ଦିନେ ପଇସା ପାଇଁ ଗାଡ଼ି ଧୋଉଥିଲେ ଏହି ଅଭିନେତା, ଆଜି ସୁପରହିଟ୍‌ ହିରୋ

ମୁମ୍ବାଇ: ଅଭିନେତା ତଥା ଗାୟକ ଜସି ଗିଲ୍‌ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା। ଏବେ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ସ୍ଥାନ ନେଇ ସାରିଲେଣି। ଆଜି ଅର୍ଥାତ୍‌ ନଭେମ୍ବର ୨୬ରେ ହେଉଛି ତାଙ୍କର ଜନ୍ମ। ଆଜିର ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡ଼ିତ କିଛି କଥା…


ଜସିଙ୍କ ପାଖରେ ଆଜି ଗାଡ଼ି, ଘର, ଟଙ୍କା ପଇସା ସବୁ କିଛି ଅଛି। ମାତ୍ର ଦିନ ଥିଲା ସେ ବହୁ ସଂଘର୍ଷ କରି ବଞ୍ଚୁଥିଲେ। ଏପରିକି ତାଙ୍କୁ ପଇସା ରୋଜଗାର କରିବାକୁ ଗାଡ଼ି ଧୋଇବା କାମ ବି କରିବାକୁ ପଡ଼ିଥିଲା। ଗତ ମାର୍ଚ୍ଚରେ ସେ ଏକ ଥ୍ରୋ ବ୍ୟାକ୍‌ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏଥିରେ ସେ ଗାଡ଼ି ଧୋଉଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ଅଷ୍ଟ୍ରେଲିଆରୁ ଶେୟାର ହୋଇଥିଲା। ଯେଉଁଠି ଜସିଙ୍କ ଭଉଣୀ ରୁହନ୍ତି। ଅଷ୍ଟ୍ରେଲିଆରେ ସେ ତାଙ୍କ ଭଉଣୀଙ୍କ ପାଖରେ ରହୁଥିବା ବେଳେ ଗାଡ଼ି ଧୋଉଥିଲେ। ପଇସା ପାଇଁ ସେ ୩ ମାସ ଏହି କାର୍ଯ୍ୟ କରିଛନ୍ତି। ସେତେବେଳେ ସେ ଫିଲ୍ମରେ ଡେବ୍ୟୁ କରି ନ ଥିଲେ।


ଏକ ସାକ୍ଷାତକାରରେ ଜସି କହିଥିଲେ, ମୋତେ ପ୍ରତିଦିନ ୬୦ ଡଲାର ମିଳୁଥିଲା। ରବିବାର ବି କାମ କରିବାକୁ ଯାଉଥିଲି। ସକାଳ ୮ରୁ ସନ୍ଧ୍ୟା ୬ଟା ଯାଏ ଗ୍ୟାରେଜରେ କାମ କରୁଥିଲି। ଏହି ପରିଶ୍ରମ ଯୋଗୁ ସେ ଆଜି ଏତେବାଟ ଆସିପାରିଛନ୍ତି।
୨୦୧୧ରେ ଜସିଙ୍କ ପ୍ରଥମ ଆଲବମ୍‌ ‘ବ୍ୟାଚ୍‌ମେଟ୍‌’ ରିଲିଜ ହୋଇଥିଲା। ଏହା ପରେ ୨୦୧୪ରେ ପଞ୍ଜାବୀ ଫିଲ୍ମ ‘ମିଷ୍ଟର ଆଣ୍ଡ୍‌ ମିସେସ ୪୨୦’ରେ ଡେବ୍ୟୁ କରିଥିଲେ। ତାଙ୍କ କଣ୍ଠର ଯାଦୁ ମଧ୍ୟ ସମସ୍ତଙ୍କୁ ବାନ୍ଧି ରଖିଛି। ଏବେ ଜସି ହିନ୍ଦୀ ଫିଲ୍ମ ଜଗତରେ ବି ଜଣେ ସୁପରିଚିତ ନାମ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ପଳାଇଯାଇ ସୋହେଲଙ୍କ ହାତ ଧରିଥିଲେ ସୀମା, ଆର୍ଯ୍ୟ ସମାଜ ମନ୍ଦିରରେ..

ବମ୍ବେ: ଅଭିନେତା ସୋହେଲ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ସୀମାଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ। ସୀମାଙ୍କ ପ୍ରକୃତ ନାମ ସୀମା ସଚଦେବ। ସେ...

ସୁଶାନ୍ତଙ୍କ ଇନ୍‌ଷ୍ଟାଗ୍ରାମରୁ ରିୟାଙ୍କ ଫଟୋ ଡିଲିଟ୍‌ ନେଇ ଖୋଳତାଡ଼

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାତ୍ର ୩୪ ବର୍ଷ ବୟସରେ ବାନ୍ଦ୍ରାସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ଆଡୁ...

ଅର୍ଣ୍ଣବଙ୍କ ସପକ୍ଷରେ ବାହାରିଲେ ବଲିଉଡ୍‌ର କୁଇନ୍‌: କହିଲେ ଏଭଳି

ବମ୍ବେ: ପୁଣି ଥରେ ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ରିପବ୍ଲିକ ଟିଭି ଏଡିଟର-ଇନ-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବାକୁ ପ୍ରତିବାଦ କରିଛନ୍ତି ସେ।...

ଆଉ ଏକାଠି ଫଟୋ ଉଠାଇବେନି ସାରା-କାର୍ତ୍ତିକ

ଆଜିକାଲି ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିଭିନ୍ନ ସ୍ଥାନରେ ସାଙ୍ଗ ହୋଇ ବୁଲିବା ଦେଖିବାକୁ ମିଳୁଛି। ଦୁଇଜଣ ଫିଲ୍ମ ‘ଲଭ୍‌ ଆଜ୍‌ କଲ...

ସଲମାନଙ୍କ ଫିଲ୍ମ ରିଲିଜ୍‌କୁ ନେଇ ମତ ରଖିଲେ ନସିରୁଦ୍ଦିନ

ମୁମ୍ବାଇ: କରୋନା ମହାମାରୀ ପାଇଁ ବଳିଉଡ୍‌ ବହୁ ପରିମାଣରେ କ୍ଷତି ସହିଲାଣି। ଦୀର୍ଘ ୫ ମାସ ହେବ ଦେଶର କୌଣସି ସିନେମା ହଲରେ ଫିଲ୍ମ ରିଲିଜ...

ଶାଢ଼ିପିନ୍ଧା ଫଟୋ ଶେୟାର କଲେ ଅଦା

ମୁମ୍ବାଇ:ଲକ୍‌ଡାଉନ୍‌ ପାଇଁ ବଲିଉଡ୍‌ ତାରକାମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଛନ୍ତି। ଫ୍ୟାନ୍‌ମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରି ଫଟୋ ଏବଂ...

ଅଭିନେତା ମୋହିତ୍‌ଙ୍କ ଦେହାନ୍ତ

ମୁମ୍ବାଇ, ୨୪।୫:ବଲିଉଡ୍‌ର ଜଣାଶୁଣା ଅଭିନେତା ମୋହିତ୍‌ ବାଘେଲଙ୍କ କ୍ୟାନ୍‌ସରରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ନିଜ ହୋମ୍‌ଟାଉନ୍‌...

ସତରେ କ’ଣ ଶ୍ରୁତି ହାସନଙ୍କର ହୋଇଗଲା ବ୍ରେକ୍‌ଅପ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ହାସନ ଓ ତାଙ୍କର ଇଟାଲିୟନ୍‌ ପୁରୁଷ ବନ୍ଧୁ ମାଇକେଲ କୋରସେଲଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିବା ଖବର ଶୁଣିବାକୁ ମିଳୁଛି। ଅବଶ୍ୟ...

Play 250+ Trending Games
Archives

Model This Week

Why Dharitri