୪୮ଦିନର କାମ ୪ ବର୍ଷରେ ସରୁନି

ଖଡିଆଳ,୧୦।୧: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବିରିଘାଟ ପଞ୍ଚାୟତ ଗଦାପଦର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧୀନ ଘର ୪ ବର୍ଷ ପରେ ସମ୍ପୂର୍ଣ୍ଣ ନ ହୋଇ ପଡ଼ିରହିିଛି। ଗଦାପଦର ଗ୍ରାମର ବୃଦ୍ଧା କୁନ୍ଧନେ ମାଝି(୮୦)ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଗୃହ ନିର୍ମାଣ ପାଇଁ ପଞ୍ଚାୟତ ଜିଓଟେକ ନିଜେ ଠିକାରେ ନେଇଥିଲେ। ତୁରନ୍ତ ନିର୍ମାଣ କରିବାକୁ କହି ଘର ଫାଉଣ୍ଡେଶନ ବାବଦକୁ ପ୍ରଥମ କିସ୍ତି ୧୩ ଡିସେମ୍ବର, ୨୦୧୮ରେ ୨୦ ହଜାର ଟଙ୍କା ସମ୍ପୃକ୍ତ ଜିଓଟେକଙ୍କୁ ଦେଇଥିଲେ। ଟଙ୍କା ପାଇ ଗୋଟିଏ ବର୍ଷ ଗୃହ କାର୍ଯ୍ୟ କରି ନ ଥିଲେ। ଅନ୍ୟ ଲୋକଙ୍କ ଫାଉଣ୍ଡେଶନ ଫଟୋ ଦେଖାଇ ପୁଣି ଥରେ ୧୬ ଜୁଲାଇ, ୨୦୧୯ରେ ଦ୍ୱିତୀୟ କିସ୍ତି ୩୫ ହଜାର ଟଙ୍କା ଉଠାଇଥିଲେ ମଧ୍ୟ ଘର କାମ କରି ନ ଥିଲେ। ଜିଓଟେକ ଚଳିତ ବର୍ଷ ଘର କାମ ୬ ଫୁଟ ପର୍ଯ୍ୟନ୍ତ ଉଠାଇ ଅର୍ଦ୍ଧନିର୍ମିତ ଭାବେ ଛାଡି ଦେଇଛନ୍ତି। ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୮୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ଅନୁଯାୟୀ ଦୈନିକ ୧୯୮ ଟଙ୍କା ହିସାବରେ ୨୦ ହଜାର ୫୧୦ ଟଙ୍କା ବିଲ ହୋଇସାରିଛି। ମୋଟ ୭୫ ହଜାର ୫୧୦ ଟଙ୍କା ଗୃହ ନିର୍ମାଣ ବାବଦକୁ ଉଠାଣ ହୋଇଛି। ଏପରି କି କୁନ୍ଧନେଙ୍କ ଦୁଇଟି କୋଠରି ନିର୍ମାଣ କରୁଥିବା ବେଳେ ୩ କୋଠରି ଥିବା ଫଟୋ ଦେଇ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ବିଧବା ବୃଦ୍ଧାଙ୍କ ଘର ନ ଥିବାରୁ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି। ଏ ନେଇ ଖଡିଆଳ ବିଡିଓ ଉତ୍ତମ କୁମାର ବାଗଙ୍କୁ ପଚାରିବାରୁ ପଞ୍ଚାୟତସ୍ତରରେ ମିଶନ ଶକ୍ତି ନାମରେ ଟ୍ରେନିଂ କ୍ୟାମ୍ପ କରାଯାଇଛି। ଏଥିରେ ହିତାଧିକାରୀଙ୍କ ସମସ୍ୟା କ’ଣ ଅଛି ସେ ନେଇ ସମାଧାନ କରି ଅର୍ଦ୍ଧନିର୍ମିତ ଗୃହଗୁଡିକ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri