ବଢ଼ିପାରେ ଏଜିଆର୍‌ ଦେୟ ଅବଧି

ନୂଆଦିଲ୍ଲୀ,୨୫ା୮ – ଟେଲିକମ୍‌ କ୍ଷେତ୍ରରେ ବର୍ତ୍ତମାନ ଜିଓର ରହିଆସିଥିବା ଏକାଧିକାରକୁ କମ୍‌ କରିବାକୁ ସରକାର ଚାହୁଁଥିବା ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସରକାର ଭୋଡାଫୋନ-ଆଇଡିଆ ଏବଂ ଏୟାରଟେଲକୁ ଏଥିଲାଗି ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରିପାରନ୍ତି। ଟେଲିକମ୍‌ କମ୍ପାନୀଗୁଡିକ ଉପରେ ବର୍ତ୍ତମାନ ବୃହତ୍‌ ପରିମାଣର ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌) ଦେୟ ରହିଛି। ଏହି ଦେୟ ପ୍ରଦାନ ଅବଧିକୁ ସରକାର ୨୦ ବର୍ଷକୁ ବଢାଇପାରନ୍ତି ବୋଲି କୁହାଯାଉଛି। ସୂଚନା ମୁତାବକ, ଏହି ପ୍ରସଙ୍ଗରେ ଭୋଡାଫୋନ ଆଇଡିଆର ଏମ୍‌ଡି ରବିନ୍ଦର ଟକ୍କର ଏବଂ ଅନ୍ୟ ଅଧିକାରୀମାନେ ଟେଲିକମ୍‌ ସଚିବ ଅଞ୍ଜୁ ପ୍ରକାଶଙ୍କୁ ନିକଟରେ ଭେଟିଛନ୍ତି। ଏହି ବୈଠକ ପରେ ସରକାର ଟେଲିକମ୍‌ କ୍ଷେତ୍ରରେ ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ପକ୍ଷରୁ ଯଦି ଏଭଳି କୌଣସି ପଦକ୍ଷେପ ଆସେ ତେବେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ଆଶ୍ୱସ୍ତି ଲାଭ କରିବେ।
ଆଇଡିଆ ବର୍ତ୍ତମାନ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି କମ୍ପାନୀଗୁଡିକର ସ୍ଥିତି କାଏମ ରଖିବା ଲାଗି ସରକାର ହୁଏତ କିଛିଟା ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ଭୋଡାଫୋନ ଆଇଡିଆ କିଭଳି ଏହାର ସ୍ଥିତି ବଜାୟ ରଖିବ ସେ ଯୋଜନା ଉପରେ ସରକାର ଜାଣିବାକୁ ଚାହିଁଛନ୍ତି। ସେହିଭଳି ଭୋଡାଫୋନ ଆଇଡିଆର ୫ଜି ନେଇ ଯୋଜନା କ’ଣ ତାହା ମଧ୍ୟ ସରକାର ବିଚାର କରୁଛନ୍ତି। ଭୋଡାଫୋନ ଆଇଡିଆ ଉପରେ ୧.୯୧ ଲକ୍ଷ କୋଟି ଟଙ୍କାର ଦେୟ ବକେୟା ରହିଛି। ଏହା ମଧ୍ୟରେ ୫୮,୨୫୪ କୋଟି ଏଜିଆର୍‌ ବକେୟା ବୋଲି ଜଣାପଡିଛି। ଏହି ବୃହତ୍‌ ଅର୍ଥ ମଧ୍ୟରୁ କମ୍ପାନୀ ମାତ୍ର ୭୮୫୪ କୋଟି ଟଙ୍କା ପ୍ରଦାନ କରିଛି। ମୋଟ ଅର୍ଥକୁ ୧୦ ବର୍ଷ ମଧ୍ୟରେ ପଇଠ କରିବାକୁ ପଡିବ। କମ୍ପାନୀକୁ ୯ ହଜାର କୋଟି ଟଙ୍କା ଆଗାମୀ କିସ୍ତି ଭାବେ ୨୦୨୨ ମାର୍ଚ୍ଚରେ ଦେବାକୁ ପଡିବ। ସେହିଭଳି ଏୟାରଟେଲ ଉପରେ ୨୫,୯୮୦ କୋଟି ଟଙ୍କାର ଏଜିଆର୍‌ ବକେୟା ରହିଥିବା ଜଣାପଡିଛି।
ଦେୟ ଅବଧିକୁ ୨୦ ବର୍ଷକୁ ବଢ଼ାଯାଇପାରିବ କି ନାହିଁ ସେ ନେଇ ସରକାର ଆଇନଗତ ପରାମର୍ଶ ନେବେ। ଏଜିଆର୍‌ ଦେୟ ପ୍ରଦାନ କରିବା ଲାଗି ୧୦ ବର୍ଷର ସମୟ ଅବଧି ସରକାର ଦେଇଛନ୍ତି। ୨୦୩୧ ମାର୍ଚ୍ଚ ଯାଏ ଏହି ସମୟ ସୀମା ରହିଛି। ଉକ୍ତ ଅବଧିକୁ ୨୦ ବର୍ଷ କରିବା ଲାଗି କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ମାତ୍ର ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ଟେଲିକମ୍‌ ଶିଳ୍ପ ସାମ୍ନାରେ ରହିଥିବା ସଙ୍କଟ ଟାଳିବା ଲାଗି ସରକାର କିଛି ପନ୍ଥା ବାହାରକରିପାରନ୍ତି। କାରଣ ଟେଲିକମ୍‌ କମ୍ପାନୀଗୁଡିକୁ ବ୍ୟାଙ୍କଗୁଡିକ ବୃହତ୍‌ ପରିମାଣର ଋଣ ଦେଇଛନ୍ତି। ଏହି କମ୍ପାନୀଗୁଡିକରେ ବହୁ ଲୋକ ନିଯୁକ୍ତି ପାଇଛନ୍ତି। ଯଦି କମ୍ପାନୀଗୁଡିକ ଡୁବିଯାନ୍ତି ତେବେ ଅନେକ ଲୋକ ଚାକିରି ହରାଇବା ସହ ବ୍ୟାଙ୍କ ସେମାନଙ୍କ ଅର୍ଥ ଫେରିପାଇବାକୁ ସମସ୍ୟା ହେବ। ଏହି ପ୍ରସଙ୍ଗଗୁଡିକୁ ଆଧାରକରି ସରକାର ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ପ୍ରସଙ୍ଗକୁ ବିଚାର କରିବା ଲାଗି ନିବେଦନ କରିପାରନ୍ତି। ସରକାର ଚାହିଁଲେ ଏହା କରିବା ସହଜ ବୋଲି ଭୋଡାଫୋନ ଆଇଡିଆ ଏମ୍‌ଡି ରବିନ୍ଦର ଟକ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ଶିଳ୍ପର ସଙ୍କଟ ବଢୁଛି

ନୂଆଦିଲ୍ଲୀ,୨୭।୪: ଅଶୋଧିତ ତେଲ ଦର ଏବେ ନକାରାତ୍ମକ ସ୍ତରରେ ରହିଛି। ଚାଦିଦା କମିଥିବାରୁ ଏବେ କେହି ତେଲ ନେଉନାହାନ୍ତି। ଫଳରେ ଜାହାଜଗୁଡିକରେ ତେଲ ଭର୍ତ୍ତି ହୋଇ...

ଆଇବିଏର ଉପଦେଷ୍ଟା ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର,୩।୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ସିଜିଏମ୍‌ ତଥା ବରିଷ୍ଠ ଓଡ଼ିଆ ବ୍ୟାଙ୍କ ଅଧିକାରୀ ବିକାଶ ନାରାୟଣ ମିଶ୍ର ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏଶନ (ଆଇବିଏ)ର ବରିଷ୍ଠ ଉପଦେଷ୍ଟା...

୧୧ ବର୍ଷରେ ବ୍ୟାଙ୍କକୁ ଦିଆଯାଇଛି ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ବିଗତ ୧୧ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୩.୧୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ସୋମବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ...

ଆଜିଠୁ ଜୀ-ସାର୍ଥକରେ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’

ଭୁବନେଶ୍ୱର,୨।୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଘରୋଇ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷରୁ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’ ସମ୍ପର୍କରେ ଘୋଷଣା କରାଯାଇଛି।...

ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ...

ଏୟାର ଇଣ୍ଡିଆରେ ୧୦୦% ପର୍ଯ୍ୟନ୍ତ ନିବେଶ କରିବେ ଏନ୍‌ଆର୍‌ଆଇ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ ଡିଆଇ) ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ...

ଭାରତୀୟ ଅର୍ଥନୀତି ଉପରେ ବିଶ୍ୱର ପ୍ରଭାବ: ତୃତୀୟ ତ୍ରୟମାସରେ ଜିଡ଼ିପି ହାର ୪.୪ ପ୍ରତିଶତ…

ନୂଆଦିଲ୍ଲୀ,୨୮।୨ : ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଅକ୍ଟୋବର-ଡିସେମ୍ବର ୨୦୨୨ ତ୍ରୟମାସିକ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟ ପ୍ରକାଶ କରିଛି।...

ଇଏମ୍‌ଆଇ ମୋରାଟୋରିୟମ୍‌ ଆଳରେ ହୋଇପାରେ ଠକେଇ

ନୂଆଦିଲ୍ଲୀ,୧୦।୪: ଇଏମ୍‌ଆଇ ମୋରାଟୋରିୟମ ସ୍କିମରେ ବ୍ୟାଙ୍କ ଗ୍ରାହକଙ୍କୁ ଠକେଇ ହେବା ନେଇ ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ ମୋରାଟୋୟମ ଦ୍ୱାରା ଇଏମ୍‌ଆଇ ସ୍ଥଗିତ କରିବା ଲାଗି...

Advertisement
Archives

Model This Week