୬ ଘଣ୍ଟିଆ ରେଳରୋକୋ, ବିଭିନ୍ନ ଷ୍ଟେଶନରେ ଅଟକିଲା ଟ୍ରେନ

ରୂପସା, ୧୦।୫(ଡି.ଏନ.ଏ.) ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳଷ୍ଟେଶନରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ରହଣି ଦାବି ସୋମବାର ଆନ୍ଦୋଳନ ରୂପ ନେଇଛି। ହଳଦୀପଦା ପ୍ରଗତି ମଞ୍ଚ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୬ଘଣ୍ଟିଆ ରେଳରୋକୋ କରାଯାଇଥିଲା। ଏହି ଷ୍ଟେଶନରେ ମୁଖ୍ୟତଃ ପୂର୍ବଭଳି ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ରହଣି, ରିଜର୍ଭେଶନ କାଉଣ୍ଟର ଖୋଲାଯିବା, ନିଧିପଣ୍ଡା ପୋଲ ଉପରେ ବ୍ରିଜ ନିର୍ମାଣ, ଷ୍ଟେଶନରେ ଏଟିଏମ୍‌, ପାନୀୟଜଳ ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା, ଖଡ଼ଗପୁର-ଜଳେଶ୍ୱର ମେମୋ ଲୋକାଲ ଟ୍ରେନ୍‌ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ୧୦ଦଫା ଦାବି ପୂରଣ ପାଇଁ ବାରମ୍ବାର ରେଳ ବିଭାଗ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଉତ୍ତେଜନା ଦେଖାଦେଇଛି।
ରେଳ ମନ୍ତ୍ରଣାଳୟର ଖାମଖିଆଲି ମନୋଭାବ ପ୍ରତିବାଦରେ ପ୍ରଗତିମଞ୍ଚ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ସମ୍ପାଦକ ବୀରେନ୍ଦ୍ର ନନ୍ଦ, ମୁଖ୍ୟ ଉପଦେଷ୍ଟା ରାଧାକୃଷ୍ଣ ଜେନା, ବିଜୟ ନାୟକ ଓ ଚୈତନ୍ୟ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ସକାଳ ୬ଟାରୁ ରେଳରୋକୋ ହୋଇଥିଲା। ବିଭିନ୍ନ ଷ୍ଟେଶନରେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍‌ ଅଟକିରହିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜିଲା ପରିଷଦ ଚେୟାରମ୍ୟାନ ନାରାୟଣ ପ୍ରଧାନ, ବ୍ଲକ ଚେୟାରମ୍ୟାନ ସୁନୀତା ବେହେରା, ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ଜିଲା ପରିଷଦ ସଭ୍ୟ ସଞ୍ଜୟ କୁମାର ସେଠୀ, ବରିଷ୍ଠ ବିଜେଡି ନେତା ଯଯାତି କେଶରୀ ଦାସ ଓ ଶକ୍ତିପଦ ରାୟଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଦାବିପୂରଣ ଦିଗରେ ରେଳମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ସଦର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ, ଆଇଆଇସି ଅଶୋକ କୁମାର ନାୟକ, ରେଳବିଭାଗ ଏସିଏମ୍‌ ଆଶୁତୋଷ ସିଂହ, କମର୍ସିଆଲ ଇନ୍ସପେକ୍ଟର ଏସ୍‌. ଶାହା, ଡିଟିଆଇ ଏ.କେ. ଖୁଣ୍ଟିଆ ପ୍ରମୁଖ ପହଞ୍ଚି ତ୍ରିପାକ୍ଷିକ ଆଲୋଚନା କରିଥିଲେ। ପର୍ଯ୍ୟାୟକ୍ରମେ ଦାବିପୂରଣ ହେବା ସହ ଆସନ୍ତା ୨୫ତାରିଖ ସୁଦ୍ଧା ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌ ରହଣି ହେବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ମଧ୍ୟାହ୍ନ ୧୨ଟାରେ ରେଳରୋକୋ ପ୍ରତ୍ୟାହୃତ ହୋଇଥିଲା। ପ୍ରତିଶ୍ରୁତି ପୂରଣ ନ ହେଲେ ପୁଣି ଆସନ୍ତା ୨୬ତାରିଖରେ ରେଳରୋକୋ ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଲୋଚନା ବେଳେ ଆରପିଏଫ୍‌ ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ବରୁଣ କୁମାର, ଆଇଆଇସି ଏସ୍‌.କେ. ସିହ୍ନା, ଜିଆର୍‌ପି ଡ଼ିଏସ୍‌ପି ଏସ୍‌ଆର କର, ଆଇଆଇସି ଡିସି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ମଧ୍ୟ ବାରମ୍ବାର ପ୍ରତିଶ୍ରୁତି ମୁତାବକ ବିଭାଗୀୟ ପଦକ୍ଷେପ ନିଆଯାଉ ନ ଥିବାରୁ ୨୦୨୧ ଫେବୃୟାରୀ ୧୫, ଏପ୍ରିଲ ୫, ମେ’ ୧୦ ଏବଂ ୨୦୨୨ ଏପ୍ରିଲ ୧୮ ଓ ମେ’ ୯ ରେ ରେଳରୋକୋ ଡାକରା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri