ମୁହଁ ଖୋଲିଲେ ଅଭିଯୁକ୍ତ ସ୍ତ୍ରୀ

ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ପାଇଁ ସୁପାରି ଦେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁଇ ଥାନାରେ ଦୁଇ ମାମଲା ରୁଜୁ ହୋଇଥିବାବେଳେ ଗୁରୁବାର ମଞ୍ଚେଶ୍ୱର ଥାନା ପୋଲିସ ଇଞ୍ଜିନିୟରଙ୍କ ପୂର୍ବତନ ଡ୍ରାଇଭର ତଥା ତାଙ୍କ ସ୍ତ୍ରୀଙ୍କ ପ୍ରେମିକ ଅଶୋକ କୁମାର ସାହୁଙ୍କୁ ଗିରଫ କରିଛି। ଏଥିସହ ସ୍ତ୍ରୀ ସିଲ୍‌ସିଲା ବେହେରାଙ୍କ ସମେତ ଅନ୍ୟ କେତେଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏପରିସ୍ଥିତିରେ ଅଭିଯୁକ୍ତ ସ୍ତ୍ରୀ ସିଲ୍‌ସିଲା ଗଣମାଧ୍ୟମ ଆଗରେ ଶୁକ୍ରବାର ମୁହଁ ଖୋଲିବା ସହ ସ୍ବାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଅଶୋକଙ୍କୁ ତାଙ୍କ ସ୍ବାମୀ ଡ୍ରାଇଭର ଭାବେ ଆଣିଥିଲେ। ପୁରୀକୁ ବଦଳି ହେବା ପରେ ଅଶୋକଙ୍କୁ ଚାକିରି ଛାଡ଼ି ଘରୁ ଚାଲିଯିବାକୁ କହିଥିଲେ। ମୋ ସ୍ବାମୀ ଅନ୍ୟଜଣେ ବିଧବାଙ୍କୁ ବିବାହ କରିଛନ୍ତି। ତାଙ୍କର ୫ ବର୍ଷର ଝିଅଟିଏ ଅଛି। ଅନ୍ୟ ଝିଅଙ୍କ ସହ ତାଙ୍କର ଖରାପ ସମ୍ପର୍କ ରହିଛି। ଝିଅଙ୍କ ସହ ଅଶ୍ଳୀଳ ଚାଟ୍‌ କରନ୍ତି ବୋଲି ସେ କହିଛନ୍ତି। ସେପଟେ ତାଙ୍କ ୧୭ ବର୍ଷୀୟ ପୁଅ କହିଛନ୍ତି, ଅଶୋକ ହେଉଛନ୍ତି ତାଙ୍କ ସମ୍ପର୍କୀୟ ମାମୁଁ। ଘଟଣା ପାଇଁ ନିଜ ବାପାଙ୍କୁ ସେ ଏଥିପାଇଁ ଦୋଷ ଦେଇଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରକାଶ ହେବା ପରେ ତାଙ୍କ ପଢ଼ାରେ ବାଧା ସୃଷ୍ଟି ହେଉଥିବା ସେ କହିଛନ୍ତି। ତେବେ ପୋଲିସ ଅଭିଯୁକ୍ତ ସ୍ତ୍ରୀ, ହତ୍ୟା ପାଇଁ ଟଙ୍କା ନେଇଥିବା ଜିତେନ୍ଦ୍ର ପ୍ରଧାନ ଓ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବାବେଳେ ସିଲ୍‌ସିଲାଙ୍କ ପାଲଟା ଅଭିଯୋଗ ମାମଲାକୁ ଭିନ୍ନ ମୋଡ଼ ଦେଇଛି। ଏନେଇ ସାଧାରଣରେ ନାନା ଚର୍ଚ୍ଚା ଲାଗିରହିଛି। ସିଲ୍‌ସିଲା ନିଜକୁ ବଞ୍ଚାଇବା ପାଇଁ ମିଛ କହୁଥିବା ପୋଲିସ ସନ୍ଦେହ କରୁଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଆମେ ଗିରଫ କରିବୁ। ସମସ୍ତଙ୍କ ବୟାନକୁ ରେକର୍ଡ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ

ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍‌ପି...

ରାଜ୍ୟରେ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ କରୋନାର ‘ଓମିକ୍ରନ’ ଭାରିଆଣ୍ଟ ଚିନ୍ତା ବଢାଉଛି। ରାଜ୍ୟରେ ବୁଧବାର ପୁଣି ଆଉ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍‌...

୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି...

କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୫।୧(ବ୍ୟୁରୋ): କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା । ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି,...

ଗଣେଶ ପୂଜା ପାଇଁ ଟ୍ରାଫିକ କଟକଣା କୋହଳ: ଜରିମାନା ବଦଳରେ ସଚେତନ କଲେ ପୋଲିସ

ଭୁବନେଶ୍ୱର,୩।୯(ବ୍ୟୁରୋ): ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଉଲ୍ଲଂଘନକାରୀଙ୍କଠାରୁ ୧୦ଗୁଣା ପର୍ଯ୍ୟନ୍ତ ଜରିମାନା ଆଦାୟ ଆରମ୍ଭ ହୋଇଛି। ରବିବାର ପ୍ରଥମ...

ବ୍ରାଉନସୁଗାର ବେପାରୀଙ୍କ ହାତରେ ଚୋରା ବନ୍ଧୁକ

ଭୁବନେଶ୍ୱର,୧।୩(ବ୍ୟୁରୋ): ବନ୍ଧୁକ ମୁନରେ ଚାଲିଛି ବ୍ରାଉନସୁଗାର ବେପାର। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କଟକ ଟାଙ୍ଗୀ ଅଞ୍ଚଳରୁ ଦୁଇଜଣ ବ୍ରାଉନସୁଗାର ବେପାରିଙ୍କୁ ଗିରଫ କରିବା ପରେ ଚୋରା ବନ୍ଧୁକ...

ଜୀବନ ପାଇଁ ବଦଳିଛି ଜୀବିକା: ଭୋକ, ଭୟର ଦୋଛକିରେ ମଣିଷ

ବିଶ୍ୱରେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି କରୋନା। ଭୂତାଣୁ ସଂକ୍ରମଣରେ ଭୟଭୀତ ମଣିଷ। ପ୍ରତିଦିନ ଗଡୁଛି ମୁଣ୍ଡ। ବଢୁଛି ଆତଙ୍କ। ଏଥିରେ ପ୍ରଭାବିତ ହୋଇଛି ଜୀବନ...

ମୃତ୍ୟୁ ହେବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ: ମୃତଦେହକୁ ଛୁଇଁଲେନି ଅଞ୍ଚଳବାସୀ

ଖୁଣ୍ଟୁଣୀ,୬।୯(ଡି.ଏନ.ଏ): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଜଣେ ୬୫ ବର୍ଷର ପୁରୁଷଙ୍କ ଶନିବାର ମୃତ୍ୟୁ ଘଟିବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ...

Advertisement
Archives

Model This Week