ବଢ଼ିପାରେ ଏଜିଆର୍‌ ଦେୟ ଅବଧି

ନୂଆଦିଲ୍ଲୀ,୨୫ା୮ – ଟେଲିକମ୍‌ କ୍ଷେତ୍ରରେ ବର୍ତ୍ତମାନ ଜିଓର ରହିଆସିଥିବା ଏକାଧିକାରକୁ କମ୍‌ କରିବାକୁ ସରକାର ଚାହୁଁଥିବା ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସରକାର ଭୋଡାଫୋନ-ଆଇଡିଆ ଏବଂ ଏୟାରଟେଲକୁ ଏଥିଲାଗି ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରିପାରନ୍ତି। ଟେଲିକମ୍‌ କମ୍ପାନୀଗୁଡିକ ଉପରେ ବର୍ତ୍ତମାନ ବୃହତ୍‌ ପରିମାଣର ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌) ଦେୟ ରହିଛି। ଏହି ଦେୟ ପ୍ରଦାନ ଅବଧିକୁ ସରକାର ୨୦ ବର୍ଷକୁ ବଢାଇପାରନ୍ତି ବୋଲି କୁହାଯାଉଛି। ସୂଚନା ମୁତାବକ, ଏହି ପ୍ରସଙ୍ଗରେ ଭୋଡାଫୋନ ଆଇଡିଆର ଏମ୍‌ଡି ରବିନ୍ଦର ଟକ୍କର ଏବଂ ଅନ୍ୟ ଅଧିକାରୀମାନେ ଟେଲିକମ୍‌ ସଚିବ ଅଞ୍ଜୁ ପ୍ରକାଶଙ୍କୁ ନିକଟରେ ଭେଟିଛନ୍ତି। ଏହି ବୈଠକ ପରେ ସରକାର ଟେଲିକମ୍‌ କ୍ଷେତ୍ରରେ ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ପକ୍ଷରୁ ଯଦି ଏଭଳି କୌଣସି ପଦକ୍ଷେପ ଆସେ ତେବେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ଆଶ୍ୱସ୍ତି ଲାଭ କରିବେ।
ଆଇଡିଆ ବର୍ତ୍ତମାନ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି କମ୍ପାନୀଗୁଡିକର ସ୍ଥିତି କାଏମ ରଖିବା ଲାଗି ସରକାର ହୁଏତ କିଛିଟା ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ଭୋଡାଫୋନ ଆଇଡିଆ କିଭଳି ଏହାର ସ୍ଥିତି ବଜାୟ ରଖିବ ସେ ଯୋଜନା ଉପରେ ସରକାର ଜାଣିବାକୁ ଚାହିଁଛନ୍ତି। ସେହିଭଳି ଭୋଡାଫୋନ ଆଇଡିଆର ୫ଜି ନେଇ ଯୋଜନା କ’ଣ ତାହା ମଧ୍ୟ ସରକାର ବିଚାର କରୁଛନ୍ତି। ଭୋଡାଫୋନ ଆଇଡିଆ ଉପରେ ୧.୯୧ ଲକ୍ଷ କୋଟି ଟଙ୍କାର ଦେୟ ବକେୟା ରହିଛି। ଏହା ମଧ୍ୟରେ ୫୮,୨୫୪ କୋଟି ଏଜିଆର୍‌ ବକେୟା ବୋଲି ଜଣାପଡିଛି। ଏହି ବୃହତ୍‌ ଅର୍ଥ ମଧ୍ୟରୁ କମ୍ପାନୀ ମାତ୍ର ୭୮୫୪ କୋଟି ଟଙ୍କା ପ୍ରଦାନ କରିଛି। ମୋଟ ଅର୍ଥକୁ ୧୦ ବର୍ଷ ମଧ୍ୟରେ ପଇଠ କରିବାକୁ ପଡିବ। କମ୍ପାନୀକୁ ୯ ହଜାର କୋଟି ଟଙ୍କା ଆଗାମୀ କିସ୍ତି ଭାବେ ୨୦୨୨ ମାର୍ଚ୍ଚରେ ଦେବାକୁ ପଡିବ। ସେହିଭଳି ଏୟାରଟେଲ ଉପରେ ୨୫,୯୮୦ କୋଟି ଟଙ୍କାର ଏଜିଆର୍‌ ବକେୟା ରହିଥିବା ଜଣାପଡିଛି।
ଦେୟ ଅବଧିକୁ ୨୦ ବର୍ଷକୁ ବଢ଼ାଯାଇପାରିବ କି ନାହିଁ ସେ ନେଇ ସରକାର ଆଇନଗତ ପରାମର୍ଶ ନେବେ। ଏଜିଆର୍‌ ଦେୟ ପ୍ରଦାନ କରିବା ଲାଗି ୧୦ ବର୍ଷର ସମୟ ଅବଧି ସରକାର ଦେଇଛନ୍ତି। ୨୦୩୧ ମାର୍ଚ୍ଚ ଯାଏ ଏହି ସମୟ ସୀମା ରହିଛି। ଉକ୍ତ ଅବଧିକୁ ୨୦ ବର୍ଷ କରିବା ଲାଗି କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ମାତ୍ର ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ଟେଲିକମ୍‌ ଶିଳ୍ପ ସାମ୍ନାରେ ରହିଥିବା ସଙ୍କଟ ଟାଳିବା ଲାଗି ସରକାର କିଛି ପନ୍ଥା ବାହାରକରିପାରନ୍ତି। କାରଣ ଟେଲିକମ୍‌ କମ୍ପାନୀଗୁଡିକୁ ବ୍ୟାଙ୍କଗୁଡିକ ବୃହତ୍‌ ପରିମାଣର ଋଣ ଦେଇଛନ୍ତି। ଏହି କମ୍ପାନୀଗୁଡିକରେ ବହୁ ଲୋକ ନିଯୁକ୍ତି ପାଇଛନ୍ତି। ଯଦି କମ୍ପାନୀଗୁଡିକ ଡୁବିଯାନ୍ତି ତେବେ ଅନେକ ଲୋକ ଚାକିରି ହରାଇବା ସହ ବ୍ୟାଙ୍କ ସେମାନଙ୍କ ଅର୍ଥ ଫେରିପାଇବାକୁ ସମସ୍ୟା ହେବ। ଏହି ପ୍ରସଙ୍ଗଗୁଡିକୁ ଆଧାରକରି ସରକାର ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ପ୍ରସଙ୍ଗକୁ ବିଚାର କରିବା ଲାଗି ନିବେଦନ କରିପାରନ୍ତି। ସରକାର ଚାହିଁଲେ ଏହା କରିବା ସହଜ ବୋଲି ଭୋଡାଫୋନ ଆଇଡିଆ ଏମ୍‌ଡି ରବିନ୍ଦର ଟକ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri