ଜମି କିଣାଇଦେବା ନାଁରେ ୧୭ ଲକ୍ଷ ଠକେଇ: ୧୧ ମାସ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯।୯(ବ୍ୟୁରୋ): ଜମି କିଣାଇଦେବା ନାଁରେ ୧୭ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ଦଲାଲଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ପଶ୍ଚିମବଙ୍ଗରେ ରହୁଥିବା କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳର ନଳିନୀକାନ୍ତ ବରାଳ। ୧୧ ମାସ ପରେ ଫେରାର ଥିବା ଅଭିଯୁକ୍ତ ନଳିନୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଗତବର୍ଷ ସୌମିତ୍ର ପଟ୍ଟନାୟକ ଭୁବନେଶ୍ୱରରେ ଜମି କିଣିବା ସନ୍ଧାନରେ ଥିଲେ। ସୌମିତ୍ରଙ୍କ ଜଣେ ସହଯୋଗୀ ଜମି କିଣିବା ଲାଗି ନଳିନୀକାନ୍ତଙ୍କ ସହ ପରିଚିତ କରାଇଥିଲେ। ଯୋଜନା ମୁତାବକ ନଳିନୀ ତାଙ୍କ ଶ୍ୱଶୁରଙ୍କ ନାମରେ ଥିବା ଏକ ଜମିକୁ କିଣିବାକୁ ସୌମିତ୍ରଙ୍କୁ କହିଥିଲେ। ଏଥିପାଇଁ ୨୫ ଲକ୍ଷ ଟଙ୍କାରେ ଜମିର ମୂଲ୍ୟକୁ ଧାର୍ଯ୍ୟ କରାଇଥିଲେ। ଉଭୟଙ୍କ କଥାରେ ବିଶ୍ୱାସ ରଖି ସୌମିତ୍ର ତାଙ୍କୁ ୧୯ ଲକ୍ଷ ଆକାଉଣ୍ଟ ମାଧ୍ୟମରେ ଓ ୩ ଲକ୍ଷ କ୍ୟାଶ ଆକାରରେ ଦେଇଥିଲେ । ହେଲେ ଟଙ୍କା ନେବା ପରେ କୌଣସି ଜମି ଦେଇ ନ ଥିଲେ। ଟଙ୍କା ଫେରସ୍ତ କରିବାକୁ କହିବାରୁ ଅଭିଯୁକ୍ତ ଓ ସହଯୋଗୀ ବ୍ୟକ୍ତି ସୌମିତ୍ରଙ୍କୁ ୫ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ। ବାକି ଟଙ୍କା ପରେ ଦେବାକୁ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଫେରାଇ ନ ଥିଲେ। ଠକେଇର ଶିକାର ହେବା ଜାଣିବା ପରେ ସୌମିତ୍ର ଚନ୍ଦ୍ରଶେଖରପୁର ଥାନା ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ପୋଲିସ ଏକ ମାମଲା (ନଂ. ୩୨୫/୨୧) ରୁଜୁ କରି ତଦନ୍ତ ଚଳାଇଥିଲା। ଅଭିଯୋଗକ୍ରମେ ପୋଲିସ ଚନ୍ଦ୍ରଶେଖରପୁରରେ ରହୁଥିବା ଭଡାଘରେ ଚଢାଉ କରିଥିଲେ ମଧ୍ୟ ଅଭିଯୁକ୍ତ ନଳିନୀ ସ୍ତ୍ରୀ ପିଲାଙ୍କୁ ନେଇ ପଶ୍ଚିମବଙ୍ଗ ପଳାଇଥିଲେ। ବୁଧବାର କୌଣସି କାମରେ ଭୁବନେଶ୍ୱର ଆସିଥିବା ବିଶେଷ ସୂତ୍ରରୁ ଖବରପାଇ ପୋଲିସ ନଳିନୀଙ୍କୁ କାବୁ କରିଥିଲା। ଘଟଣାରେ ସମ୍ପୃକ୍ତ ଥିବା ଜଣେ ଓକିଲ ଫେରାର ଅଛନ୍ତି। ସେହିଭଳି ଅଭିଯୁକ୍ତ ନଳିନୀ ୨୦୧୬ରେ ମଧ୍ୟ ଜଣଙ୍କୁ ଜମି ଦେବାକୁ କହି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri