ମତ୍ସ୍ୟଜୀବୀଙ୍କ ସହ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟି ବୁଲି ଦେଖିଲେ ପ୍ରଶାସନିକ ଟିମ୍‌

ଛତ୍ରପୁର, ଦିଲ୍ଲୀପ ସାମଲ ୨୧।୩ : ସମୁଦ୍ର ଆଁ କରି ରହିଛି । କେଉଁ ମୁହୁର୍ତ୍ତରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ସମୁଦ୍ର ଗିଳି ଦେବ । ଆର୍ଯ୍ୟପଲ୍ଲୀ ପଞ୍ଚାୟତର ପ୍ରାୟ ୨ ରୁ ୩ କିମି ଦୂରରେ ରହିଥିବା ସମୁଦ୍ର ଏବେ ଆଉ ମାତ୍ର ୫୦ ମିଟର ଦୂରରେ ରହିଛି । କେତେବେଳେ ସମୁଦ୍ର ପଞ୍ଚାୟତକୁ ମାଡି ଆସିବ ସେଥିପ୍ରତି ସବୁ ଭୟଭୀତ ରହିଛନ୍ତି । ଏ ଦିଗରେ ସେମାନେ ବାରମ୍ବାର ଜିଲା ପ୍ରଶାସନ ଓ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଉଥିଲେ ମଧ୍ୟ ଏ ସମ୍ବଦ୍ଧରେ କର୍ଣ୍ଣପାତ କରୁନାହାନ୍ତି କିମ୍ବା ପଞ୍ଚାୟତର ସୁରକ୍ଷା ଦିଗରେ ପଦକ୍ଷେପ ନେଉନାହାନ୍ତି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ।

ଏମିତି ଦିନ ଆସିବ ଗଞ୍ଜାମ ଜିଲ୍ଲା ମାନଚିତ୍ର ରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଯିବ ବୋଲି ମଧ୍ୟ ସେମାନେ ଆଶଙ୍କା କରିଛନ୍ତି । ଗୋପାଳପୁର ପୋର୍ଟ ମତ୍ସ୍ୟଜେଟି ସମୁଦ୍ର ମୁହାଣକୁ ସବୁ ଦିନିଆ ଡଙ୍ଗା ଯାତାୟତ ପାଇଁ ଡ୍ରେଜିଙ୍ଗ କରିବା, ମତ୍ସ୍ୟଜେଟିକୁ ଆଲୋକୀକରଣ କରିବା, ପାଣିର ବ୍ୟବସ୍ଥା କରିବା, ମତ୍ସ୍ୟଜେଟିରେ ଥିବା ପୁରୁଣା ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା କାନ୍ଥ ଗୁଡିକ ଭଙ୍ଗା ଯାଇ ସଫା କରିବା ସମେତ ବିଭିନ୍ନ ଦାବି ନେଇ ପଞ୍ଚାୟତ ପକ୍ଷରୁ ଜିଲା ପ୍ରଶାସନର ଅବଗତ କରାଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ସରକାରଙ୍କୁ ଅବଗତ କରାଇଛନ୍ତି । ଆଜି ଏନେଇ ପ୍ରଶାସନ ପକ୍ଷରୁ ଏକ ଟିମ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟି ବୁଲି ଘଟଣାର ଅନୁଧ୍ୟାନ କରିଛନ୍ତି । ଛତ୍ରପୁର ତହସିଲଦାର ଲୋପାମୁଦ୍ରା ରଥ ଓ ଅନ୍ୟାନ୍ୟ ରାଜସ୍ବ କର୍ମଚାରୀ ମାନେ ଜେଟି ଅଞ୍ଚଳ ବୁଲିବା ସହିତ ମତ୍ସ୍ୟଜିବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଲି ତଦାରଖ କରିଥିଲେ । ଏହି ଅବସରରେ ମତ୍ସ୍ୟଜୀବୀ ନେତା ଏନ. ଦୀନବନ୍ଧୁ, ପି. ଋାମବାବୁ. କେ. ଦାଶରଥି, ଏମ. ଦିଲ୍ଲୀପ ଓ ବି.ଭୀମସେନଙ୍କ ସମେତ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କ ସହ ବୁଲି ଦୃଷ୍ଟି ଆକର୍ଷଣ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri