଧି ସକାରାତ୍ମକ ଚିନ୍ତା ଧାରା ରଖିଲେ ଗୃହ ନିର୍ମାଣ ତ୍ୱରାନ୍ବିତ ହେବ। ଏ ସମ୍ପର୍କରେ ଡିଏସ୍‌ଡବ୍ଲ୍ୟୁଓ ଚିନ୍ମୟୀ ରଥଙ୍କୁ ପଚାରିବାରେ ପୂର୍ବରୁ ଆସୁଥିବା ଅର୍ଥ କେନ୍ଦ୍ର ନିର୍ମାଣ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଏହି ପ୍ରକଳ୍ପ ସାମିଲ ପରେ କେନ୍ଦ୍ର ନିର୍ମାଣକୁ ତ୍ୱରାନ୍ବିତ କରାଯାଉଛି। ସ୍ଥାନ ଚିହ୍ନଟ ବିବାଦର ସମାଧାନ ଲାଗି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ମତ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯-୨୦ ସୁଦ୍ଧା ୯୭ ବିବାହ ବନ୍ଦ

ସୁବାସ ପାଢୀ ବ୍ରହ୍ମପୁର ଅଫିସ,୧୭ା୩ ସମାଜରେ ଥିବା କୁସଂସ୍କାର ମଧ୍ୟରେ ଅନ୍ୟତମ ହେଉଛି ବାଲ୍ୟ ବିବାହ। ପୂର୍ବ କାଳରୁ ଚଳି ଆସୁଥିବା ଏହି ପ୍ରଥା ଆଜି...

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭଦ୍ରକ ଅଫିସ, ୩୧।୫-କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ ଦ୍ୱାରା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି।...

ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୧।୯ (ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ନୟାଗଡ ପଞ୍ଚାୟତର ପୁରୁଣାପାଣି ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାସାରା ଖାଲଢିପ ସାଙ୍ଗକୁ କାଦୁଅ ପଚପଚ।...

ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା:ଜାତୀୟ ଭତ୍ତା ପାଇବା ଅପେକ୍ଷାରେ ଅଛନ୍ତି ୨୪୨୨ଜଣ

ଯାଜପୁର ଅଫିସ,୨୮।୮- ଯାଜପୁର ଜିଲାରେ ମୋଟ ୬୧,୨୧୧ ଜଣ ବ୍ୟକ୍ତି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ୧୯,୬୪୪ ଜଣ ବିଧବା ଭତ୍ତା ଓ ୪,୬୨୩ ଜଣ ଭିନ୍ନକ୍ଷମ...

ପୋଲିସର ଟ୍ରାଫିକ ସଚେତନତା ଶୋଭାଯାତ୍ରା: ହେଲ୍‌ମେଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଉପହାର

ବରଗଡ଼ ଅଫିସ, ୨।୧୦: ବରଗଡ଼ ଜିଲା ପୋଲିସ ପକ୍ଷରୁ ବୁଧବାର ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଟ୍ରାଫିକ ସଚେତନତା ଶୋଭାଯାତ୍ରା...

କଲଭର୍ଟ ଦବିଲା, ଯାତାୟାତ ବାଧାପ୍ରାପ୍ତ

ଖଜୁରିପଡ଼ା,୨୦ା୧୧(ଡି.ଏନ.ଏ.)- ଖଜୁରିପଡା ବ୍ଲକ ବଲସକୁମ୍ପା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଖଲିଗୁଡ୍ରି ଗ୍ରାମକୁ ବଲସକୁମ୍ପାଠାରୁ ଟୁକୁଲପଡ଼ା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ ବିଭିନ୍ନ କାର୍ଯ୍ୟରେ ପଞ୍ଚାୟତ କିମ୍ବା...

ନିୟମିତ ୪୯ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପାତ୍ରପୁର, ୨୭।୧୦ (ଡି.ଏନ୍‌.ଏ.)- ପାତ୍ରପୁର ସ୍ଥିତ ଶିକ୍ଷକ ଭବନ ପରିସରରେ ଶନିବାର ନିୟମିତ ହୋଇଥିବା ୪୯ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା...

ପୁଣି ବିଶ୍ୱରେକର୍ଡ ସୃଷ୍ଟି କରିବ ବ୍ରହ୍ମପୁର ଆଇଟିଆଇ : ୨୨ଫୁଟର ବନିଶୀକଣ୍ଟାଯୁକ୍ତ ମାଛ କଳାକୃତି

ବ୍ରହ୍ମପୁର ଅଫିସ,୩ା୧- ବ୍ରହ୍ମପୁର ଆଇଟିଆଇ ପୁଣି ବିଶ୍ୱସ୍ତରରେ ରେକର୍ଡ କରିବାକୁ ଯାଉଛି। ପୂର୍ବରୁ ସ୍କ୍ରାପ୍‌ ତଥା ଆବର୍ଜନାରେ ଏସିଆର ସର୍ବ ବୃହତ୍‌ ଗିଟାର ଏସିଆ ବୁକ...

Advertisement


Archives

Model This Week