ଜମି କିଣାଇଦେବା ନାଁରେ ୧୭ ଲକ୍ଷ ଠକେଇ: ୧୧ ମାସ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯।୯(ବ୍ୟୁରୋ): ଜମି କିଣାଇଦେବା ନାଁରେ ୧୭ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ଦଲାଲଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ପଶ୍ଚିମବଙ୍ଗରେ ରହୁଥିବା କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳର ନଳିନୀକାନ୍ତ ବରାଳ। ୧୧ ମାସ ପରେ ଫେରାର ଥିବା ଅଭିଯୁକ୍ତ ନଳିନୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଗତବର୍ଷ ସୌମିତ୍ର ପଟ୍ଟନାୟକ ଭୁବନେଶ୍ୱରରେ ଜମି କିଣିବା ସନ୍ଧାନରେ ଥିଲେ। ସୌମିତ୍ରଙ୍କ ଜଣେ ସହଯୋଗୀ ଜମି କିଣିବା ଲାଗି ନଳିନୀକାନ୍ତଙ୍କ ସହ ପରିଚିତ କରାଇଥିଲେ। ଯୋଜନା ମୁତାବକ ନଳିନୀ ତାଙ୍କ ଶ୍ୱଶୁରଙ୍କ ନାମରେ ଥିବା ଏକ ଜମିକୁ କିଣିବାକୁ ସୌମିତ୍ରଙ୍କୁ କହିଥିଲେ। ଏଥିପାଇଁ ୨୫ ଲକ୍ଷ ଟଙ୍କାରେ ଜମିର ମୂଲ୍ୟକୁ ଧାର୍ଯ୍ୟ କରାଇଥିଲେ। ଉଭୟଙ୍କ କଥାରେ ବିଶ୍ୱାସ ରଖି ସୌମିତ୍ର ତାଙ୍କୁ ୧୯ ଲକ୍ଷ ଆକାଉଣ୍ଟ ମାଧ୍ୟମରେ ଓ ୩ ଲକ୍ଷ କ୍ୟାଶ ଆକାରରେ ଦେଇଥିଲେ । ହେଲେ ଟଙ୍କା ନେବା ପରେ କୌଣସି ଜମି ଦେଇ ନ ଥିଲେ। ଟଙ୍କା ଫେରସ୍ତ କରିବାକୁ କହିବାରୁ ଅଭିଯୁକ୍ତ ଓ ସହଯୋଗୀ ବ୍ୟକ୍ତି ସୌମିତ୍ରଙ୍କୁ ୫ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ। ବାକି ଟଙ୍କା ପରେ ଦେବାକୁ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଫେରାଇ ନ ଥିଲେ। ଠକେଇର ଶିକାର ହେବା ଜାଣିବା ପରେ ସୌମିତ୍ର ଚନ୍ଦ୍ରଶେଖରପୁର ଥାନା ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ପୋଲିସ ଏକ ମାମଲା (ନଂ. ୩୨୫/୨୧) ରୁଜୁ କରି ତଦନ୍ତ ଚଳାଇଥିଲା। ଅଭିଯୋଗକ୍ରମେ ପୋଲିସ ଚନ୍ଦ୍ରଶେଖରପୁରରେ ରହୁଥିବା ଭଡାଘରେ ଚଢାଉ କରିଥିଲେ ମଧ୍ୟ ଅଭିଯୁକ୍ତ ନଳିନୀ ସ୍ତ୍ରୀ ପିଲାଙ୍କୁ ନେଇ ପଶ୍ଚିମବଙ୍ଗ ପଳାଇଥିଲେ। ବୁଧବାର କୌଣସି କାମରେ ଭୁବନେଶ୍ୱର ଆସିଥିବା ବିଶେଷ ସୂତ୍ରରୁ ଖବରପାଇ ପୋଲିସ ନଳିନୀଙ୍କୁ କାବୁ କରିଥିଲା। ଘଟଣାରେ ସମ୍ପୃକ୍ତ ଥିବା ଜଣେ ଓକିଲ ଫେରାର ଅଛନ୍ତି। ସେହିଭଳି ଅଭିଯୁକ୍ତ ନଳିନୀ ୨୦୧୬ରେ ମଧ୍ୟ ଜଣଙ୍କୁ ଜମି ଦେବାକୁ କହି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri