ଗୋଦାମ ତାଲା ଭାଙ୍ଗି ହିତାଧିକାରୀଙ୍କୁ ଚାଉଳ ଦେଲା ପ୍ରଶାସନ

ଦଶମନ୍ତପୁର, ୫।୬ ( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତରେ ୫ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପକ୍ଷରୁ ଗୋଦାମ ଗୃହରେ ପକାଯାଇଥିବା ତାଲାକୁ ଶନିବାର ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଏହି ଏସ୍‌ଏଚ୍‌ଜି ମହିଳାମାନେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବେ ବୋଲି ଜିଦ୍‌ ଧରି ଗୋଦାମ ଗୃହରେ ତାଲା ପକାଇଥିଲେ। ଫଳରେ ପିଡିଏସ୍‌ ସାମଗ୍ରୀ ନେବାକୁ ଆସି ବହୁ ହିତାଧିକାରୀ ନିରାଶରେ ଫେରୁଥିଲେ।
ଖବରରୁ ଜଣାପଡ଼ିଛି, ଲୁଲ୍ଲା ପଞ୍ଚାୟତରେ ୧୮୩୫ ଜଣ ହିତାଧିକାରୀ ରହିଛନ୍ତି। ପଞ୍ଚାୟତ ପକ୍ଷରୁ ହିତାଧିକାରୀଙ୍କୁ ପିଡିଏସ୍‌ ଚାଉଳ ବଣ୍ଟନ ହୋଇ ଆସୁଥିଲା। ତେବେ ଅନେକ ସମୟରେ ହିତାଧିକାରୀ ଚାଉଳ ପାଇବାରେ ହଇରାଣ ହେଉଥିଲେ। କାହାକୁ ଓଜନରେ ଠକାଯାଉଥିଲା ତ କାହାକୁ ତୁମ ଆଧାର କାର୍ଡ ଲିଙ୍କ୍‌ ନାହିଁ ଅଥବା ତୁମର ତାଲିକାରେ ନାଁ ନାହିଁ କହି ଫେରାଇ ଦିଆଯାଉଥିଲା। ଫଳରେ ଦୂରଦୂରାନ୍ତରୁ ଆସୁଥିବା ହିତାଧିକାରୀମାନେ ନାହିଁ ନ ଥିବା ହଇରାଣ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଲୁଲ୍ଲା ପଞ୍ଚାୟତର ଦାଦିବୁଡ଼ା ଏସ୍‌ଏଚ୍‌ଜି, କ୍ରିଷ୍ଣା କାବେରୀ ଏସ୍‌ଏଚ୍‌ଜି, ମାଁ ନିଶାଣୀ ମୁଣ୍ଡା ଏସ୍‌ଏଚ୍‌ଜି, ବୃନ୍ଦାବତୀ ଏସ୍‌ଏଚ୍‌ଜି ଏବଂ ମା ଦୁର୍ଗା ଏସ୍‌ଏଚ୍‌ଜିର ମହିଳାମାନେ ୨୫ା୫ା୨୨ରେ ସବୁ ହିତାଧିକାରୀଙ୍କୁ ପିଡିଏସ୍‌ ଚାଉଳ ଯୋଗାଇବେ ବୋଲି ବ୍ଲକ ପ୍ରଶାସନକୁ ଅବଗତ କରି ଏଥିପାଇଁ ସେମାନଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରିଥିଲେ। ଏନେଇ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସେମାନେ ୨୬ା୫ା୨୨ରେ ଗୋଦାମଗୃହରେ ତାଲା ପକାଇ ଦେଇଥିଲେ। ତାଲା ଖୋଲିବା ଲାଗି ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଏସ୍‌ଏଚ୍‌ଜି ମହିଳାଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ହିତାଧିକାରୀମାନେ ଚାଉଳ ପାଇବାରୁ ବଞ୍ଚତ୍ତ ହେଉଥିଲେ। ଏହାକୁ ଗୁରୁତର ସହ ନେଇ ପ୍ରଶାସନ ପକ୍ଷରୁ ଶନିବାର ମାଜିଷ୍ଟ୍ରେଟ ତଥା ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଥାନା ଅଧିକାରୀ ବିଜୟରାଜ ମାଝି, ସେକେଣ୍ଡ ଅଫିସର ନିର୍ମଳା ଲିମା, ବ୍ଲକ ଯୋଗାଣ ନିରୀକ୍ଷଣ ଅଧିକାରୀ ପ୍ରଭାତ ରଞ୍ଜନ ଶତପଥୀ, ଲୁଲ୍ଲା ପିଇଓ କେତନ ହାଲବା, ଲୁଲା ସରପଞ୍ଚଙ୍କ ଉପସ୍ଥିତିରେ ଗୋଦାମ ଗୃହରୁ ତାଲା ଭଙ୍ଗାଯାଇଥିଲା। ଏହି ସମୟରେ ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ୩ ଘଣ୍ଟା ଧରି ଏସ୍‌ଏଚ୍‌ଜି ମହିଳାମାନଙ୍କୁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ବୁଝାଇବା ପରେ ସେମାନେ ନ ବୁଝି ନିଜ ଜିଦ୍‌ରେ ଅଟଳ ରହିବାରୁ ଶେଷରେ ତାଲା ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଥିଲା। ତାଲା ଭଙ୍ଗାଯିବା ପରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri