ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଅଡାଲ ଗ୍ରାମରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ। ଅଡାଲ ଗ୍ରାମଦେଇ ମୁର୍ଷୁଣ୍ଢି -ଖଣ୍ଡହତା-ସୁବଳୟାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାଯାଇଛି। ନୂତନ ଭାବେ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ଅଡାଲ ଗ୍ରାମରେ ରାସ୍ତାପାଶର୍‌ବରେ ଜବରଦଖଲ ଯୋଗୁ ରାସ୍ତା ଅଣଓସାରିଆ ହୋଇ ଯାତାୟାତରେ ସମସ୍ୟା ଦେଖାଦେଉଥିଲା। ରାସ୍ତା ଓସାର କରିବା ପାଇଁ ଜବରଦଖଲ ଉଚ୍ଛେଦ କରିବାକୁ ବୀରମହାରାଜପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ସରକାରୀ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  ପ୍ରାୟ ୪-୫ ଜଣ ବ୍ୟକ୍ତି ସରକାରୀ ଜାଗାରେ ଘର କରିଥିବାରୁ ନିଜ ନିଜ ଘର ଭାଙ୍ଗି ଦେଇ ଜାଗା ଛାଡ଼ି ଦେଇଥିଲେ। ମାତ୍ର ଆଉ ୫-୭ ଜଣ ବ୍ୟକ୍ତି ସରକାରୀ ଜାଗା ଛାଡ଼ି ନ ଥିଲେ। ବୁଧବାର ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ ଜବରଦଖଲକାରୀଙ୍କ ରାସ୍ତା ପାଶର୍‌ବରେ ଥିବା ଘରକୁ ଜେସିବି ଲଗାଇ ଭାଙ୍ଗି ଜବରଦଖଲ ଉଚ୍ଛେଦ କରିଛି। ଉଚ୍ଛେଦ ବେଳେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡହତା ଆରଆଇ ରାଜେନ୍ଦ୍ର ମିଶ୍ର,ଏଆର୍‌ଆଇ ବିଜୟ କୁମାର ବାରା, ପୂର୍ତ୍ତ ବିଭାଗର ଅଧିକାରୀମାନେ, ସୁବଳୟା ଥାନାର ଏସ୍‌ଆଇ ଦୀପ୍ତିରଞ୍ଜନ ଦିଗାଲଙ୍କ ସମେତ ପୋଲିସ ଫୋର୍ସ ମୁତୟନ ଥିଲେ। ତେବେ ଅଞ୍ଚଳରେ ଲଗାତର ଭାବେ ଉଚ୍ଛେଦ ଯୋଗୁ ଜବରଦଖଲ ଉଚ୍ଛେଦକାରୀମାନଙ୍କ ମଧ୍ୟରେ ଛନକା ପଶିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?