ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ହଡ଼ପ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ବିଭାଗ ଏବଂ ସରକାରୀ ଉଦ୍ୟୋଗଗୁଡ଼ିକରେ ଥିବା କେତେଜଣ ଅଧିକାରୀ ନିଜ କର୍ତ୍ତବ୍ୟରେ ଅବହେଳା କରିବା ସହ ସରକାରୀ ଅର୍ଥକୁ ହଡ଼ପ କରିବାକୁ ପଛାଉ ନାହାନ୍ତି। ଏଥିଯୋଗୁ ବିକାଶମୂଳକ କାର୍ଯ୍ୟ ଅନେକାଂଶରେ ବାଧାପ୍ରାପ୍ତ ହେବା ସହିତ ରାଜକୋଷରୁ ବହୁ ଅର୍ଥ ବାଟମାରଣା ହେଉଛି। ଏପରି କି ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ଅର୍ଥ ଏବଂ ଭତ୍ତାକୁ ମଧ୍ୟ ହଡ଼ପ କରାଯାଉଛି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି।
ମଙ୍ଗଳବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସାଧାରଣ ଓ ସାମାଜିକ କ୍ଷେତ୍ର ଉଦ୍ୟୋଗ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ କୁହାଯାଇଛି ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାରେ ବ୍ୟାପକ ଅନିୟମିତତା ହେଉଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଅନୁକମ୍ପା ଦେଖାଇ ୨.୩୨ କୋଟି ଟଙ୍କାର ଲାଇସେନ୍ସ ଫି’ ବେଆଇନ ଭାବେ ପ୍ରଦାନ କରିଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସରକାରୀ ଅର୍ଥ ଆତ୍ମସାତ, ବାର୍ଦ୍ଧକ୍ୟଭତ୍ତା ହଡ଼ପ ଭଳି ସଙ୍ଗିନ ତଥ୍ୟ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏପରି କି ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ହଡ଼ପ କରାଯାଇଛି। ୯ଟି ପଞ୍ଚାୟତ ସମିତିର ୧୯ଟି ଗ୍ରାମପଞ୍ଚାୟତରେ ୭୨ଟି ଗ୍ରାମରେ ମୃତକଙ୍କ ନାମରେ ଭତ୍ତା ବଣ୍ଟନ କରାଯାଇଛି।
୧୦ଟି ଜିଲାର ୮୯ଟି ବ୍ଲକର ବିକାଶ କରିବା ଲାଗି ଡବ୍ଲ୍ୟୁଓଡିସି ଗଠନ କରାଯାଇଥିଲା। ରାଜ୍ୟ ସରକାର ଏହି ସଂସ୍ଥାର ଦାୟିତ୍ୱ ୨୬ ଜଣିଆ ସଦସ୍ୟଙ୍କ ଉପରେ ନ୍ୟସ୍ତ କରିଛନ୍ତି। ତେବେ ବିକାଶ ପରିବର୍ତ୍ତେ ଏହି ସଂସ୍ଥା ଅନିୟମିତତାରେ ଉବୁଟୁବୁ ହେଉଛି। ଜଳସେଚନ ପ୍ରକଳ୍ପକୁ ଅଗ୍ରାଧିକାର ଦିଆ ନ ଯାଇ ଅନ୍ୟ ପ୍ରକଳ୍ପ ପାଇଁ ଡବ୍ଲ୍ୟୁଓଡିସି ଅର୍ଥ ଅଯଥାରେ ବ୍ୟୟ କରାଯାଇଛି। ୨୦୧୫ରୁ ୨୦୧୮ ମଧ୍ୟରେ ରାଉରକେଲା ମହାନଗର ନିଗମକୁ ଗୋଷ୍ଠୀକେନ୍ଦ୍ର ନିର୍ମାଣ କରିବାକୁ ୩.୦୩ କୋଟି ଟଙ୍କା ଦିଆଯାଇଥିବା ବେଳେ ସେହି ଅର୍ଥ ସ୍ମାର୍ଟ ସିଟି ପାଇଁ ଖର୍ଚ୍ଚ ହୋଇଛି । ୨୦୧୮ସୁଦ୍ଧା ୨୬୯୦ ପ୍ରକଳ୍ପର କୌଣସି ଅଡିଟ୍‌ ଡବ୍ଲ୍ୟୁଓଡିସି ଦ୍ୱାରା କରାଯାଇ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ୨୦୦୪ରୁ ୨୦୧୮ ମଧ୍ୟରେ ଡବ୍ଲ୍ୟୁଓଡିସି ୨୭,୯୧୦ ପ୍ରକଳ୍ପରୁ ୧୦୦୯ ପ୍ରକଳ୍ପ ପାଇଁ ୬୧.୧୫ କୋଟି ଟଙ୍କା ବେଆଇନ ଭାବେ ଆବଣ୍ଟନ କରିଥିବା ରିପୋର୍ଟରେ କୁହାଯାଇଛି। କେବଳ ଡବ୍ଲ୍ୟୁଓଡିସି ନୁହେଁ ବିଭିନ୍ନ ବିଭାଗର କାର୍ଯ୍ୟ ବିଳମ୍ବ ଯୋଗୁ ରାଜ୍ୟକୁ ବହୁ କ୍ଷତି ସହିବାକୁ ପଡିଛି। ରାଜ୍ୟର ୪ଟି ସ୍ଥାନରେ ସୌର ପ୍ରକଳ୍ପ ସ୍ଥାପନ କରିବାକୁ କେନ୍ଦ୍ର ସରକାର ୩୮.୧୦ କୋଟି ପ୍ରଦାନ କରିଥିଲେ। ଜମି ଅଧିଗ୍ରହଣ ହୋଇ ନ ପାରିବାରୁ ସେହି ଅର୍ଥ ୩ ବର୍ଷ ଯାଏ ବିନିଯୋଗ ନ ହୋଇ ପଡି ରହିଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିମ୍ନମାନର ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କ ଠାରୁ ୯ କୋଟି ଟଙ୍କା ଆଦାୟ କରିବାରେ ବିଫଳ ହୋଇଥିଲା। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ବ୍ୟାଙ୍କ ଖାତା ସହିତ କ୍ୟାଶ ବହିର ମେଳ କରାଗଲାବେଳେ ୧.୦୩ କୋଟି ଟଙ୍କା ଆତ୍ମସାତ ହୋଇଥିବା ସିଏଜି ରିପୋର୍ଟରେ କହିଛନ୍ତି। ୯ଟି ପଞ୍ଚାୟତ ସିମିତି ଅଧୀନ ୭୨ଟି ଗ୍ରାମର ୧୫୦ ଜଣ ମୃତ ହିତାଧିକାରୀଙ୍କ ନାମରେ ୨.୭୯ ଲକ୍ଷ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଆତ୍ମସାତ୍‌ କରାଯାଇଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?