ଯତ୍ନ ନେଇପାରୁନି ପ୍ରଶାସନ

ଅନୁଗୋଳ ଅଫିସ, ୨୧।୧୦ –  କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଅର୍ଥ ପ୍ରଦାନ କରାଯାଉଛି। ସଂକ୍ରମିତଙ୍କୁ କିପରି ସୁସ୍ଥ କରାଯିବ ସେ ନେଇ ଦୈନିକ ପରାମର୍ଶ ଦିଆଯାଉଛି। କିନ୍ତୁ ଅନୁଗୋଳ ଜିଲାରେ ଚିକିତ୍ସାଧୀନ ଅନେକ କରୋନା ଆକ୍ରାନ୍ତଙ୍କ ଆବଶ୍ୟକ ଯତ୍ନ ନେଇପାରୁନି ପ୍ରଶାସନ। ଖାସ୍‌ ଏହି କାରଣରୁ ଅନୁଗୋଳ ସହରରେ ଥିବା କୋଭିଡ୍‌ କେୟାର ସେଣ୍ଟରର ୪୨ ରୋଗୀଙ୍କୁ ମଙ୍ଗଳବାର ସକାଳେ ଉପାସରେ ରହିବାକୁ ପଡ଼ିଥିବା ଅଭିଯୋଗ ହୋଇଛି।
ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ୮ ହଜାର ପାଖାପାଖି ପହଞ୍ଚିଛି। ତାଳଚେରରେ ଥିବା ଜିଲାର ଏକମାତ୍ର କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ସେଠାକୁ ଅଧିକ ସଂକ୍ରମିତଙ୍କୁ ନ ପଠାଇ କେୟାର ସେଣ୍ଟରରେ ରଖି ଚିକିତ୍ସା କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଜିଲାରେ ବନ୍ଦ ହୋଇଯାଇଥିବା କୋଭିଡ୍‌ କେୟାର ସେଣ୍ଟରକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି। ସେଠାରେ ଚିକିତ୍ସା ସୁବିଧା ସହ ଆକ୍ରାନ୍ତଙ୍କ ପାଇଁ ମାଗଣାରେ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଉକ୍ତ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ କେୟାର ସେଣ୍ଟରରେ ଥିବା ସଂକ୍ରମିତମାନେ ଅନେକ ସମୟରେ ଉପବାସରେ ରହୁଥିବା ବାରମ୍ବାର ଅଭିଯୋଗ ହେଉଛି। ଏ ଦିଗରେ ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେଉ ନ ଥିବାରୁ ମଙ୍ଗଳବାର ଉକ୍ତ ସେଣ୍ଟରରେ ଥିବା ୪୨ ଜଣ କରୋନା ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଠିକା ସଂସ୍ଥା ପକ୍ଷରୁ ସକାଳ ଜଳଖିଆ ନିର୍ଦ୍ଧାରିତ ସମୟରେ ଦିଆଯାଇ ନ ଥିଲା। ଏପରି କି ପୂର୍ବାହ୍ନ ସାଢ଼େ ୧୦ଟାରେ ଜଳଖିଆ ପଠାଯାଇଥିବା ରୋଗୀମାନେ ଅଭିଯୋଗ କରିଥିଲେ। ଗାଇଡ୍‌ ଲାଇନ୍‌ ଅନୁଯାୟୀ ଦୈନିକ ୪ ଓଳା ଖାଇବାକୁ ଦିଆଯିବାର ନିୟମ ରହିଛି। ଏ ନେଇ ଖାଦ୍ୟ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ବାସ୍ତବରେ ତାଲିକାରେ ଥିବା ଖାଦ୍ୟ ପ୍ରଦାନ କରାଯାଉ ନ ଥିବା ସଂକ୍ରମିତମାନେ ଅଭିଯୋଗ କରିଥିଲେ। ଉତ୍ତେଜନା ଖବରପାଇ ଅନୁଗୋଳ ଉପଜିଲାପାଳ ତଥା କେୟାର ସେଣ୍ଟର ଦାୟିତ୍ୱରେ ଥିବା ବାସୁଦେବ ଶତପଥୀ, ଏଡିଏମ୍‌ଓ(ମେଡିକାଲ) ଡାକ୍ତର ବିଶ୍ୱବିହାରୀ ମହାନ୍ତି, ମେଡିକାଲ ମ୍ୟାନେଜର ଦେବାଶିଷ ଦାଶ ଓ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଠିକା ସଂସ୍ଥାକୁ ଚେତାବନୀ ଦିଆଯାଇଛି
କେୟାର ସେଣ୍ଟରରେ ଖାଦ୍ୟ ଯୋଗାଣ ପାଇଁ ଠିକା ନେଇଥିବା ସଂସ୍ଥାକୁ ଚେତାବନୀ ଦିଆଯାଇଛି। ଖାଦ୍ୟର ମାନ ଓ ସମୟ ନେଇ ପୁନର୍ବାର ଅଭିଯୋଗ ଆସିଲେ ବିଲ୍‌ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ସଂସ୍ଥା ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ
ଭୋକିଲା ରହିବା ପାଇଁ ପ୍ରଶାସନ ଦାୟୀ
କୋଭିଡ୍‌ ମୁକାବିଲା ପାଇଁ ସରକାର ଅର୍ଥ ଯୋଗାଇ ଦେଉଥିବା ବେଳେ ମେଡିକାଲ ପ୍ରଶାସନର ଅବହେଳା ପାଇଁ ରୋଗୀମାନେ ଭୋକିଲା ରହୁଛନ୍ତି। ତେଣୁ ଏହି ଘଟଣାରେ ଜିଲାପାଳ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ଦିନରେ ଏଭଳି ହେଲେ ଆନ୍ଦୋଳନ କରାଯିବ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା
କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତେଣୁ ଏଭଳି ଘଟଣା ବାରମ୍ବାର ଘଟୁଛି। ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ବଦଳରେ ଉପାସ ରଖାଯିବା ଦୁର୍ଭାଗ୍ୟଜନକ। ଏପରି ଅବହେଳା ପାଇଁ ସଂସ୍ଥା ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
-ଗୋପାଳ ଚନ୍ଦ୍ର ନାଥ, ଆଇନଜୀବୀ
ଆଗାମୀ ଦିନରେ ଦୃଷ୍ଟି ଦିଆଯିବ
କୋଭିଡ୍‌ କେୟାର ସେଣ୍ଟରରେ ଥିବା ରୋଗୀଙ୍କ ନିକଟରେ ବିଳମ୍ବରେ ଖାଦ୍ୟ ପହଞ୍ଚାଯାଇଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷ ଉକ୍ତ ସଂସ୍ଥା ପ୍ରତି କୌଣସି ଦୁର୍ବଳତା ଦେଖାଉନାହାନ୍ତି। ଆଗକୁ କିପରି ସମସ୍ୟା ନ ଉପୁଜିବ ସେଥିପ୍ରତି ଦୃଷ୍ଟି ଦିଆଯିବ।
-ବିଶ୍ୱବିହାରୀ ମହାନ୍ତି, ଏଡିଏମ୍‌ଓ(ମେଡିକାଲ)


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri