୫୦୦ ମିଟର ରାସ୍ତା ପାଇଁ ବୁଲିବାକୁ ପଡୁଛି ୭ କିଲୋମିଟର

କେନ୍ଦୁଝର,୯ା୪(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତ କେମ୍ପସଡ଼ା-କୁଶପଦା-ରଜାବନ୍ଧ ରାସ୍ତାଟି ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି କ୍ଷୁଦ୍ର ଜଳସେଚନ ବିଭାଗର ହୋଇଥିବା ବେଳେ ଦୀର୍ଘବର୍ଷ ଧରି ମରାମତି ହୋଇପାରୁ ନାହିଁ। ସାମାନ୍ୟ ବର୍ଷା ହେଲେ କର୍ଦ୍ଦମାକ୍ତ ହୋଇପଡୁଛି। ସବୁଠାରୁ ବଡ଼ ସମସ୍ୟା ହେଲା ରାସ୍ତା ରଜାବନ୍ଧ ହୁଡ଼ା ଉପରେ ୫ ଶହ ମିଟର ରାସ୍ତାର ଉଭୟ ପାଶର୍‌ବ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଏବଂ ଅଣଓସାରିଆ। ଗୋଟିଏ ପଟ ଦଶ ଫୁଟ ପାଣି ଏବଂ ଅନ୍ୟ ପଟ ପ୍ରାୟ ପଚିଶ ଫୁଟ ତଳେ ଖାଲ ଜମି ରହିଛି। ଏହି ରାସ୍ତା ଦେଇ ରାଇକଳା, କାଉଁରିକଳା, ଗୋବର୍ଦ୍ଧନ, ଶଙ୍କିରୀ, ବୋଦାପୋଳଶା ଆଦି ପଞ୍ଚାୟତର ବହୁ ଗ୍ରାମର ଚାଷୀ ପରିବା ବିକ୍ରି ପାଇଁ ହେଉ ବା ଛାତ୍ରୀଛାତ୍ର କଲେଜ, ରୋଗୀଙ୍କୁ ମେଡିକାଲ, ଆଦି ବିଭିନ୍ନ କାମରେ ଜିଲା ସଦର ମହକୁମା କେନ୍ଦୁଝର ସହରକୁ ଯାଇଥାନ୍ତି। ସାମାନ୍ୟ ବର୍ଷା ହେଲେ ପାଞ୍ଚ ଶହ ମିଟର ରାସ୍ତା ପାଇଁ ଲୋକଙ୍କୁ ୭ କିଲୋମିଟର ବୁଲିକି ଯିବାକୁ ପଡୁଛି। କେମ୍ପସଡ଼ାବାସୀ ପଞ୍ଚାୟତକୁ ପିଡିଏସ୍‌ ସାମଗ୍ରୀ ଆଣିବା ପାଇଁ ହେଲେ ସମାନ ଦଶା ଭୋଗିବାକୁ ପଡୁଛି। ଉକ୍ତ କେମ୍ପସଡ଼ା-କୁଶପଦା ରାସ୍ତାର ଉନ୍ନତିକରଣ ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡ଼ା କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଇଞ୍ଜିନିୟର ସୁଧାଂଶୁ ଶେଖର ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସାହୁ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରି ରାସ୍ତାର ଉନ୍ନତି ଦିଗରେ କାର୍ଯ୍ୟ କରିବା ସହିତ ଆବଶ୍ୟକ ବୈଷୟିକ ସହାୟତା ପ୍ରଦାନ ପାଇଁ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ୟୁପି-ପଞ୍ଜାବ ସମେତ ୫ ରାଜ୍ୟରେ ନଭେମ୍ୱର-ଡିସେମ୍ୱରରେ ହୋଇପାରେ ବିଧାନସଭା ନିର୍ବାଚନ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ପ୍ଲାନ

ନୂଆଦିଲ୍‌ଲୀ,୧୪।୬: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବର୍ଷ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ୱାଚନ ଚଳିତ ବର୍ଷ ୨୦୨୬ରେ ହିଁ କରାଯାଇପାରେ। କେନ୍ଦ୍ର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

ଜୁଆଆଡ୍ଡା, ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ: ୧୧ ଗିରଫ

ପାରଳାଖେମୁଣ୍ଡି,୧୪।୬ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜୁଆ ଖେଳ ଓ ଅବୈଧ ମଦ କାରବାର ସହ ଜଡ଼ିତ ମୋଟ ୧୧…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri