ଭତ୍ତା ଚିନ୍ତାରେ ଭତ୍ତାଧାରୀ

ଭୁବନ, ୧୬।୫(ଡି.ଏନ.ଏ.)  କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ଧନଜୀବନ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର। ପଞ୍ଚାୟତ, ଏନ୍‌ଏସି କାର୍ଯ୍ୟାଳୟରେ ଗହଳି ଏଡ଼ାଇବା ଏବଂ ଭତ୍ତା ବଣ୍ଟନରେ ସ୍ବଚ୍ଛତା ରକ୍ଷା ଲାଗି ଚଳିତ ମାସରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ଟଙ୍କା ପଠାଯିବ ବୋଲି ନୂଆ ନିୟମ କରାଯାଇଛି। ହେଲେ ହଠାତ୍‌ ଏଭଳି ନିୟମ ବଦଳାଯିବା ପରେ ଜମାଖାତା ନ ଥିବା ଭତ୍ତାଧାରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେହିପରି ଅସମ୍ଭାଳ ଭିଡ଼ ଯୋଗୁ କରୋନା ସଂକ୍ରମଣ ଆଶଙ୍କାରେ ଅନେକେ ବ୍ୟାଙ୍କ ଯିବାକୁ ଅମଙ୍ଗ ହେଉଛନ୍ତି। ତେଣୁ କୋଭିଡ୍‌-୧୯ ମହାମାରୀ ସମୟରେ ଘରକୁ ଘର ବୁଲି ଭତ୍ତା ବଣ୍ଟନ କରିବାକୁ ଦାବି କରିଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବରିଷ୍ଠ ନାଗରିକ।

ଭୁବନ ଏନ୍‌ଏସିରେ ୩,୧୫୩ ହିତାଧିକାରୀ
୧୫ ଓ୍ବାର୍ଡକୁ ନେଇ ଗଠିତ ଭୁବନ ଏନ୍‌ଏସିର ଜନସଂଖ୍ୟା ୨୫ ହଜାରରୁ ଅଧିକ। ଏନ୍‌ଏସିର ୩,୧୫୩ ହିତାଧିକାରୀ ଭତ୍ତା ତାଲିକାରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଊଦ୍ଧର୍‌ବ ୨,୦୫୦ ଜଣ ବାର୍ଦ୍ଧକ୍ୟଭତ୍ତା ପାଉଛନ୍ତି। ସେହିପରି ୪୪୩ ବିଧବା, ୭୧ ଅବିବାହିତା, ୧୯ ସ୍ବାମୀ ପରିତ୍ୟକ୍ତା, ୩୯୫ ଦିବ୍ୟାଙ୍ଗ ଏବଂ ୧୭୫ ଜଣ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଭୁବନ ଏନ୍‌ଏସି କାର୍ଯ୍ୟାଳୟରେ ପ୍ରତିମାସ ୧୫ ତାରିଖରେ ଭତ୍ତା ବଣ୍ଟନ କରାଯାଉଥିଲା। ହିତାଧିକାରୀମାନେ ନିଜ ନିଜ ସୁବିଧା ଅନୁଯାୟୀ ଅଫିସକୁ ଆସି ଟଙ୍କା ନେଇ ମାସସାରା ଗୁଜରାଣ ମେଣ୍ଟାଉଥିଲେ। ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣରୁ ଭତ୍ତା ନେବାକୁ ଆସି ନ ପାରିଲେ ଏନ୍‌ଏସି କର୍ମଚାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରୁଥିଲେ। ଦୀର୍ଘ ବର୍ଷ ହେଲା ଏଭଳି ବ୍ୟବସ୍ଥା ପ୍ରଚଳିତ ଥିଲା। ଏବେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ଯିବ ବୋଲି ସରକାର ନୂଆ ନିୟମ କରିଛନ୍ତି। ତଦନୁଯାୟୀ ଭତ୍ତାଧାରୀମାନେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌, ଭତ୍ତା ଖାତାର ନକଲ ଜମା କରୁଛନ୍ତି। ହେଲେ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ବ୍ୟାଙ୍କ ସମୟ କାଟଛାଣ୍ଟ ପରେ ପାସ୍‌ବୁକ୍‌ ଖୋଲିବାରେ ବିଳମ୍ବ ହେଉଛି। ଯେଉଁମାନଙ୍କ ପାସ୍‌ବୁକ୍‌ ରହିଛି, ସେମାନେ ବ୍ୟାଙ୍କରେ ହେଉଥିବା ଭିଡ଼ କାରଣରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଭତ୍ତା ଆଣିବାକୁ ପଛଘୁଞ୍ଚା ଦେଲେଣି। ଭତ୍ତା ତାଲିକାରେ ସାମିଲ ହୋଇଥିବା ହିତାଧିକାରୀ ଗରିବ ବ୍ୟକ୍ତି ଏହି ଟଙ୍କାରେ ଗୁଜୁରାଣ ମେଣ୍ଟାଇଥାଆନ୍ତି। ହେଲେ ହଠାତ୍‌ ଏଭଳି ନୂଆ ନିୟମ ସେମାନଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଛି। କରୋନା ମହାମାରୀ ସମୟରେ ସରକାର ଘରେ ରହିବାକୁ ପରାମର୍ଶ ଦେଉଥିବାବେଳେ ସଂକ୍ରମଣ ଏଡ଼ାଇବାକୁ ଏନ୍‌ଏସି କର୍ତ୍ତୃପକ୍ଷ ଘରକୁ ଘର ବୁଲି ଭତ୍ତା ଟଙ୍କା ପ୍ରଦାନ କରିବାକୁ ସେମାନେ ନିବେଦନ କରିଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଭତ୍ତା ବଣ୍ଟନରେ ଅନିୟମିତତା, ବାଟମାରଣା ରୋକିବାକୁ ସରକାର ଏଭଳି ନିୟମ କରିଛନ୍ତି। ହିତାଧିକାରୀ କୌଣସି କାରଣରୁ ଭତ୍ତା ଆଣିବାରେ ସମସ୍ୟା ଭୋଗୁଥିବା ନଜରକୁ ଆସିଲେ ବିକଳ୍ପ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ନିୟମ କଡ଼ାକଡ଼ି କରାଯାଇନାହିଁ। ବ୍ୟବସ୍ଥା ସହ ଅଭ୍ୟସ୍ତ ହେଲେ ନୂଆ ନିୟମକୁ ଗୁରୁତ୍ୱ ଦିଆଯିବ।

ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ
ନଗଦ ଆକାରରେ ଭତ୍ତା ଟଙ୍କା ମିଳୁଥିବାରୁ ସୁବିଧା ହେଉଥିଲା। ଏଣିକି ବ୍ୟାଙ୍କରୁ ଟଙ୍କା ଆଣିବାକୁ ପଡ଼ିବ। ଦୂର ସ୍ଥାନରୁ ଆସୁଥିବା ହିତାଧିକାରୀ ଏଥିଲାଗି ଖର୍ଚ୍ଚାନ୍ତ ହେବେ। କରୋନା ସମୟରେ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କରେ ଧାଡ଼ିବାନ୍ଧି ଛିଡ଼ା ହେବା କଷ୍ଟଦାୟକ।
-ସନାତନ ଗୁରୁ, ହିତାଧିକାରୀ

ଦିବ୍ୟାଙ୍ଗଙ୍କ ସମସ୍ୟା ବଢ଼ିବ
ସରକାରଙ୍କ ଏଭଳି ନିଷ୍ପତ୍ତି ଦିବ୍ୟାଙ୍ଗଙ୍କ ଲାଗି ସମସ୍ୟା ବଢ଼ାଇବ। ବ୍ୟାଙ୍କକୁ ଆସିବା, ଟଙ୍କା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା, ଆବଶ୍ୟକ କାଗଜପତ୍ର କାମ କଷ୍ଟକର ହୋଇଯିବ। ଯାତାୟାତରେ ମିଳିବାକୁ ଥିବା ଭତ୍ତା ଟଙ୍କାର ଅଧା ଖର୍ଚ୍ଚ ହୋଇଯିବ।
-ବ୍ରଜବନ୍ଧୁ ରାଉତ, ହିତାଧିକାରୀ

ବୟସ୍କ ବ୍ୟକ୍ତି ହୀନସ୍ତା ହେବେ
ପୂର୍ବରୁ ପ୍ରଚଳିତ ନିୟମ ସରଳ ଥିଲା। ଏବେ ବୟସ୍କ ଲୋକେ ବ୍ୟାଙ୍କ ଖାତା ଖୋଲିବାକୁ ଯାଇ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ବ୍ୟାଙ୍କରେ ବୈଷୟିକ ସମସ୍ୟା ଦେଖାଦେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ। ବୟସ୍କ ବ୍ୟକ୍ତି ହଇରାଣ ହେବେ। ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଜରୁରୀ।
-ବିଦ୍ୟାଧର ବିହାରୀ, ହିତାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଶ୍ରୀଗୁଣ୍ଡିଚା ମନ୍ଦିରରେ ୪ ଦିନ ଦର୍ଶନ ବନ୍ଦ, ପୁରୀ ଆସୁଥିଲେ ଜାଣି ରଖନ୍ତୁ…

ପୁରୀ,୧୮ା୧୧: ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି ପୁରୀର ଆରାଧ୍ୟ ସ୍ଥଳୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼…

ବାତ୍ୟା ଅକ୍ୱାନକୁ ନେଇ ୪ ଜିଲା ପାଇଁ ୪ ଆଇଏଏସ୍‌ଙ୍କୁ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୧୮ା୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବାତ୍ୟା ପ୍ରଭାବିତ ହେବାକୁ ଥିବା ୪ଟି…

ନିଜ ମହତ

ଜଣେ ବ୍ୟକ୍ତି ଯେତେ ଉଚ୍ଚସ୍ଥାନରେ ଥିଲେ ମଧ୍ୟ କାର୍ଯ୍ୟ ପ୍ରତି ସଚ୍ଚୋଟତା ନ ଥିଲେ ସେ ସମାଲୋଚନାଯୋଗ୍ୟ ହୋଇଥାଆନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରାଷ୍ଟ୍ରପତିଙ୍କୁ ଶପଥ…

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ଏହି ଜିଲାରେ ପ୍ରବଳ ବର୍ଷା…

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା ଆହୁରି ଶକ୍ତିଶାଳୀ ହୋଇ…

ସନ୍ୟାସକୁ ନେଇ ଭାବୁକ ହେଲେ ଧୋନୀ, ସୋସିଆଲ ମିଡିଆରେ ଭିଡିଓ ଛାଡି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ, ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ନ୍ୟାସର ଘୋଷଣା କରିସାରିଥିଲା। ଯାହାପରେ ସମସ୍ତେ ଧୋନୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଅପେକ୍ଷା କରି…

ପ୍ରଶଂସକଙ୍କୁ ବଡ଼ ଝଟ୍‌କା: IPLରୁ ଅବସର ଘୋଷଣା କଲେ ଧୋନୀ, ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLରୁ ଅବସର ଘୋଷଣା କରିଛନ୍ତି। ସେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ହୋଇଛନ୍ତି। ଧୋନୀ IPLରୁ ଅବସର ନେବା ସହ…

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ଭୁବନେଶ୍ୱର, ୧୭।୧୧: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ସମୁଦାୟ ମହଙ୍ଗା ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?