ବୁଗୁଡ଼ାରେ ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ସିଲ୍‌ କଲା ପ୍ରଶାସନ

ବୁଗୁଡା, ୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡା ସହରରେ ଥିବା ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ମଙ୍ଗଳବାର ବିଳମ୍ବିତ ରାତିରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ରକ୍ତ ପରୀକ୍ଷା କରାଇଥିବାରୁ ପାଥୋଲୋଜିର ମାଲିକଙ୍କୁ ହୋମ୍‌ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁଯାୟୀ, ବୁଗୁଡା ସହର ଅରବିନ୍ଦ ନଗର ତୃତୀୟ ଲାଇନ୍‌ରେ ଥିବା ଜଣଙ୍କ ଘରକୁ ମଙ୍ଗଳବାର ଦିନ ତାଙ୍କ ସଂପର୍କୀୟ ଜଣେ ଆସିଥିଲେ। ତାଙ୍କ ଘର ଓଡଗାଁ ଥାନା ଅଞ୍ଚଳରେ। ସେ ଉକ୍ତ ଦିନ ସଂପର୍କୀୟଙ୍କ ଘରକୁ ଆସି ପହଞ୍ଚି ତାଙ୍କ ଘରେ ରହି ଖିଆପିଆ କରିଥିଲେ। ଏଥି ସହ ସେ ସ୍ଥାନୀୟ ଜ୍ୟୋତି ଏକ୍ସ ରେ ପାଥୋଲୋଜିରେ ତାଙ୍କ ରକ୍ତ ପରୀକ୍ଷା କରିଥିଲେ। ଏଥିପୂର୍ବରୁ ତାଙ୍କର କରୋନା ସଂକ୍ରମଣ ରିପୋର୍ଟ ସ୍ଥାନୀୟ ପ୍ରଶାସନ ପାଖରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ଖୋଜି ଶେଷରେ ଅରବିନ୍ଦ ନଗର ତୃତୀୟ ଲାଇନରେ ତାଙ୍କ ସଂପର୍କୀୟଙ୍କ ଘରକୁ ଆସିଥିବା ଜାଣିବାକୁ ପାଇଥିଲେ। ସେହି ଦିନ ବାଇକରେ ତାଙ୍କ ପୁତୁରା ବାଇକରେ ତାଙ୍କ ଓଡଗାଁ ଅଞ୍ଚଳରେ ଥିବା ଘରକୁ ନେଇଥିଲେ। ଏ ସବୁ ଘଟଣା ଘଟିଲା ପରେ ବୁଗୁଡା ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା,ଏନ୍‌ଏସି ନିର୍ବାହୀ ରଶ୍ମୀ ରଞ୍ଜନ ଦାସ ଅରବିନ୍ଦ ନଗର ତୃତୀୟ ଲାଇନ୍‌ରେ ପହଞ୍ଚି ଘଟଣାର ଛାନ୍‌ ଭିନ୍‌ କରି ଉକ୍ତ ପରିବାରର କଣ୍ଟାକ୍ଟ ଟ୍ରେସିଂ କରିବା ସହ ସମ୍ପୃକ୍ତ ପରିବାରଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିଲା। ଏହାପରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଜ୍ୟୋତି ଏକ୍ସରେ ପାଥୋଲୋଜିଠାରେ ରକ୍ତ ପରୀକ୍ଷା କରିଥିବା ଯୋଗୁ ଏନ୍‌ଏସି ପକ୍ଷରୁ ମଙ୍ଗଳବାର ରାତିରେ ଉକ୍ତ ପାଥୋଲୋଜିକୂ ସିଲ୍‌ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ ଅଫିସ,୨୦ା୬: ଆସନ୍ତା ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ହୋଇଥିବା...

ସିଏଏ, ଏନ୍‌ଆର୍‌ସି ବିରୋଧରେ ମାନବ ଶୃଙ୍ଖଳ

କଟକ ଅଫିସ, ୨୮ା୧୨: କେନ୍ଦ୍ର ସରକାର ବେକାରୀ, ଦରଦାମ୍‌ ବୃଦ୍ଧି ଓ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ସେହିପରି ଛାତ୍ର,...

ପରିବାର ଲୋକେ ଆସିଲେନି, ଶବଦାହ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍,୫।୪- ବରଗଡ଼ ସହରର ଜୀରାନଦୀ କୂଳ ସ୍ଵର୍ଗଦ୍ଵାରରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସ୍ବେଛାସେବୀମାନେ ଛତିଶଗଡ଼ ଅଞ୍ଚଳର ଜଣେ ମୃତକଙ୍କ ଶବଦାହ କରିଛନ୍ତି। ମୃତକଙ୍କ ନାମ...

୬୦୦ ଲିଟର ଦେଶୀ ମଦ, ୯୨୮୦ କେଜି ମହୁଲ ପୋଚ ଜବତ: ୨ ଗିରଫ

ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ବହୁଳ ପରିମାଣର ଦେଶୀ ମଦ, ରନ୍ଧାସାମଗ୍ରୀ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ...

ସରିବ ନାଲ୍‌କୋ ସ୍ବୀକୃତିପ୍ରାପ୍ତ ସଙ୍ଗଠନର କାର୍ଯ୍ୟକାଳ: ଆରମ୍ଭ ହେଲାଣି ନିର୍ବାଚନ ପ୍ରସ୍ତୁତି

ବଅଁରପାଳ, ୧୩।୧୨(ଡି.ଏନ୍‌.ଏ)-ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ନାଲ୍‌କୋ ଦ୍ୱାରା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜୁଦୁର ସଂଘ(ଏଏମ୍‌ଏସ୍‌)ର କାର୍ଯ୍ୟକଳାପ ଆସନ୍ତା ଜାନୁୟାରୀ ୯ ତାରିଖରେ ଶେଷ ହେବ।...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମକୁମାରୀ

ଲଖନପୁର,୪।୮(ଡି.ଏନ୍‌.ଏ) ରକ୍ଷା ବନ୍ଧନ ଉତ୍ସବ ଅବସରରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଇବ୍‌ ଥର୍ମାଲ (ତେଲେନପାଲି) ଶାଖା ତରଫରୁ ପୋଲିସ୍‌, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତା...

ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି,୩୦।୯(ଡି.ଏନ୍‌.ଏ.): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ସାମାନ୍ତରେ ହିଂସାକାଣ୍ଡ ଘଟାଇଛନ୍ତି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ଆହତ ହୋଇ...

ଦାରିଙ୍ଗବାଡ଼ିରେ ଶୀତ ବଢ଼ିବା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ବୃଦ୍ଧି ପାଇଛି । ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା...

Advertisement


Archives

Model This Week