Posted inଖେଳ

ଦଳକୁ ଫେରିଲେ ୪୧ ବର୍ଷୀୟ ଖେଳାଳି

ଆମଷ୍ଟରଡାମ,୧୨।୯: ୪୧ ବର୍ଷ ବୟସରେ ନେଦରଲାଣ୍ଡ୍ସର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରିଆନ ଟେନ ଡୋଚେଟ୍‌। ଏହି ଅଭିଜ୍ଞ ଅଲରାଉଣ୍ଡରଙ୍କୁ ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ପିଟର ସିଲାରଙ୍କ ନେତୃତ୍ୱାଧୀନ ଦଳରେ ସ୍ଥାନ ମିଳିଛି। ଦୀର୍ଘ ୨ ବର୍ଷ ପରେ ଡୋଚେଟ୍‌ ଜାତୀୟ ଦଳକୁ ଫେରିଛନ୍ତି। ସେ ଅନ୍ତିମ ଥର ୨୦୧୯ରେ ପପୁଆ ନ୍ୟୁ ଗିନି ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।

୨୦୦୬ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଅଲରାଉଣ୍ଡର ଏପର୍ଯ୍ୟନ୍ତ ୩୩ ଦିନିକିଆ ଓ ୨୨ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆରେ ୫ ଶତକ ଓ ୯ ଅର୍ଦ୍ଧଶତକ ସହ ୧,୫୪୧ ରନ୍‌ କରିଥିବା ବେଳେ ତାଙ୍କ ଟି୨୦ କ୍ୟାରିୟରରେ ୩ ଅର୍ଦ୍ଧଶତକ ସହ ୫୩୩ ରନ୍‌ ରହିଛି। ଅନ୍ତର୍ଜାତୀୟ କ୍ରିକେଟକୁ ଛାଡ଼ି ଦେଲେ ଡୋଚେଟ୍‌ ଆଇପିଏଲ ଭଳି ବିଭିନ୍ନ ଟି୨୦ ଲିଗ୍‌ରେ ବେଶ ସକ୍ରିୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ, ରାତିରେ ଖାଇପିଇ ଶୋଇଥିଲେ, ସକାଳୁ…

ଭୁବନେଶ୍ୱର,୨୯ା୬: ଝାରପଡ଼ା ଜେଲ୍‌ରେ ଜଣେ କଏଦୀଙ୍କ ସୋମବାର ସକାଳୁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୫୫ ବର୍ଷୀୟ ଯବାନ ନାୟକ। ତାଙ୍କ ଘର ତାରିଣୀ ବସ୍ତିରେ।…

ପୁରୀରେ ମୁଖ୍ୟମନ୍ତ୍ରୀ, ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି…

ପୁରୀ,୨୯ା୬: ସ୍ନାନପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚିଛନ୍ତି। ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ…

ନୋଏଡାରେ ବଡ଼ ଦୁର୍ଘଟଣା: ଏସି ଫାଟିବାରୁ ଲାଗିଲା ନିଆଁ

ନୋଏଡା,୨୯।୬: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର…

‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ; ମୁଁ ଏହି ବର୍ଷ ଫେରିବି’ – ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବୟାନକୁ ନେଇ ବାଂଲାଦେଶ ରାଜନୀତିରେ ହଇଚଇ

ଢାକା,୨୯।୬: ୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି…

ଜର୍ମାନୀ ଜଙ୍ଗଲରେ ଲାଗିଲା ନିଆଁ, ତାପମାତ୍ରା ସର୍ବକାଳୀନ ରେକର୍ଡ

ବର୍ଲିନ,୨୯ା୬(ଏପି): ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ…

ଆଜି ୭ ଜିଲାରେ ଝଡ଼ବର୍ଷା, ସତର୍କତା ଜାରି କରି ପାଣିପାଗ ବିଶେଷଜ୍ଞ କହିଲେ ଜୁନ୍‌ ୩୦ ବେଳକୁ…

ଭୁବନେଶ୍ୱର,୨୯ା୬(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍‌ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି…

ଆମେରିକା-ଇରାନ ଆଲୋଚନା ପୁଣିଥରେ ଟ୍ରାକରେ; ଶୀଘ୍ର ଖୋଲିବ ହର୍ମୁଜ ପ୍ରଣାଳୀ; କାତାରରେ ଉଭୟ ରାଷ୍ଟ୍ର ଏଥିରେ ସହମତ

ତେହରାନ,୨୯।୬: ଆମେରିକା ଏବଂ ଇରାନ ଆଲୋଚନା ପଥରେ ଫେରିଛନ୍ତି। ଏକ ଶାନ୍ତି ଚୁକ୍ତିନାମା ପରେ, ଦୁଇ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିଲେ; ତଥାପି, କାତାରରେ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri