ଯତ୍ନ ନେଇପାରୁନି ପ୍ରଶାସନ

ଅନୁଗୋଳ ଅଫିସ, ୨୧।୧୦ –  କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଅର୍ଥ ପ୍ରଦାନ କରାଯାଉଛି। ସଂକ୍ରମିତଙ୍କୁ କିପରି ସୁସ୍ଥ କରାଯିବ ସେ ନେଇ ଦୈନିକ ପରାମର୍ଶ ଦିଆଯାଉଛି। କିନ୍ତୁ ଅନୁଗୋଳ ଜିଲାରେ ଚିକିତ୍ସାଧୀନ ଅନେକ କରୋନା ଆକ୍ରାନ୍ତଙ୍କ ଆବଶ୍ୟକ ଯତ୍ନ ନେଇପାରୁନି ପ୍ରଶାସନ। ଖାସ୍‌ ଏହି କାରଣରୁ ଅନୁଗୋଳ ସହରରେ ଥିବା କୋଭିଡ୍‌ କେୟାର ସେଣ୍ଟରର ୪୨ ରୋଗୀଙ୍କୁ ମଙ୍ଗଳବାର ସକାଳେ ଉପାସରେ ରହିବାକୁ ପଡ଼ିଥିବା ଅଭିଯୋଗ ହୋଇଛି।
ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ୮ ହଜାର ପାଖାପାଖି ପହଞ୍ଚିଛି। ତାଳଚେରରେ ଥିବା ଜିଲାର ଏକମାତ୍ର କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ସେଠାକୁ ଅଧିକ ସଂକ୍ରମିତଙ୍କୁ ନ ପଠାଇ କେୟାର ସେଣ୍ଟରରେ ରଖି ଚିକିତ୍ସା କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଜିଲାରେ ବନ୍ଦ ହୋଇଯାଇଥିବା କୋଭିଡ୍‌ କେୟାର ସେଣ୍ଟରକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି। ସେଠାରେ ଚିକିତ୍ସା ସୁବିଧା ସହ ଆକ୍ରାନ୍ତଙ୍କ ପାଇଁ ମାଗଣାରେ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଉକ୍ତ ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ କେୟାର ସେଣ୍ଟରରେ ଥିବା ସଂକ୍ରମିତମାନେ ଅନେକ ସମୟରେ ଉପବାସରେ ରହୁଥିବା ବାରମ୍ବାର ଅଭିଯୋଗ ହେଉଛି। ଏ ଦିଗରେ ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେଉ ନ ଥିବାରୁ ମଙ୍ଗଳବାର ଉକ୍ତ ସେଣ୍ଟରରେ ଥିବା ୪୨ ଜଣ କରୋନା ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଠିକା ସଂସ୍ଥା ପକ୍ଷରୁ ସକାଳ ଜଳଖିଆ ନିର୍ଦ୍ଧାରିତ ସମୟରେ ଦିଆଯାଇ ନ ଥିଲା। ଏପରି କି ପୂର୍ବାହ୍ନ ସାଢ଼େ ୧୦ଟାରେ ଜଳଖିଆ ପଠାଯାଇଥିବା ରୋଗୀମାନେ ଅଭିଯୋଗ କରିଥିଲେ। ଗାଇଡ୍‌ ଲାଇନ୍‌ ଅନୁଯାୟୀ ଦୈନିକ ୪ ଓଳା ଖାଇବାକୁ ଦିଆଯିବାର ନିୟମ ରହିଛି। ଏ ନେଇ ଖାଦ୍ୟ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ବାସ୍ତବରେ ତାଲିକାରେ ଥିବା ଖାଦ୍ୟ ପ୍ରଦାନ କରାଯାଉ ନ ଥିବା ସଂକ୍ରମିତମାନେ ଅଭିଯୋଗ କରିଥିଲେ। ଉତ୍ତେଜନା ଖବରପାଇ ଅନୁଗୋଳ ଉପଜିଲାପାଳ ତଥା କେୟାର ସେଣ୍ଟର ଦାୟିତ୍ୱରେ ଥିବା ବାସୁଦେବ ଶତପଥୀ, ଏଡିଏମ୍‌ଓ(ମେଡିକାଲ) ଡାକ୍ତର ବିଶ୍ୱବିହାରୀ ମହାନ୍ତି, ମେଡିକାଲ ମ୍ୟାନେଜର ଦେବାଶିଷ ଦାଶ ଓ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଠିକା ସଂସ୍ଥାକୁ ଚେତାବନୀ ଦିଆଯାଇଛି
କେୟାର ସେଣ୍ଟରରେ ଖାଦ୍ୟ ଯୋଗାଣ ପାଇଁ ଠିକା ନେଇଥିବା ସଂସ୍ଥାକୁ ଚେତାବନୀ ଦିଆଯାଇଛି। ଖାଦ୍ୟର ମାନ ଓ ସମୟ ନେଇ ପୁନର୍ବାର ଅଭିଯୋଗ ଆସିଲେ ବିଲ୍‌ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ସଂସ୍ଥା ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ
ଭୋକିଲା ରହିବା ପାଇଁ ପ୍ରଶାସନ ଦାୟୀ
କୋଭିଡ୍‌ ମୁକାବିଲା ପାଇଁ ସରକାର ଅର୍ଥ ଯୋଗାଇ ଦେଉଥିବା ବେଳେ ମେଡିକାଲ ପ୍ରଶାସନର ଅବହେଳା ପାଇଁ ରୋଗୀମାନେ ଭୋକିଲା ରହୁଛନ୍ତି। ତେଣୁ ଏହି ଘଟଣାରେ ଜିଲାପାଳ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଆଗାମୀ ଦିନରେ ଏଭଳି ହେଲେ ଆନ୍ଦୋଳନ କରାଯିବ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା
କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତେଣୁ ଏଭଳି ଘଟଣା ବାରମ୍ବାର ଘଟୁଛି। ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ବଦଳରେ ଉପାସ ରଖାଯିବା ଦୁର୍ଭାଗ୍ୟଜନକ। ଏପରି ଅବହେଳା ପାଇଁ ସଂସ୍ଥା ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
-ଗୋପାଳ ଚନ୍ଦ୍ର ନାଥ, ଆଇନଜୀବୀ
ଆଗାମୀ ଦିନରେ ଦୃଷ୍ଟି ଦିଆଯିବ
କୋଭିଡ୍‌ କେୟାର ସେଣ୍ଟରରେ ଥିବା ରୋଗୀଙ୍କ ନିକଟରେ ବିଳମ୍ବରେ ଖାଦ୍ୟ ପହଞ୍ଚାଯାଇଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷ ଉକ୍ତ ସଂସ୍ଥା ପ୍ରତି କୌଣସି ଦୁର୍ବଳତା ଦେଖାଉନାହାନ୍ତି। ଆଗକୁ କିପରି ସମସ୍ୟା ନ ଉପୁଜିବ ସେଥିପ୍ରତି ଦୃଷ୍ଟି ଦିଆଯିବ।
-ବିଶ୍ୱବିହାରୀ ମହାନ୍ତି, ଏଡିଏମ୍‌ଓ(ମେଡିକାଲ)


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri