ବଢ଼ିପାରେ ଏଜିଆର୍‌ ଦେୟ ଅବଧି

ନୂଆଦିଲ୍ଲୀ,୨୫ା୮ – ଟେଲିକମ୍‌ କ୍ଷେତ୍ରରେ ବର୍ତ୍ତମାନ ଜିଓର ରହିଆସିଥିବା ଏକାଧିକାରକୁ କମ୍‌ କରିବାକୁ ସରକାର ଚାହୁଁଥିବା ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସରକାର ଭୋଡାଫୋନ-ଆଇଡିଆ ଏବଂ ଏୟାରଟେଲକୁ ଏଥିଲାଗି ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରିପାରନ୍ତି। ଟେଲିକମ୍‌ କମ୍ପାନୀଗୁଡିକ ଉପରେ ବର୍ତ୍ତମାନ ବୃହତ୍‌ ପରିମାଣର ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌) ଦେୟ ରହିଛି। ଏହି ଦେୟ ପ୍ରଦାନ ଅବଧିକୁ ସରକାର ୨୦ ବର୍ଷକୁ ବଢାଇପାରନ୍ତି ବୋଲି କୁହାଯାଉଛି। ସୂଚନା ମୁତାବକ, ଏହି ପ୍ରସଙ୍ଗରେ ଭୋଡାଫୋନ ଆଇଡିଆର ଏମ୍‌ଡି ରବିନ୍ଦର ଟକ୍କର ଏବଂ ଅନ୍ୟ ଅଧିକାରୀମାନେ ଟେଲିକମ୍‌ ସଚିବ ଅଞ୍ଜୁ ପ୍ରକାଶଙ୍କୁ ନିକଟରେ ଭେଟିଛନ୍ତି। ଏହି ବୈଠକ ପରେ ସରକାର ଟେଲିକମ୍‌ କ୍ଷେତ୍ରରେ ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ପକ୍ଷରୁ ଯଦି ଏଭଳି କୌଣସି ପଦକ୍ଷେପ ଆସେ ତେବେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ଆଶ୍ୱସ୍ତି ଲାଭ କରିବେ।
ଆଇଡିଆ ବର୍ତ୍ତମାନ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି କମ୍ପାନୀଗୁଡିକର ସ୍ଥିତି କାଏମ ରଖିବା ଲାଗି ସରକାର ହୁଏତ କିଛିଟା ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ଭୋଡାଫୋନ ଆଇଡିଆ କିଭଳି ଏହାର ସ୍ଥିତି ବଜାୟ ରଖିବ ସେ ଯୋଜନା ଉପରେ ସରକାର ଜାଣିବାକୁ ଚାହିଁଛନ୍ତି। ସେହିଭଳି ଭୋଡାଫୋନ ଆଇଡିଆର ୫ଜି ନେଇ ଯୋଜନା କ’ଣ ତାହା ମଧ୍ୟ ସରକାର ବିଚାର କରୁଛନ୍ତି। ଭୋଡାଫୋନ ଆଇଡିଆ ଉପରେ ୧.୯୧ ଲକ୍ଷ କୋଟି ଟଙ୍କାର ଦେୟ ବକେୟା ରହିଛି। ଏହା ମଧ୍ୟରେ ୫୮,୨୫୪ କୋଟି ଏଜିଆର୍‌ ବକେୟା ବୋଲି ଜଣାପଡିଛି। ଏହି ବୃହତ୍‌ ଅର୍ଥ ମଧ୍ୟରୁ କମ୍ପାନୀ ମାତ୍ର ୭୮୫୪ କୋଟି ଟଙ୍କା ପ୍ରଦାନ କରିଛି। ମୋଟ ଅର୍ଥକୁ ୧୦ ବର୍ଷ ମଧ୍ୟରେ ପଇଠ କରିବାକୁ ପଡିବ। କମ୍ପାନୀକୁ ୯ ହଜାର କୋଟି ଟଙ୍କା ଆଗାମୀ କିସ୍ତି ଭାବେ ୨୦୨୨ ମାର୍ଚ୍ଚରେ ଦେବାକୁ ପଡିବ। ସେହିଭଳି ଏୟାରଟେଲ ଉପରେ ୨୫,୯୮୦ କୋଟି ଟଙ୍କାର ଏଜିଆର୍‌ ବକେୟା ରହିଥିବା ଜଣାପଡିଛି।
ଦେୟ ଅବଧିକୁ ୨୦ ବର୍ଷକୁ ବଢ଼ାଯାଇପାରିବ କି ନାହିଁ ସେ ନେଇ ସରକାର ଆଇନଗତ ପରାମର୍ଶ ନେବେ। ଏଜିଆର୍‌ ଦେୟ ପ୍ରଦାନ କରିବା ଲାଗି ୧୦ ବର୍ଷର ସମୟ ଅବଧି ସରକାର ଦେଇଛନ୍ତି। ୨୦୩୧ ମାର୍ଚ୍ଚ ଯାଏ ଏହି ସମୟ ସୀମା ରହିଛି। ଉକ୍ତ ଅବଧିକୁ ୨୦ ବର୍ଷ କରିବା ଲାଗି କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ମାତ୍ର ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ଟେଲିକମ୍‌ ଶିଳ୍ପ ସାମ୍ନାରେ ରହିଥିବା ସଙ୍କଟ ଟାଳିବା ଲାଗି ସରକାର କିଛି ପନ୍ଥା ବାହାରକରିପାରନ୍ତି। କାରଣ ଟେଲିକମ୍‌ କମ୍ପାନୀଗୁଡିକୁ ବ୍ୟାଙ୍କଗୁଡିକ ବୃହତ୍‌ ପରିମାଣର ଋଣ ଦେଇଛନ୍ତି। ଏହି କମ୍ପାନୀଗୁଡିକରେ ବହୁ ଲୋକ ନିଯୁକ୍ତି ପାଇଛନ୍ତି। ଯଦି କମ୍ପାନୀଗୁଡିକ ଡୁବିଯାନ୍ତି ତେବେ ଅନେକ ଲୋକ ଚାକିରି ହରାଇବା ସହ ବ୍ୟାଙ୍କ ସେମାନଙ୍କ ଅର୍ଥ ଫେରିପାଇବାକୁ ସମସ୍ୟା ହେବ। ଏହି ପ୍ରସଙ୍ଗଗୁଡିକୁ ଆଧାରକରି ସରକାର ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ପ୍ରସଙ୍ଗକୁ ବିଚାର କରିବା ଲାଗି ନିବେଦନ କରିପାରନ୍ତି। ସରକାର ଚାହିଁଲେ ଏହା କରିବା ସହଜ ବୋଲି ଭୋଡାଫୋନ ଆଇଡିଆ ଏମ୍‌ଡି ରବିନ୍ଦର ଟକ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri