ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ବରିଷ୍ଠ ଚଳଚ୍ଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ମଙ୍ଗଳବାର ପରଲୋକ ହୋଇଛି। ତାଙ୍କ ପରଲୋକରେ କଳାହାଣ୍ଡି କଳା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ବଦ୍ରିନାରାୟଣଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଟୁଇଟ ଯୋଗେ ଶୋକବ୍ୟକ୍ତ କରିଛନ୍ତି। ସମର୍ପଣ, ପଳାତକ ଓ ଜନ୍ମଦାତା ଭଳି ଚଳଚ୍ଚିତ୍ରରେ ସେ ଛାଡ଼ିଯାଇଥିବା ଛାପ ସର୍ବଦା ସ୍ମରଣୀୟ। ସ୍ବର୍ଗତ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। କଳାହାଣ୍ଡି କେସିଙ୍ଗାରେ ଜନ୍ମିତ ବଦ୍ରିନାରାୟଣଙ୍କ ପରଲୋକରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଲୋକ ସଭା ଏମ୍‌ପି ବସନ୍ତ ପଣ୍ଡା, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଜିଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ: ପ୍ରଥମ ଦିନରେ କେହି ଦାଖଲ କଲେନି ନାମାଙ୍କନପତ୍ର

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବ ପୌର ନିର୍ବାଚନ। ଏଥିପାଇଁ ୨ରୁ ୭ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ପୁରୀ ଅଫିସ, ୬।୩: ପୁରୀ ସ୍ବର୍ଗଦ୍ୱାରରେ ଅତି ଗରିବ ଶ୍ରେଣୀର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ ରହିଛି। ତେବେ ଏଠାରେ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପର୍ଯ୍ୟଟନ ବିଭାଗର...

ସରକାରୀ ମେଡିକାଲ କଲେଜରେ ଖାଲିପଡ଼ିଛି ୨୪୪ ପଦବୀ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ):  ରାଜ୍ୟରେ ୭ ମେଡିକାଲ କଲେଜ ରହିଛି। ଏସବୁ କଲେଜରେ ମୋଟ ୧୨୬୭ ମଞ୍ଜୁରପ୍ରାପ୍ତ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ...

ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରା ଛୁଟି

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର। ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ...

ଭୁବନେଶ୍ୱରରେ ଏବେ ୩୦ କରୋନା ଆକ୍ରାନ୍ତ ଚିକିତ୍ସିତ: ବମିଖାଲର ସବୁ ଆକ୍ରାନ୍ତ ଗୋଟିଏ ପରିବାରର

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୩୯ରେ ପହଞ୍ଚିଛି। ଏଥିରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ...

ଟାଟା ଏସି ଗାଡି ଚାଳକ ଜରିମାନା ଦେଲେ ୩୮ ହଜାର ୫ଶହ

ଭଦ୍ରକ ଅଫିସ,୭।୯: ଭଦ୍ରକ ଚରମ୍ପାରେ ନୂଆ ମୋଟର ଯାନ ନିୟମ ନେଇ ଶନିବାର ମଧ୍ୟାହ୍ନରେ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଓଭରବ୍ରିଜ୍‌ ନିକଟରେ...

ବେଶ ଆଗରେ ରହିବେନି ସେବାୟତ

ପୁରୀ ଅଫିସ,୧୧ା୬: ସ୍ନାନଯାତ୍ରାଠାରୁ ସୁନାବେଶ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶୁକ୍ରବାର ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟି...

Advertisement
Archives

Model This Week